ଅପହଞ୍ଚ ଅପନ୍ତରା ଅଂଚଳରୁ ଲକ୍ଷ୍ନୌ ଯାତ୍ରା ! ଆର୍ନ୍ତଜାତୀୟ ବିଜ୍ଞାନ ମେଳାରେ ଯୋଗଦେବା ପାଇଁ ଯୋଗ୍ୟ ବିବେଚିତ ହେଲେ ନୟାଗଡ଼ର ପାଂଚ ଜଣ ଛାତ୍ରୀ

50

କନକ ବ୍ୟୁରୋ : ଅପହଂଚ ଗ୍ରାମାଂଚଳର ବାଳିକାମାନେ ଯୋଗଦେବେ ଆର୍ନ୍ତଜାତୀୟ ବିଜ୍ଞାନ ମେଳାରେ । ଲକ୍ଷ୍ନୌସ୍ଥିତ ଜାତୀୟ ବଟାନିକାଲ ରିସର୍ଚ୍ଚ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଚତୁର୍ଥ ଭାରତୀୟ ଆର୍ନ୍ତଜାତୀୟ ବିଜ୍ଞାନ ମେଳାରେ ଯୋଗଦେବେ । ବିଜ୍ଞାନମେଳାରେ ଯୋଗଦେବା ପାଇଁ ନୟାଗଡ ଜିଲ୍ଲା ବନମାଳିପୁରର କେଳା ସୁବୁଦ୍ଧି ବାଳିକା ଉଚ୍ଚବିଦ୍ୟାଳୟର ପାଂଚଜଣ ଛାତ୍ରୀ ଙ୍କୁ ମନୋନୀତ କରିଛନ୍ତି ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ।

ଅକ୍ଟୋବର ୫ରୁ ୮ ପର୍ଯ୍ୟନ୍ତ ହେବାକୁ ଥିବା ଆର୍ନ୍ତଜାତୀୟ ବିଜ୍ଞାନ ମେଳାରେ ଯୋଗେଦେବା ପାଇଁ ଆଜି ଲକ୍ଷ୍ନୌ ଅଭିମୁଖେ ଯାତ୍ରା କରିଛନ୍ତି ଛାତ୍ରୀମାନେ । ଗ୍ରାମର ମଡେଲ ଉପସ୍ଥାପନ କରିବା ସହ ନିଜ ଗ୍ରାମର ସମସ୍ୟା ଓ ସମାଧାନ ସଂପର୍କରେ ମତାମତ ରଖିବେ । ନିଜ ଗ୍ରାମକୁ ଏକ ମଡେଲ ଗ୍ରାମରେ ପରିଣତ କରିବାକୁ ପ୍ରଚେଷ୍ଟା କରିବେ ।

nayagarh

 

 

ଘରୁ ବାହାରି ନଥିବା ଛାତ୍ରୀମାନେ ଆର୍ନ୍ତଜାତୀୟ ବିଜ୍ଞାନମେଳାରେ ଯୋଗ ଦେଇ ବହୁ ଜାଣିବାକୁ ପାଇବେ ଓ ନିଜ ଗ୍ରାମର ଉନ୍ନତି ସାଧନ କରିପାରରିବେ ବୋଲି କହିଛନ୍ତି ସାଂସଦ ସୌମ୍ୟରଂଜନ ପଟ୍ଟନାୟକ । ଏହାସହ କେନ୍ଦ୍ର ସରକାରଙ୍କ ଏହି ଯୋଜନାକୁ ମଧ୍ୟ ସ୍ୱାଗତ କରିଛନ୍ତି ସୌମ୍ୟରଂଜନ । ପାଂଚଜଣ ଛାତ୍ରୀଙ୍କସହ ତାଙ୍କ ବିଜ୍ଞାନ ଶିକ୍ଷକ ମଙ୍ଗଳବାର ଲକ୍ଷ୍ନୌ ଅଭିମୁଖେ ଗସ୍ତ କରିଛନ୍ତି ।