ଅଭିଜିତ ଆୟାର ଅସୁସ୍ଥ । ପେଟଯନ୍ତ୍ରଣା ଯୋଗୁଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

151

କନକ ବ୍ୟୁରୋ: ଅଭିଜିତ୍ ଆୟାର ଅସୁସ୍ଥ । ପେଟରେ ଯନ୍ତ୍ରଣା ହେବାରୁ କ୍ୟାପିଟାଲ ହସ୍ପିଟାଲରେ ତାଙ୍କୁ ଭର୍ତି କରାଯାଇଛି । କ୍ୟାବିନରେ ରଖି ଅଭିଜିତଙ୍କର ଚିକିତ୍ସା କରାଯାଉଛି । ସେ ଓଡିଶାର କଳା ସଂସ୍କୃତି ଓ ଐତିହ୍ୟକୁ ନେଇ ଅପମାନ ସୂଚକ ମନ୍ତବ୍ୟ ଦେବା ଅଭିଯୋଗରେ ଜେଲରେ ଅଛନ୍ତିି ।

ତାଙ୍କୁ କଡା ସୁରକ୍ଷାବଳୟ ଭିତରେ ହସ୍ପିଟାଲକୁ ନିଆଯାଇଛି । ସେ ଅକ୍ଟୋବର ମାସରୁ ଜେଲରେ ଅଛନ୍ତି । ସେ ତ୍ରୟୋଦଶ ଶତାବ୍ଦିରେ ନିର୍ମିତ କୋଣାର୍କର ସୂର୍ଯ୍ୟମନ୍ଦିରର କାରୁକାର୍ଯ୍ୟକୁ ନେଇ ଆପତିଜନ ମନ୍ତବ୍ୟ ଦେଇଥିଲେ । ସେହିପରି ଜଗନ୍ନାଥଙ୍କୁ ନେଇ ମଧ୍ୟ ଅପମାନସୂଚକ ମନ୍ତବ୍ୟ ଦେଇଥିଲେ ।

ଉଲ୍ଲେଖ ଥାଉ କି, ଓଡ଼ିଶାର କଳା ସଂସ୍କୃତି ଓ ଇତିହାସ ସଂପର୍କରେ ପଢ଼ିବାକୁ ଅଭିଜିତ୍ ଆୟାରଙ୍କୁ ପରାମର୍ଶ ଦେଇଥିଲେ ଗୃହ କମିଟି । ଏ ନେଇ ପୁସ୍ତକ ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ଅନୁରୋଧ କରାଯାଇଥିଲା । ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସହ ଓଡ଼ିଶା ଆସିଥିଲେ ଅଭିଜିତ୍ ଆୟାର । ଓଡ଼ିଆଙ୍କ ଭାବାବେଗକୁ ଆଘାତ ଦେବା ଭଳି ଅନେକ ବିବାଦୀୟ ମନ୍ତବ୍ୟ ଦେଇଥିଲେ ଅଭିଜିତ୍ । ଏ ନେଇ ସାରା ରାଜ୍ୟରେ ପ୍ରବଳ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା ।