ଖୋଲୁଛି ବାବାଙ୍କ ଗୁମର! ଦୁଷ୍କର୍ମ ବିବାଦରେ ଫସିଥିବା ଦାତୀ ମହାରାଜଙ୍କ ଆଶ୍ରମରୁ ୬୦୦ ଝିଅ ଗାଏବ ।

35

ବାବାଙ୍କ ପାଇଁ ବଢ଼ୁଛି ଅଡୁଆ । ବଳାତ୍କାର ଅଭିଯୋଗରେ ଫସିଥିବା ସୋସିଆଲ ମିଡିଆରେ ଚର୍ଚ୍ଚିତ ବାବା ଦାତୀ ମହାରାଜଙ୍କ ପାଇଁ ପୁଣି ବଢ଼ିଛି ଅଡୁଆ । ଆଲ୍ଲାବାସ ସ୍ଥିତ ଗୁରୁକୁଳ ଆଶ୍ରମରୁ ୬ଶହ ଝିଅ ନିଖୋଜ ହୋଇଥିବା ଘଟଣା ସମ୍ନାକୁ ଆସିଛି । ଗତ ୧୧ ତାରିଖ ଦିନ ଆତ୍ମ ଘୋଷିତ ବାବା ଦାତୀ ମହାରାଜଙ୍କ ନାଁରେ ବଳାତ୍କାର ଅଭିଯୋଗ ହେବାପରେ ଦିଲ୍ଲୀ ପୁଲିସ ଖୋଳତାଡ ଆରମ୍ଭ କରିଥିଲା । ଆତ୍ମଘୋଷିତ ଭଗବାନ ପରମହଂସ ବୋଲାଉଥିବା ଦାତୀ ମହାରାଜଙ୍କ ବିରୋଧରେ ଜଣେ ମହିଳା ଭକ୍ତ ଏଭଳି ଅଭିଯୋଗ ଆଣିଥିଲେ । ଏହାପରେ ଗତ ୧୨ ତାରିଖ ଦିନ ଦିଲ୍ଲୀ ଛତ୍ରପୁର ସ୍ଥିତ ଶନି ଧାମ ମନ୍ଦିରକୁ ପୁଲିସ ଯାଇ ତଦନ୍ତ ଆରମ୍ଭ କରିଥିଲା ।

ବାବା ଦାତୀ ମହାରାଜଙ୍କ କହିବା ଅନୁଯାୟୀ ଆଲ୍ଲାବାସ ସ୍ଥିତ ଗୁରୁକୁଳ ଆଶ୍ରମରେ ପାଖାପାଖି ୭ଶହ ଝିଅ ରହୁଥିଲେ । ତେବେ ବର୍ତ୍ତମାନ ସେହି ଗୁରୁକୁଳ ଆଶ୍ରମରେ ମାତ୍ର ଶହେ ଜଣ ଝିଅ ରହୁଥିବା ପୋଲିସ ଜାଣିବାକୁ ପାଇଛି । ତେବେ ନିଖୋଜ ୬ଶହ ଝିଅ କୁଆଡେ ଗଲେ ଏବଂ କେଉଁ କାରଣରୁ ଆଶ୍ରମ ଛାଡିଲେ ତାହାକୁ ନେଇ ଏବେ ଛାନବିନ୍ କରୁଛି ଦିଲ୍ଲୀ ପୋଲିସ । ସେପଟେ ଦିଲ୍ଲୀ ପୋଲିସ ଆଉ ଏକ ଟିମ୍ ଦୁଷ୍କର୍ମ ଅଭିଯୋଗ କରିଥିବା ପୀଡିତାଙ୍କ ସହିତ ଦାତୀ ମହାରାଜର ପ୍ରଥମ ଆଶ୍ରମକୁ ତଦନ୍ତ କରିବା ପାଇଁ ଯାଇଥିବା ସୁଚନା ମିଳିଛି । ସେଠାରେ ଜିଲ୍ଲା ପୋଲିସ ଅଧିକାରୀଙ୍କ ସହାୟତାରେ ରାଜସ୍ଥାନ ସ୍ଥିତ ଆଶ୍ରମରେ ପୁଙ୍ଖାନୁପୁଂଖ ତଦନ୍ତ କରିଛି ପୋଲିସ ।

ତେବେ ଗତ ୧୧ ତାରିଖ ଦିନ ଦିଲ୍ଲୀ ଫତେପୁର ପୋଲିସ ଷ୍ଟେସନରେ ଦାତୀ ମହାରାଜଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ କରିଥିଲେ ମହିଳା ଶିଷ୍ୟା । ମହିଳା ଶିଷ୍ୟାଙ୍କ ଅଭିଯୋଗ ଅନୁସାରେ ୨ ବର୍ଷ ତଳେ ଶନି ଧାମ ମନ୍ଦିର ଏବଂ ରାଜସ୍ଥାନ ସ୍ଥିତ ଆଶ୍ରମରେ ବଳାତ୍କାର କରିଥିଲେ ଦାତୀ ମହାରାଜ । ତେବେ ମହିଳା ଜଣକ ଜୀବନକୁ ବିପଦ ଥିବାରୁ ଭୟଭୀତ ହୋଇ ଦୁଇ ବର୍ଷ ହେବ ଚୁପ ରହିଥିଲେ ବୋଲି ପୀଡିତା ମହିଳା କହିଥିଲେ । ଦାତୀ ମହାରାଜ ନିୟମିତ ଭାବେ ରାଷ୍ଟ୍ରୀୟ ସମାଚାର ଚ୍ୟାନେଲ ଏବଂ ନିଜର ସ୍ୱତନ୍ତ୍ର ୱେବସାଇଟରେ ମଧ୍ୟ ଗୁରୁମନ୍ତ୍ର ଦିଅନ୍ତି ବାବା ଦାତୀ ମହାରାଜ । ଦିଲ୍ଲୀ ଶନି ମନ୍ଦିର ପ୍ରମୂଖ ଦାତୀ ମହାରାଜଙ୍କର ଦକ୍ଷିଣ ଦିଲ୍ଲୀରେ ଏକ ବିଶାଳ ଫାର୍ମ ହାଉସ ମଧ୍ୟ ରହିଛି ବୋଲି ସୁଚନା ମିଳିଛି । ସୁଚନା ଅନୁଯାୟୀ ବର୍ତ୍ତମାନ ବାବା ମଧ୍ୟ ଫେରାର ଅଛନ୍ତି । କାରଣ ଦିଲ୍ଲୀ ପୋଲିସ ତରଫରୁ ଜାରି କରାଯାଇଥିବା ନୋଟିସ ମୁତାବକ ଦାତୀ ମହାରାଜଙ୍କୁ ଗତକାଲି ଥାନାରେ ହାଜିର ହେବାର ଥିଲା, କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ବାବାଙ୍କର ପତ୍ତା ମିଳୁନାହିଁ । ଏହାସତ୍ତେ୍ୱ ପୋଲିସ ଦାତୀ ମହାରାଜ ସମସ୍ତ ଆଶ୍ରମରେ ଛାନବିନ୍ କରିବା ସହ ବାବାଙ୍କ ନିକଟତର ୨୭ ଜଣଙ୍କୁ ପଚରା ଉଚୁରା କରିଛି ପୋଲିସ ।