କିଭଳି ହେବ ପରମାଣୁ ଆଟାକ୍ ପରର ଦୁନିଆ ! କ’ଣ ଆମେ ନ୍ୟୁକ୍ଲିୟର୍ ଯୁଦ୍ଧ ପାଇଁ ପ୍ରସ୍ତୁତ ଅଛୁ ?

64

ଯଦି ଭାରତରେ ପରମାଣୁ ବୋମା ଆଟାକ୍ ହୁଏ ତେବେ ୧୦ କୋଟି ଭାରତୀୟଙ୍କ ଜୀବନ ସଙ୍କଟରେ ପଡିଯିବ । କିନ୍ତୁ କ୍ଷୀଣ ଆଶ୍ୱସ୍ତିର କଥା ଭାରତରେ ଏହି ବିପଦପୂର୍ଣ୍ଣ ଆଟାକ୍ ହେବାର ସମ୍ଭାବନା ଖୁବ୍ କମ୍ । କିନ୍ତୁ ଯଦି ବି ଦୁର୍ଭାଗ୍ୟବଶତଃ ଭାରତ ଏହି ବୋମାର ଶିକାରରେ ଆସିଯାଏ ତେବେ ଏତେ ସଂଖ୍ୟକ ଲୋକ ପୋକମାଛି ଭଳି ମରିବାକୁ ପ୍ରସ୍ତୁତ ରହିବା ଦରକାର । ୭୦ ବର୍ଷରେ ଆମେ ୫ ଟି ଯୁଦ୍ଧ ଲଢିସାରିଛେ । ଗୋଟିଏ ସର୍ଭେ ମୁତାବକ ଯଦି ଏହି ଯୁଦ୍ଧ ପୁଣିଥରେ ଚାଲେ ତେବେ ପ୍ରତିଦିନ ୨୦୦ ଯବାନ ଭାରତମାତାକୁ ନିଜକୁ ସମର୍ପି ଦେବେ ଏବଂ ସହିଦ୍ ନାମରେ ଅମର ରହିବେ ଏବଂ ଏଥିନିମନ୍ତେ ଖର୍ଚ୍ଚ ହେବ ୫୦୦ କୋଟି ଟଙ୍କା । ଦମ୍ଭର ସହ ଆପଣ କହିଦେଇପାରିବେ ଯେ ଆମେ ସହଜରେ ପାକିସ୍ଥାନକୁ ଏହି ଯୁଦ୍ଧରେ ହରାଇଦେବୁ । କିନ୍ତୁ କ’ଣ ଗ୍ୟାରେଣ୍ଟି ଅଛି ଯେ ହାରର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିବା ପରେ ପାକିସ୍ଥାନ ତା’ର ବ୍ରହ୍ମାସ୍ତ୍ରକୁ ବ୍ୟବହାର ନକରିବ! ପରମାଣୁ ବୋମାର ବ୍ୟବହାର ହେଲେ କ’ଣ ହେବ?

୧. ଭାରତ ଏବଂ ପାକିସ୍ଥାନର ନ୍ୟୁକ୍ଲିୟର୍ ବମର ଓଜନ ପ୍ରାୟ ୧୫ କିଲୋଟନ୍ । ଠିକ୍ ଏଭଳି ଏକ ବମ୍ ଆମେରିକା ହିରୋସିମା ଉପରେ ପକାଇଥିଲା । ଯାହାର ପ୍ରଭାବ ବହୁ ବର୍ଷ ଧରି ଲାଗିରହିଲା ।

୨. ଯଦି କୌଣସି ବି ଦେଶରୁ ଯୁଦ୍ଧ ପାଇଁ ୧୦୦ ବମ୍ ବ୍ୟବହାର କରାଯାଏ । ତେବେ ୨.୧ କୋଟି ଲୋକ ମୃତ୍ୟୁମୁଖରେ ପଡିବେ ।

