କମିବ ଖୁଚୁରା ବଜାରର କଷ୍ଟ : ଆଜିଠୁ ଓଡିଶାରେ ମିଳିବ ନୂଆ ୫୦୦ ଟଙ୍କିଆ ନୋଟ୍

47

କନକ ବ୍ୟୁରୋ : ଓଡିଶାକୁ ଆସିଲା ନୂଆ ୫୦୦ ଟଙ୍କିଆ ନୋଟ୍ । ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହାକୁ ପ୍ରଦର୍ଶିତ କରାଯାଇଛି । ପୂର୍ବରୁ ବିଭିନ୍ନ ରାଜ୍ୟରେ ୫୦୦ ଟଙ୍କିଆ ନୋଟ୍ ଉପଲବ୍ଧ ହେଉଥିବା ବେଳେ ଓଡିଶାରେ ଆଜିଠାରୁ ଲୋକଙ୍କ ପକେଟକୁ ଏହି ନୋଟ୍ ଆସିବ ।

ଆଶା କରାଯାଉଛି ୫୦୦ ଟଙ୍କିଆ ନୋଟ୍ ଓଡିଶା ବଜାରକୁ ଆସିବା ପରେ ସାଧାରଣ ଲୋକଙ୍କ ସମସ୍ୟା କିଛି ମାତ୍ରାରେ ଲାଘବ ହେବ । କାରଣ ୧୦୦ ଟଙ୍କିଆ ନୋଟ୍ ପରେ ସବୁଠାରୁ ବଡ ୨ ହଜାର ଟଙ୍କିଆ ନୋଟ୍ ଉପଲବ୍ଧ ହେଉଥିଲା । ଫଳରେ ଖୁଚୁରା ବଜାରରେ ନାନା ସମସ୍ୟା ଦେଖିବାକୁ ମିଳୁଥିଲା ।