ଅପରେସନ ଟେବୁଲରେ ରୋଗୀଙ୍କ ସାହସିକତା ! ମସ୍ତିଷ୍କ ଅସ୍ତ୍ରୋପଚାର ସମୟରେ ଗିଟାର ବଜାଇଲେ ରୋଗୀ

84

ଅସ୍ତ୍ରୋପଚାର ସମୟରେ ଗିଟାର ବଜାଇଲେ ରୋଗୀ । ତସ୍କିନ ଅଲ୍ଲୀ ନାମକ ଜଣେ ରୋଗୀ ଅସ୍ତ୍ରୋପଚାର ସମୟରେ ଗିଟାର ବଜାଇ ସାହସର କାମ କରିଛନ୍ତି । ୩୧ ବର୍ଷୀୟ ବାଙ୍ଗଲାଦେଶୀ କମ୍ପ୍ୟୁଟର ଇଞ୍ଜିନିୟର ତସ୍କିନ ନିଆରା ମସ୍ତିସ୍କ ରୋଗରେ ପୀଡ଼ିତ ଥିଲେ । ଅସ୍ତ୍ରୋପଚାର ସମୟରେ ତସ୍କିନ ଗିଟାର ବଜାଇଛନ୍ତି । ପ୍ରକୃତକଥା ହେଲା ସବୁବେଳ ଗିଟାର ବଜାଇବା ଦ୍ୱାରା ସେ ତାଙ୍କ ବାମ ହାତ ଆଙ୍ଗୁଳିରେ ଆକସ୍ମିକ ଯନ୍ତ୍ରଣା ଭୋଗୁଥିଲେ । ଏଥିପାଇଁ ମସ୍ତିଷ୍କର ଅପରେସନ୍ ଆବଶ୍ୟକ ଥିବା ବେଳେ, ଡାକ୍ତରମାନେ କାମ କରୁନଥିବା ସ୍ନାୟୁକୁ ଚିହ୍ନିବା ପାଇଁ ଏହି ଉପାୟଟି ଆପଣାଇଥିଲେ । ଗିଟାର ବଜାଇବା ସମୟରେ ହିଁ ତାଙ୍କୁ ସେହି ସ୍ଥାନରେ କଷ୍ଟ ଅନୁଭବ ହେଉଥିଲା । ଅନ୍ୟ ସମୟରେ କେଉଁଠି ଯନ୍ତ୍ରଣା ହେଉଛି ତାହା ଜଣାପଡ଼ୁନଥିଲା । ଗିଟାର ବଜାଇବା ସମୟରେ ହିଁ ଯନ୍ତ୍ରଣା ଅନୁଭବ କରୁଥିଲେ ତସ୍କିନ ଅଲ୍ଲୀ ।

୨୦୧୩ ମସିହାରେ ପ୍ରଥମେ ତସ୍କିନ ଅଲ୍ଲୀ ଏହି ଅସୁବିଧା ଅନୁଭବ କରିଥିଲେ । ସେ ଏକ ଏପରି କମ୍ପାନୀରେ କାମ କରନ୍ତି, ଯେଉଁଠି ଭିଡ଼ିଓଗେମ ବିକଶିିତ କରାଯାଏ ଆଉ ତାଙ୍କର କାମ ହେଲା ଭିଡ଼ିଓ ଗେମ ପାଇଁ ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ ଉପରେ କାମ କରୁଥିଲେ । କିନ୍ତୁ ସେ ଏହି ଅସୁବିଧାକୁ ଅଣଦେଖା କରିଥିଲେ । ଦିନକୁ ପ୍ରାୟ ୧୪ ଘଂଟା ସେ ଗିଟାର ବଜାଉଥିଲେ । ତେବେ ଧୀରେ ଧୀରେ ତାଙ୍କ ଅବସ୍ଥା ଗୁରୁତର ହେବାରେ ଲାଗିଲା । ଏବଂ ସେ ଗିଟାର ବଜାଇବା ସମ୍ଭବ ହେଲା ନାହିଁ । ତେଣୁ ସେ ଏନେଇ ଡାକ୍ତରଙ୍କ ପରାମର୍ଶ ନେଇଥିଲେ । ତେବେ ଢ଼ାକାରେ ଏପରି ରୋଗ ପାଇଁ ଚିକିତ୍ସା ହେଉନାହିଁ ବୋଲି ଡାକ୍ତର ତାଙ୍କୁ କହିଲେ । ବେଙ୍ଗାଲୁରୁରେ ଜଣେ ଏପରି ବ୍ୟକ୍ତିଙ୍କର ଅସ୍ତ୍ରୋପଚାର ହୋଇଛି ବୋଲି ସେ ପୂର୍ବରୁ ଖବରକାଗଜରେ ପଢ଼ିଲେ । ଆଉ ଚିକିତ୍ସା କରାଇବା ପାଇଁ ସେ ବେଙ୍ଗାଲୁରୁ ପହଞ୍ଚିଥିଲେ ।

ଏଥିପାଇଁ ମେଡ଼ିକାଲରେ ତାଙ୍କର ଚିକିତ୍ସା ଚାଲିଲା । ଏହି ଯନ୍ତ୍ରଣାରୁ ମୁକ୍ତି ପଇିବା ପାଇଁ ପ୍ରାୟ ୨ ଘଣ୍ଟାର ଅସ୍ତ୍ରୋପଚାର କରାଯାଇଥିଲା । ଡାକ୍ତର ନିଶ୍ଚେତକ ଦେଇ ତାଙ୍କ ମୁଣ୍ଡରେ ୧୪ ମିମି ପର୍ୟ୍ୟନ୍ତ କଣା କରିବା ସହ ଅସୁବିଧା ସୃଷ୍ଟି କରିଥିବା ସାର୍କିଟକୁ ଜଳାଇଥିଲେ । ସବୁଠାରୁ ଆଶ୍ଚର୍ୟ୍ୟ କଥା ହେଲା ଡ଼ାକ୍ତରଙ୍କ ସାହାଯ୍ୟ ପାଇଁ ସେ ଅପରେସନ ଟେବୁଲରେ ତସ୍କିନ ଗିଟାର ବଜାଇଥିଲେ । ନ୍ୟୁରୋଲୋଜିଷ୍ଟ ସଞ୍ଜୀବ କହିଛନ୍ତି ଅସ୍ତ୍ରୋପଚାର ସମୟରେ ସାହାଯ୍ୟ ହେବା ପାଇଁ ଆମେ ରୋଗୀକୁ ଗିଟାର ବଜାଇବା ପାଇଁ ଅନୁମତି ଦେଇଥିଲୁ । ଡାକ୍ତରଙ୍କ ହିସାବରେ ମାତ୍ର ଏକ ପ୍ରତିଶତ ମ୍ୟୁଜିସିଆନ ଏପରି ରୋଗର ଶିକାର ହୁଅନ୍ତି । ଆଉ ଏଥିପାଇଁ ଅସ୍ତ୍ରୋପଚାର ହିଁ ଏକମାତ୍ର ଭଲ ହେବାର ଉପାୟ ।