୩୦ ଜୁନ୍ ପରେ ଏହିସବୁ ସ୍ମାର୍ଟଫୋନରେ କାମ କରିବନି ହ୍ୱାଟ୍ସଆପ୍ !

50

ହ୍ୱାଟ୍ସଆପର ଲୋକପ୍ରିୟତା ସମସ୍ତଙ୍କୁ ଜଣା । ସବୁଠାରୁ ଅଧିକ ବ୍ୟବହାର ହେଉଥିବା ଆପ୍ ମାନଙ୍କ ମଧ୍ୟରେ ଏହା ଅନ୍ୟତମ । ତେବେ ଏହା ଭିତରେ ଏହି ଲୋକପ୍ରିୟ ଆପକୁ ନେଇ ଆସିଛି ଏକ ଚାଂଚଲ୍ୟକର ଖବର । କାରଣ କିଛି ସ୍ମାର୍ଟଫୋନରେ ଏହି ଆପ୍ ଆଉ କାମ କରିବ ନାହିଁ ।

ହ୍ୱାଟ୍ସଆପର ଅଫିସିଆଲ୍ ବ୍ଲଗରେ ଏନେଇ ସୂଚନା ଦିଆଯାଇଛି । କୁହାଯାଇଛି, ଏହି ସବୁ ସ୍ମାର୍ଟଫୋନ୍ ହ୍ୱାଟ୍ସଆପର ଆଗାମୀ ଫିଚର୍ ଗୁଡିକୁ ସପୋର୍ଟ କରିପାରୁନାହିଁ । ଏବେ ନଜର ପକାନ୍ତୁ ଏହି ସ୍ମାର୍ଟଫୋନ୍ ଗୁଡିକ ମଧ୍ୟରେ ଆପଣଙ୍କ ସ୍ମାର୍ଟଫୋନ୍ ନାହିଁ ତ :

• ବ୍ଲାକବେରୀ ଓଏସ୍ ଏବଂ ବ୍ଲାକବେରୀ ୧୦

• ନୋକିଆ ସିମ୍ବିୟନ୍ ଏସ୍ ୬୦

• ଆଣ୍ଡ୍ରୋଏଡ୍ ୨.୧ ଏବଂ ଆଣ୍ଡ୍ରୋଏଡ୍ ୨.୨

• ୱିଣ୍ଡୋଜ୍ ଫୋନ୍ ୭

• ଆଇ ଫୋନ୍ ୩ ଜିଏସ୍ /ଆଇଓଏସ୍ ୬

ଯଦି ଆପଣଙ୍କର ବି ଉପରୋକ୍ତ ଫୋନ୍ ତେବେ ଆଗକୁ ହଇରାଣ ହୋଇପାରନ୍ତି । କାରଣ ୩୦ ଜୁନ୍ ୨୦୧୭ ପରେ ଏହି ସ୍ମାର୍ଟଫୋନ୍ ମାନଙ୍କରେ ଆଣ୍ଡ୍ରୋଏଡ୍ ହ୍ୱାଟ୍ସଆପ୍ କାମ କରିବ ନାହିଁ ।