୭ ବର୍ଷୀୟ କୁନି ଝିଅ ବନିଲା ବଡ ଷ୍ଟାର : ଡୁଡଲ ୪ ଗୁଗଲ ପ୍ରତିଯୋଗିତାରେ ହେଲା ଚାମ୍ପିଅନ୍, ମିଳିଲା ୨୦ ଲକ୍ଷ ଟଙ୍କାର ପୁରସ୍କାର

46

ଆମେରିକାର ଏକ କୁନି ଝିଅ ବନିଲା ବଡ ଷ୍ଟାର । ସାରା ଦୁନିଆରେ ଲୋକଙ୍କ ପାଇଁ ଆୟୋଜନ କରାଯାଇଥିବା ଡୁଡଲ ୪ ଗୁଗଲ କଂଟେଷ୍ଟରେ ସେ ବିଜେତା ହୋଇଛନ୍ତି । ଭର୍ଜିନିଆ ଫଲ୍ସ ଚର୍ଚରେ ରହୁଥିବା ୭ ବର୍ଷୀୟ ଝିଅ ସାରା ଗୋମେଜ୍ ଲେନ୍ ପ୍ରଥମ ଶ୍ରେଣୀ ଛାତ୍ରୀ । ସମଗ୍ର ଦୁନିଆର ଲୋକଙ୍କ ପାଇଁ ଆୟୋଜିତ ପ୍ରତିଯୋଗିତାରେ ସାରା ବିଶ୍ୱରୁ ଆସିଥିଲେ କିନ୍ତୁ ଏହାର ବିଜେତା ହେଲେ ଏକ ୭ ବର୍ଷୀୟ ସାରାହ । ଏଥର ଏହି ପ୍ରତିଯୋଗିତାର ବିଷୟ ବସ୍ତୁ ଥିଲା ‘ହ୍ୱାଟ୍ ଇନ୍ସପାୟର୍ସ ମି’ ।

କିଛି ମାସ ପରେ ସାରାକୁ ବିଜେତା ଘୋଷଣା କରାଯାଇଛି । ସାରା ନିଜର ଚିତ୍ର ଡାଇନୋସରକୁ ଧ୍ୟାନରେ ରଖି କରିଥିଲେ । ସେ କିହିଲେ କି ଡାଇନୋସର ତାଙ୍କୁ ଅନ୍ୟ ମାନଙ୍କ ମୁକାବିଲାରେ ସବୁଠାରୁ ଅଧିକ ପ୍ରଭାବିତ କରେ । ଏହି ପ୍ରତିଯୋଗିତାର ବିିଜେତା ହେବାପରେ ତାଙ୍କୁ ୨୦.୪୬ ଲକ୍ଷ(୩୦ ହଜାର ଡଲାର)ର ପୁରସ୍କାର ମିଳିବ ।

ଗୁଗଲ ଏହି ପ୍ରତିଯୋଗିତା ପାଇଁ ତିନି ମାପଦଣ୍ଡ ବ୍ୟବହାର କରାଯାଇଥିଲା । ଏଥିରେ କଳାତ୍ମକ କୈାଶଳ, ସୃଜନଶୀଳତାକୁ ଦେଖାଯାଇଥିଲା । ଗୁଗଲ ତାଙ୍କ ଡିଜାଇନ୍ କୁ ସବୁଠାରୁ ବେଶି ପସନ୍ଦ କଲା । ସେ ଡାଇନୋସର ପରିବାର କରି ଗୁଗଲର ଲୋଗୋ ତିଆରି କଲେ । ଏହି ବୟସରେ ଏମିତି ଚିତ୍ର ଆଶ୍ଚର୍ଯ୍ୟଜନକ ଥିଲା । ଏବେ ସାରାକୁ ୩୦ ହଜାର ଡଲାରର କଲେଜ୍ ସ୍କଲାରସିପ୍ ମିଳିବ । ଏହା ବ୍ୟତୀତ ୫୦ ହଜାର ଡଲାରର ଟେକନୋଲୋଜି ପ୍ୟାକେଜ୍ ମିଳିବ । ଏବଂ ଗୁଗଲ ହେଡକ୍ୱାର୍ଟରକୁ ବୁଲିଯିବାର ସୁଯୋଗ ମିଳିବ ।