ଜାଲ ସାର୍ଟିଫିକେଟ ଦେଇ ପାଠ ପଢିବା ମହଙ୍ଗା ପଡିଲା ! ୫ ଛାତ୍ରଛାତ୍ରୀଙ୍କୁ ନିଲମ୍ବିତ କଲା ରେଭେନ୍ସା ବିଶ୍ୱବିଦ୍ୟାଳୟ

45

କନକ ବ୍ୟୁରୋ : ଜାଲ ସାର୍ଟିଫିକେଟ ଜରିଆରେ ଆଡମିଶନ ମହଙ୍ଗା ପଡିଛି । ରେଭେନ୍ସା ବିଶ୍ୱବିଦ୍ୟାଳୟର ଏମବିଏ ବିଭାଗରେ ଜାଲ ସାର୍ଟିଫିକେଟ ଦେଇ ନାମ ଲେଖାଇଥିବା ଅଭିଯୋଗରେ ୫ ଜଣ ଛାତ୍ରଛାତ୍ରୀଙ୍କୁ ନିଲମ୍ବିତ କରିଛନ୍ତି ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ । ସେମାନେ ହେଲେ ନିକିତା ଶର୍ମା, ସୌମ୍ୟରଂଜନ ରାଉତ, ମଧୁସ୍ମିତା ପାତ୍ର, ରିଷଭ ପ୍ରସାଦ ଏବଂ ଅଭିଷେକ ପଟ୍ଟନାୟକ । ସେପଟେ ନାମଲେଖା ବେଳେ କିପରି ବିଭାଗୀୟ ଅଧିକାରୀ ନକଲି ସାର୍ଟିଫିକେଟ ଜାଣିପାରିଲେ ନାହିଁ ବୋଲି ପ୍ରଶ୍ନ ଉଠିଛି ।

ସେପଟେ ନିଲମ୍ବିତ ଛାତ୍ରୀ ନିକିତା ଶର୍ମା ଏନେଇ କଲେଜ କର୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି । ସେ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ହିଁ ସାର୍ଟିଫିକେଟ ନେଇଛନ୍ତି ଏବଂ ନାମ ଲେଖାଇଲା ବେଳେ କାହିଁକି ଏହି ପ୍ରଶ୍ନ ଉଠି ନଥିଲା ବୋଲି ଅଭିଯୋଗ କରିଛନ୍ତି । ଦୁଇ ମାସ ତଳେ ୨୦ ଜଣ ଛାତ୍ରଛାତ୍ରୀଙ୍କ ବିରୋଧରେ ଜାଲ ସାର୍ଟିଫିକେଟ ଦେଇ ଆଡମିସନ କରିଥିବା ଅଭିଯୋଗ ଆସିଥିଲା । ଏନେଇ ଏକ କମିଟି ତଦନ୍ତ କରିଥିଲେ ଏବଂ ବହୁ ପ୍ରମାଣ ପାଇଥିବା ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର କହିଛନ୍ତି । ଏଥିରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।