ଆନ୍ଧ୍ରପ୍ରଦେଶ କ୍ରିଷ୍ଣାରେ ମର୍ମନ୍ତୁଦ ଦୁର୍ଘଟଣା : କଲଭର୍ଟରେ ପିଟି ହୋଇ ପୋଲତଳକୁ ଖସିଲା ବସ

40

କନକ ବ୍ୟୁରୋ : ଗୋଦାବରୀ ନଦୀ ଓଭରବ୍ରିଜରେ ଦୁର୍ଘଟଣା । ବସ୍ ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ସେମାନଙ୍କୁ ମୁଲାପୋଡି ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

କଲଭର୍ଟରେ ପିଟି ହୋଇ ପୋଲତଳକୁ ଖସି ପଡିଛି ଯାତ୍ରୀବାହୀ ବସ୍ । ଭୁବନେଶ୍ୱରରୁ ହାଇଦ୍ରାବାଦ ଯାଉଥିଲା ଏହି ବସ୍ ।  ଏଥିରେ ବହୁ ଓଡିଆ ଯାତ୍ରୀ ଥିବା ଆଶଙ୍କା କରାଯାଉଛି । ଆନ୍ଧପ୍ରେଦଶ କ୍ରିଷ୍ଣା ଜିଲ୍ଲା ମୁଲାପୋଡି ନିକଟରେ ପୋଲ ତଳକୁ ଖସିପଡିଛି ବସ୍ । ଗାଡିଟି ଦ୍ରୁତଗତିରେ ଯାଉଥିବାରୁ ଆଜି ଭୋରରୁ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହଛି ।

ବସଟି ଦୁଇଟି ପୋଲ ମଧ୍ୟରେ ଖସି ପଡିଥିବାରୁ ଉଦ୍ଧାରରେ ସମସ୍ୟା ଉପୁଜିଛି । ତେବେ ସ୍ଥାନୀୟ ପୁଲିସ ଉଦ୍ଧାରକାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଦିବାକାର ଟ୍ରାଭେଲସର ଏପି ଟୁ ଟିସି ୭୧୪୬ ନମ୍ବର ବସଟି ଭୁବନେଶ୍ୱରରୁ ଯାତ୍ରୀ ନେଇ ହାଇଦ୍ରାବାଦ ଅଭିମୁଖେ ଯାଉଥିଲା ।