କନକ ବ୍ୟୁରୋ : ଛତିଶଗଡରେ ଦୁର୍ଘଟଣା ହୋଇ ଗୋଟିଏ ପରିବାରର ୯ ଜଣଙ୍କ ମୃତ୍ୟୁ ହୋଇଛି । ମିିଳିଥିବା ସୂଚନା ଅନୁସାରେ ଆଜି ସକାଳୁ ସ୍ଥାନୀୟ ଅଚଂଳର ଗୋଟିଏ ପରିବାରର ସଦସ୍ୟ ଏକ ବୋଲେରୋ ଗାଡିରେ ଡଙ୍ଗରଗଡ ଅଚଂଳରେ ଥିବା ଏକ ମନ୍ଦିରକୁ ଠାକୁରଙ୍କ ଦର୍ଶନ ପାଇଁ ଯାଇଥିଲେ । ତେବେ ରାଜନନ୍ଦନ ଗ୍ରାମ ନିକଟରେ ଏକ ଟ୍ରକକୁ ଧକ୍କା ଦେବାରୁ ବୋଲେରୋ ମଧ୍ୟରେ ଥିବା ୯ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ ଛତିଶଗଡର ରାଜଧାନୀ ରାୟପୁରଠାରୁ ମାତ୍ର ୭୦ କିଲୋମିଟର ଦୂରରେ ଏହା ହୋଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଘଟଣା ସମ୍ପର୍କରେ ଜଣାପଡିବା ପରେ ସ୍ଥାନୀୟ ଲୋକ ସେଠାରେ ପହଚିଂ ଲୋକମାନଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ୯ ଜଣଙ୍କ ମୃତ୍ୟୁ ହୋଇଥିବା ସମୟରେ ୩ ଜଣ ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ଉପସ୍ଥିତ ଲୋକଙ୍କ କହିବା ଅନୁସାରେ ୫୩ ନଂ ଜାତୀୟ ରାଜପଥରେ ସକାଳୁ ଗାଡିଟି ଡଙ୍ଗରଗଡ ଯାଉଥିବା ସମୟରେ ଏପରି ଦୁର୍ଘଟଣା ହୋଇଛି । ପରେ ଖବର ପାଇ ପୋଲିସ ଓ ଦମକଳ ବାହିନୀ ପହଚିଂଥିବା ସୂଚନା ମିଳିଛି ।