‘ସୁପର ୩୦’ର ଆନନ୍ଦ କୁମାରଙ୍କ ଭୂମିକାରେ ନଜର ଆସିବେ ହ୍ରିତିକ୍ !

23

ବଲିଉଡର ହ୍ୟାଣ୍ଡସମ୍ ହିରୋ ହ୍ରିତକ୍ ରୋଶନ । ଏବେ ଆଗାମୀ ଫିଲ୍ମରେ ଏମିତି ଏକ ଚରିତ୍ର କରିବାକୁ ଯାଉଛନ୍ତି ଯିଏ ଗଣିତରେ ପୂରା ମାହିର୍ । ପ୍ରକୃତରେ ହ୍ରିତିକ ରୋଶନ ଏହି ଭୂମିକା ‘ସୁପର ୩୦’ ର ସଂସ୍ଥାପକ ଆନନ୍ଦ କୁମାରଙ୍କ ଜୀବନୀ ଉପରେ ଆଧାରିତ ହେବ । ଯିଏ ପାଟନାରେ ଗରିବ ମେଧାବୀ ଛାତ୍ରଙ୍କୁ ଆଇଆଇଟିର ଏଣ୍ଟ୍ରାନ୍ସ ପରୀକ୍ଷା ଦେବାରେ ଖୁବ୍ ଲୋକପ୍ରିୟ ପାଲଟିଛନ୍ତି ।

ଜଣାଶୁଣା ନିର୍ଦ୍ଦେଶକ ବିକାଶ ବହଲ ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି । କିନ୍ତୁ ଫିଲ୍ମର ନାମକରଣ ଏବେ ସୁଦ୍ଧା ହୋଇନାହିଁ । ହେଲେ ଶୁଣାଯାଉଛି ଏହାର ନାଁ ‘ସୁପର ୩୦’ ରହିପାରେ । ସୂଚନା ଅନୁସାରେ ,ଫିଲ୍ମରେ ଦେଖାଯିବ କେମିତି ଆନନ୍ଦ କୁମାର ‘ସୁପର ୩୦’ ର ସ୍ଥାପନା କରି ଜଣେ ସାଧାରଣରୁ ଅସାଧାରଣ ବ୍ୟକ୍ତିତ୍ୱ ପାଲଟିଛନ୍ତି ।