ଅଭିଜିତ ଆୟାର ମିତ୍ରଙ୍କୁ ଜାମିନ । କେସ୍ ପ୍ରତ୍ୟାହାର ପାଇଁ ସରକାର ନିଷ୍ପତ୍ତି ନେବା ପରେ ଜେଲରୁ ମିଳିଲା ମୁକ୍ତି ।

126

କନକ ବ୍ୟୁରୋ: ବିଭିନ୍ନ ବିବାଦୀୟ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଥିବା ଅଭିଜିତ୍ ଆୟାର ମିତ୍ରଙ୍କୁ ଆଜି ଜାମିନ୍ ମିଳିଛି । ହାଇକୋର୍ଟ ଅଭିଜିତଙ୍କୁ ଜାମିନ ଦେଇଛନ୍ତି । ସହିଦନଗର ଏବଂ କୋଣାର୍କ ଥାନାରେ ରୁଜୁ ହୋଇଥିବା ମାମଲାରେ ତାଙ୍କୁ ଜାମିନ ମିଳିଛି । ଜାମିନ ବେଳେ ନିମ୍ନ ଅଦାଲତ ସର୍ତ୍ତ ରଖିପାରିବେ ବୋଲି ହାଇକୋର୍ଟ କହିଛନ୍ତି । ତେବେ ରାଜ୍ୟ ସରକାର ଅଭିଜିତଙ୍କ ଉପରୁ ମାମଲା ପ୍ରତ୍ୟାହାର କରିବା ପରେ ଅଭିଜିତ ଆୟାରଙ୍କୁ ଆଜି ଜାମିନ୍ ମିଳିଛି ।

ତେବେ ଗତକାଲି ପୂର୍ବରୁ ଥିବା ମାମଲା ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର । ଅଭିଜିତ୍ ଆୟାରଙ୍କ ଉପରେ ଥିବା ମାମଲା ପ୍ରତ୍ୟାହାର ହେବ ବୋଲି ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା ।

ମାମଲା ପ୍ରତ୍ୟାହାର କରିବା ନିମନ୍ତେ ପୂର୍ବରୁ ଆବେଦନ କରିଥିଲେ ଅଭିଜିତ । ରାଜ୍ୟ ସରକାରଙ୍କୁ ଏନେଇ ସେ ଚିଠି ମଧ୍ୟ ଲେଖିଥିଲେ । ପୂର୍ବରୁ ନିଜ ମନ୍ତବ୍ୟ ପାଇଁ ସେ କ୍ଷମା ମାଗିଥିଲେ । ଓଡିଶାବାସୀଙ୍କୁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲେ । ନଭେମ୍ବର ୧୬ରେ ବିଧାନସଭା ଗୃହ କମିଟି ତାଙ୍କୁ କ୍ଷମା ଦେଇଥିଲେ । ଏ ସମସ୍ତ ବିଷୟକୁ ବିଚାରକୁ ନେଇ ରାଜ୍ୟ ସରକାର ଅଭିଜିତ ଆୟାରଙ୍କ ବିରୋଧରେ ଥିବା ସମସ୍ତ ମାମଲାକୁ ପ୍ରତ୍ୟାହାର କରିବା ନିମନ୍ତେ ନିଷ୍ପତ୍ତି ନେଇଛନ୍ତି । ଗତ ଅକ୍ଟୋବର ମାସ ୨୩ ତାରିଖରେ ଗିରଫ ହୋଇଥିଲେ ଅଭିଜିତ୍ ଆୟାର ମିତ୍ର ।