ଆସୁଛି ଡିଜିଟାଲ୍ ନୋଟ୍ ! ଜାଣନ୍ତୁ କିଭଳି ହେବ ଏହି ନୋଟର ବ୍ୟବହାର
ଦୁଇ ପ୍ରକାରର ଜାରି ହେବ ଡିଜିଟାଲ ନୋଟ୍
ଖୁବ୍ ଶୀଘ୍ର ଡିଜିଟାଲ ନୋଟ୍ ଜାରି କରିପାରନ୍ତି ସରକାର । ଏନେଇ ଆର୍ଥିକ ମାମଲାକୁ ନେଇ ଗଠନ ହୋଇଥିବା କମିଟି ନିଜ ଡ୍ରାଫ୍ଟ ରିପୋର୍ଟରେ ସୁପାରିସ କରିଛି । ତେବେ ଏହି ଡିଜିଟାଲ କରେନ୍ସି ଅବିକଳ କାଗଜର ନୋଟ୍ ଭଳି ହିଁ କାମ କରିବ । ହେଲେ ଏହା ଉପରେ ସୁଧ ବି ମିଳିବ । ଡିଜିଟାଲ କରେନ୍ସି ଆସିବା ଦ୍ୱାରା ଅନେକ ପରିବର୍ତ୍ତନ ମଧ୍ୟ ଆସିପାରେ । ମନିଟାରୀ ପଲିସିରୁ ଆରମ୍ଭ କରି କଳାଧନକୁ ଟ୍ରାକ୍ କରିବାରେ ମଧ୍ୟ ସହାୟକ ମିଳିବ ।
Kanak News is now on WhatsApp
Join and get latest news updates delivered to you via WhatsApp
ମୋବାଇଲ ଓାଲେଟରେ ରହିବ ଡିଜିଟାଲ ନୋଟ୍
ପ୍ରସ୍ତାବ ମୁତାବକ, କାଗଜ ନୋଟ ଲାଇନରେ ଡିଜିଟାଲ ନୋଟ ଜାରି କରାଯାଇପାରିବ । ଡିଜିଟାଲ ନୋଟକୁ ଆପଣ ଆପଣଙ୍କର ମୋବାଇଲ ୱାଲେଟରେ ରଖିପାରିବେ । ନଚେତ ଆପଣ ଏହାକୁ ଆପଣଙ୍କର ବ୍ୟାଙ୍କ ଆକାଉଂଟରେ ବି ରଖିପାରିବେ । ଡିଜିଟାଲ ନୋଟର ସର୍କୁଲେସନକୁ ଗୋପନୀୟତା ରଖାଯିବ । ସେହିପରି କାଗଜ ନୋଟ ଭଳି ଡିଜିଟାଲ ନୋଟର ସର୍କୁଲେସନ ଉପରେ ଆରବିଆଇର ନିୟନ୍ତ୍ରଣ ବି ରହିବ ।
ଦୁଇ ପ୍ରକାରର ଜାରି ହେବ ଡିଜିଟାଲ ନୋଟ୍
କମିଟି ଅନୁସାରେ, ଦୁଇ ପ୍ରକାରର ଡିଜିଟାଲ ନୋଟ ଜାରି କରାଯିବ । ଗୋଟିଏ ଡିଜିଟାଲ ନୋଟ, ଯେଉଁଥିରେ କୌଣସି ସୁଧ ରହିବନି ଆଉ ତାର ଦାମ ସବୁବେଳେ ସେତିକି ହିଁ ରହିବ । ଅନ୍ୟ ଡିଜିଟାଲ ନୋଟ୍ , ଯେଉଥିରେ ସୁଧ ମିଳିବ । ଅର୍ଥାତ୍ ଯେଉଁ ଡିଜିଟାଲ ନୋଟ ଯାହା ପାଖରେ ଯେତେ ସମୟ ରହିବ , ତା ଉପରେ ସୁଧ ଦିଆଯିବ ।
ତେବେ ସୁଧ ବାଲା ଡିଜିଟାଲ ନୋଟର ବ୍ୟବହାର ସରକାର ବଣ୍ଡ ଭଳି ଇନଷ୍ଟ୍ରୁମେଂଟର ବିକଳ୍ପ ଆଧାରରେ କରିପାରିବେ । କମିଟିର କହିବା କଥା ହେଲା କି, ଡିଜିଟାଲ ନୋଟକୁ ଜାରି କରିବା ପାଇଁ କ୍ୱାଇନ ଆକ୍ଟ ଏବଂ ଆରବିଆଇ ଆକ୍ଟରେ କିଛି ପରିବର୍ତ୍ତନ କରିବାକୁ ହେବ ।