୩. ଏଭଳି ୧୦୦ ନ୍ୟୁକ୍ଲିୟର୍ ବମର ବ୍ୟବହାର ପୃଥିବୀର ଅଧା ଓଜନ୍ ଲେୟରକୁ ଶେଷ କରିଦେବ । ଏହାପରେ ସମ୍ପୁର୍ଣ୍ଣ ଦୁନିଆ ଏଭଳି ରୋଗର ଶିକାରରରେ ଆସିବ ଯାହାକୁ କେହି କଳନା ବି କରିପାରି ନଥିବେ ।

୪. ସମ୍ପୁର୍ଣ୍ଣ ଏସିଆ କଳା ଧୂଆଁର ଶିକାରରେ ଆସିଯିବ । ଏହି ଧୂଆଁ କେତେ ବର୍ଷ ପର୍ଯ୍ୟନ୍ତ ଷ୍ଟ୍ରାଟୋସଫିୟରରେ ରହିଯିବ । ଯାହାଦ୍ୱାରା ସୂର୍ଯ୍ୟ କିରଣ ପୃଥିବୀପୃଷ୍ଠରେ ପଡିପାରିବ ନାହିଁ ।

୫. ସମ୍ପୁର୍ଣ୍ଣ ଦୁନିଆ ପରମାଣୁ ଶୀତ(ନ୍ୟୁକ୍ଲିୟର୍ ୱିଣ୍ଟର)ର ଘେର ମଧ୍ୟକୁ ଆସିଯିବ । ମୌସୁମୀ ଏବଂ କ୍ଷେତବାଡିର ଚକ୍ର ଧ୍ୱସଂ ପାଇବ । ବାକି ବଞ୍ଚିଯାଇଥିବା ଲୋକ ଭୋକ ଉପାସରେ ମରିବା ଭଳି ପରିସ୍ଥିତି ଉପୁଜିବ ।

ଏହି ସବୁ ଅନୁମାନ ୨୦୦୭ ମସିହାରେ ଆମେରିକା ବିଶ୍ୱବିଦ୍ୟାଳୟର ଗବେଷକମାନେ ଦେଇଥିଲେ । ଏହି ରିପୋର୍ଟ ମୁତାବକ ନ୍ୟୁକ୍ଲିୟର୍ ବମର ପ୍ରଭାବରେ ଜଳବାୟୁରେ ପରିବର୍ତ୍ତନ ଦେଖାଦେବ । ଅନ୍ୟ ଏକ ରିପୋର୍ଟ ମୁତାବକ ପାକିସ୍ଥାନ ପାଖରେ ୨୦୧୫ ପର୍ଯ୍ୟନ୍ତ ୧୧୦ ରୁ ୧୩୦ ନ୍ୟୁକ୍ଲିୟର୍ ବମ୍ ଥିଲା । ବୁଲେଟିନ୍ ଅଫ୍ ଦ ଏଟୋମିକ୍ ସାଇନଟିଷ୍ଟ ରିପୋର୍ଟ ମୁତାବକ ଭାରତରେ ମଧ୍ୟ ସମ ପରିମାଣରେ ନ୍ୟୁକ୍ଲିୟର୍ ବମ୍ ରହିଅଛି । ପାକିସ୍ଥାନରେ ୬୬ ପ୍ରତିଶତ ନ୍ୟୁକ୍ଲିୟର୍ ବମ୍ ବେଲେଷ୍ଟିକ୍ ମିସାଇଲରେ ଲଗାଇ ରଖାଯାଇଛି । ଭାରତକୁ ଧ୍ୟାନରେ ରଖି ପାକିସ୍ଥାନ “ହତଫ୍” ନାମକ ବେଲେଷ୍ଟିକ୍ ମିସାଇଲ ସିରିଜ୍ ଡେଭଲପ୍ କରୁଛି । ସର୍ଜିକାଲ୍ ଷ୍ଟ୍ରାଇକରୁ ଉପରକୁ ଯଦି ଏହି ଦୁଇ ଦେଶ ଯାଆନ୍ତି ତେବେ ଦୁଇ ଦେଶ ମଧ୍ୟରୁ ଗୋଟିଏ ନୁହଁ ଉଭୟଙ୍କ କ୍ଷତି ହେବ ।