ମାୟାନଗରୀରୁ ବିଦାୟ ନେଲେ ଗଜାନନ ! ଜାଣନ୍ତୁ ମୁମ୍ବାଇର ୫ଟି ବଡ଼ ମଣ୍ଡପ ବିଷୟରେ

234

କନକ ବ୍ୟୁରୋ : ମାୟାନଗରୀ ମୁମ୍ବାଇରୁ ଆଜି ବିଦାୟ ନେଉଛନ୍ତି ବପ୍ପା । ‘ଗଣପତି ବପ୍ପା ମୋରିୟା ଅଗଲେ ବରଷ ତୁ ଜଲଦି ଆ’ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠୁଛି ମୁମ୍ବାଇ । ପୂରା ପରିବେଶ ଭକ୍ତିମୟ ହୋଇ ଉଠିଛି । ବପ୍ପାଙ୍କୁ ବିଦାୟ ଦେବା ବେଳକୁ ଆଖିରୁ ଝରି ଆସୁଛି ଲୁହ । ତଥାପି ହୃଦୟକୁ ପଥର କରି ଗଣପତିଙ୍କୁ ମୁମ୍ବାଇବାସିନ୍ଦା ବିଦାୟ ଦେଉଛନ୍ତି । ଗତ ଦଶଦିନ ଧରି ଲାଗି ରହିଥିବା ଉତ୍ସବମୟ ପରିବେଶରେ ଆଜି ପଡିଛି ଯବନିକା । ପୁଣିଥରେ ଅପେକ୍ଷା ଆର ବର୍ଷକୁ । ଗଣେଶ ପୂଜା ପାଇଁ ପ୍ରସିଦ୍ଧ ମୁମ୍ବାଇ । ଲୋକେ ଏହି ଉତ୍ସବକୁ ବେଶ ଜାକଜମକରେ ପାଳନ କରିଥାନ୍ତି । ବିଭିନ୍ନ ସ୍ଥାନରେ ବଡ ବଡ ମୂର୍ତ୍ତି ସାଙ୍ଗକୁ ଆକର୍ଷଣୀୟ ପେଣ୍ଡାଲ ଲୋକଙ୍କୁ ଟାଣି ଆଣିଥାଏ ମୁମ୍ବାଇ ସହରକୁ । ଆସନ୍ତୁ ଜାଣିବା ମୁମ୍ବାଇର ପ୍ରସିଦ୍ଧ ଗଣେଶ ପେଣ୍ଡାଲ ସମ୍ପର୍କରେ ।

Lalbaugcha-Rajaଲାଲବାଗ ରାଜା: ଏଠାରେ ମୁମ୍ବାଇର ପ୍ରସିଦ୍ଧ ଲାଲବାଗ ରାଜା ଭାବେ ଗଣପତି ପୂଜା ପାଇଥାନ୍ତି । ଲାଲବାଗର ରାଜାଙ୍କୁ ଦେଖିବା ପାଇଁ ଲକ୍ଷ ଲକ୍ଷ ଲୋକଙ୍କର ଭିଡ ହୋଇଥାଏ । ଏଠାକୁ ଆସୁଥିବା ଭକ୍ତଙ୍କ କହିବା ଅନୁଯାୟୀ, ଥରେ ଲାଲବାଗ ରାଜାଙ୍କୁ ଦେଖିନେଲେ ସମସ୍ତ ପ୍ରକାର ଇଚ୍ଛା ପୂରଣ ହୋଇଥାଏ । ଗଣେଶ ଉତ୍ସବ ସମୟରେ ଲାଲବାଗ ରାଜାଙ୍କୁ ଦର୍ଶନ କରିବା ପାଇଁ ପ୍ରତିଦିନ ୧୫ ଲକ୍ଷ ଲୋକ ଆସିଥାନ୍ତି । ଏପରିକି ବପ୍ପାଙ୍କ ଟିକିଏ ଝଲକ ପାଇବା ପାଇଁ ଭକ୍ତ ମାନେ ଲାଇନରେ ୨୪ ଘଣ୍ଟାରୁ ବି ଅଧିକ ସମୟ ଛିଡା ହୋଇଥାନ୍ତି । ୧୯୩୪ ମସିହାରେ ପ୍ରଥମଥର ପାଇଁ ଏହି ପେଣ୍ଡାଲରେ ଗଣପତିଙ୍କୁ ସ୍ଥାପନା କରାଯାଇଥିଲା । ଦୀର୍ଘ ୮୪ ବର୍ଷ ଧରି ଏହି ପେଣ୍ଡାଲରେ ବପ୍ପା ପୂଜା ପାଇ ଆସୁଛନ୍ତି । ତେବେ ୧୯୩୫ ମସିହାରୁ ଆଜି ପର୍ଯ୍ୟନ୍ତ କାମ୍ବଲି ପରିବାର ବପ୍ପାଙ୍କ ମୂର୍ତ୍ତି ନିର୍ମାଣ କରୁଛନ୍ତି । ବପ୍ପାଙ୍କ ଦର୍ଶନ କରିବା ପାଇଁ ପ୍ରତିବର୍ଷ ଏଠାରେ ସେଲିବ୍ରିଟି ମାନଙ୍କର ପ୍ରବଳ ଭିଡ ଦେଖିବାକୁ ମିଳେ ।

