ଦେଢମାସ ପରେ ବାହାର ଦୁନିଆ ଦେଖିଲେ ଅଭିଜିତ୍ ! ବେଲ ମିଳିବା ପରେ ଜେଲରୁ ବାହାରିଲେ । 

ଜେଲରୁ ମୁକୁଳିଲେ ଅଭିଜିତ ଆୟାର ମିତ୍ର ।

365
ଜେଲରୁ ମୁକୁଳିଲେ ଅଭିଜିତ ଆୟାର ମିତ୍ର । ଅତୀତରେ କୋଣାର୍କ ଉପରେ ଅରୁଚିକର ମନ୍ତବ୍ୟ ଦେଇଥିବା ଅଭିଜିତ ଆୟରଙ୍କୁ ଗତ ଅକ୍ଟୋବର ମାସ ୨୩ ତାରିଖରେ ଗିରଫ କରାଯାଇଥିଲା । ପ୍ରାୟ ଦେଢମାସ ଜେଲରେ ରହିବା ପରେ ଆଜି ତାଙ୍କୁ ଜାମିନ ମିଳିଛି ।
ସୂଚନା ଅନୁଯାୟୀ, ଅଭିଜିତ ଆୟରଙ୍କୁ ଜାମିନ ଦେବାକୁ କାଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟ ନିଜ ରାୟରେ ଆବଶ୍ୟକ ସର୍ତ୍ତ ରଖି ଜାମିନ ଦେବାକୁ କହିଥିଲେ । ତେବେ ଆଜି ଅଭିଜିତ ଆୟାର ମିତ୍ର ଜେଲରୁ ମୁକୁଳି ବାହାର ଦୁନିଆ ଦେଖିଛନ୍ତି । ସେ ଜେଲରୁ ବାହିରି ତାଙ୍କର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିବା ପାଇଁ କ୍ୟାପିଟାଲ ହସ୍ପିଟାଲ ଯାଇଥିଲେ । କ୍ୟାପିଟାଲ ହସ୍ପିଟାଲରୁ ବାହାରି ଭୁବନେଶ୍ୱର ଏୟାରପୋର୍ଟ ଯାଇଛନ୍ତି ଏବଂ ସେଠାରୁ ସେ ସିଧାସଳଖ ଚେନ୍ନାଇ ଯିବେ ବୋଲି ସୂଚନା ମିଳିଛି । ଅଭିଜିତ ଆୟର ମିତ୍ର କୋଣାର୍କ ଏବଂ ବିଧାୟକଙ୍କ ଉପରେ ଅରୁଚିକର ମନ୍ତବ୍ୟ ଦେଇ ଗତ ଅକ୍ଟୋବର ମାସ ୨୩ ତାରିଖରେ ଗିରଫ ହୋଇଥିଲେ । ପରେ ହାଇକୋର୍ଟ ତାଙ୍କର ଜାମିନ ନାମଞ୍ଜୁର କରିବାରୁ ତାଙ୍କୁ ଝାଡପଡା ଜେଲ ପଠାଇ ଦିଆଯାଇଥିଲା । ଠିକ ସେହି ସମୟରେ ଓକିଲ ଆନ୍ଦୋଳନ ଆରମ୍ଭ ହୋଇଥିବାରୁ ଅଭିଜିତଙ୍କୁ ଜାମିନ ମିଳିପାରିନଥିଲା । ପ୍ରାୟ ଦେଢମାସ ଜେଲରେ ରହିବା ପରେ ଆଜି ତାଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି ।