ଚର୍ଚ୍ଚାରେ ଆମିର: ନିଜର ଏକ ଫେସବୁକ୍ ପୋଷ୍ଟକୁ ନେଇ ଟ୍ରଲର୍ସଙ୍କ ଶିକାର ହେଲେ ମିଷ୍ଟର ପରଫେକ୍ଟ

38

ନିଜର ଏକ ଫେସବୁକ ପୋଷ୍ଟକୁ ନେଇ ଏବେ ଚର୍ଚ୍ଚାରେ ଅଭିନେତା ଆମିର ଖାନ୍ । ଯେଉଁଥିରେ ସେ ଝିଅ ଇରା ସହ ନଜର ଆସିଛନ୍ତି । ତେବେ ସବୁବେଳେ ବିବାଦରୁ ଦୂରେଇ ରହୁଥିବା ଆମିରଙ୍କୁ ଏଥର ଟ୍ରଲର୍ସଙ୍କ ଶିକାର ହେବାକୁ ପଡିଛି । ଆମିର ନିଜ ଝିଅ ଇରା ସହ ଏହି ଫଟୋଟି ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଇରା ସହ ମସ୍ତି କରୁଥିବାର ଦେଖିବାକୁ ମିଳିଛି ।

 

ଏହି ଫଟୋକୁ ନେଇ ତାଙ୍କ ସମାଲୋଚକମାନେ ସମସ୍ତ ମାନବିକତା ଭୂଲି ତାଙ୍କୁ ଟ୍ରୋଲ କରିବାରେ ଲାଗିପଡିଛନ୍ତି । ଓ ଏହି ଫଟୋରେ ଆପତିଜନକ ଶବ୍ଦ ବ୍ୟବହାର କରି କମେଂଟ କରିଛନ୍ତି । ଏପରିକି ଲୋକେ ମାନବିକତା ଭୁଲି ଆମିରଙ୍କ ଉପରେ ଆଙ୍ଗୁଳି ଉଠାଇବାକୁ ପଛ ଘୁଂଚା ଦେଇନାହାନ୍ତି । ଏବେ ମିଷ୍ଟର ପରଫେକ୍ସନିଷ୍ଟ ତାମିଲନାଡୁର କୁନ୍ନୁରରେ ନିଜ ପତ୍ନୀ କିରନ ରାଓ ଓ ପୁଅ ଆଜାଦ ରାଓ ଝିଅ ଇରା ଖାନଙ୍କ ସହ ଛୁଟି କାଟୁଛନ୍ତି ।

ସେହି ସମୟର ଏକ ଫଟୋ ଯେଉଁଥିରେ ଉଭୟ ବାପା-ଝିଅ ବେଶ ଖୁସି ନଜର ଆସୁଛନ୍ତି । ଏହି ଫଟୋରେ ଟ୍ରଲର୍ସ ନିଜର ମାନବିକତା ଭୁଲି ଆମିର ଖାନଙ୍କୁ ଟ୍ରୋଲ କରୁଛନ୍ତି । ଅପରପକ୍ଷରେ ଏମିତି ବି କିଛି ୟୁଜର୍ସ ଅଛନ୍ତି ଯେଉଁମାନେ ଆମିର ଓ ଇରାଙ୍କ ଏହି ଖୁସିର ମୁହୁର୍ତ ଦେଖି ବେଶ ଖୁସି ଜାହିର କରିଛନ୍ତି । ଏହି ଫଟୋ ଟି ଆପତିଜନକ ନୁହେଁ ବୋଲି ଟ୍ରୋଲର୍ସଙ୍କୁ ବେଶ କଟାକ୍ଷ କରିଛନ୍ତି ଆମିରଙ୍କ ଫ୍ୟାନ୍ସ ।