mumbaicha rajaମୁମ୍ବାଇଚା ରାଜା (ଗଣେଶ ଗଳି): ଲାଲବାଗ ରାଜା ପେଣ୍ଡାଲ ଠାରୁ କିଛି ଦୂରରେ ଏହି ମଣ୍ଡପରେ ପୂଜା ପାଇଥାନ୍ତି ବପ୍ପା । ଦୀର୍ଘ ୯୦ ବର୍ଷ ଧରି ଏହି ମଣ୍ଡପରେ ପୂଜା ପାଇ ଆସୁଛନ୍ତି ଗଣପତି । ଚଳିତ ବର୍ଷ ଗଣେଶ ଉତ୍ସବକୁ ବେଶ ଜାକଜମକରେ ପାଳନ କରିଛନ୍ତି କାର୍ଯ୍ୟକର୍ତ୍ତା । ଏହି ବର୍ଷ ମଣ୍ଡପକୁ ଶ୍ରୀପୁରମ ଗୋଲଡ଼େନ ମନ୍ଦିରର ପ୍ରତିକୃତି ଭଳି ସଜା ଯାଇଛି । ତା ସହିତ ୧୯୮୫ ମସିହାରେ ଯେଉଁଭଳି ଗଣେଶ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଥିଲା ଚଳିତ ବର୍ଷ ଠିକ୍ ସେହିଭଳି ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି । ଚଳିତ ବର୍ଷ ୨୨ ଫୁଟ ଉଚ୍ଚର ଗଣେଶ ମୂର୍ତ୍ତି ନିର୍ମାଣ କରାଯାଇଛି । ଏହା ସହ ୫ କିଲୋଗ୍ରାମର ସୁନା ହାର ଗଣପତିଙ୍କର ଶୋଭା ବଢାଉଛି । ତା ଛଡା ଚଳିତ ବର୍ଷ ମଣ୍ଡପ ନିର୍ମାଣରେ ପ୍ଲାଷ୍ଟର ଅଫ ପ୍ୟାରିସର କମ ବ୍ୟବହାର ହୋଇଛି ।

chincpoklicha rajaସାର୍ବଜନିକ ଗଣେଶ ଉତ୍ସବ ସଂସ୍ଥା ଗିରିଗ୍ରାମ : ଏହା ମୁମ୍ବାଇ ସହରର ସର୍ବପୂରାତନ ଗଣେଶ ଉତ୍ସବ ସଂସ୍ଥା । ୧୨୫ ବର୍ଷ ଧରି ଏହି ମଣ୍ଡପରେ ପୂଜା ପାଇ ଆସୁଛନ୍ତି ଗଣପତି । ଲୋକମାନ୍ୟ ବାଲ ଗଙ୍ଗାଧର ତିଲକ ଏହି ମଣ୍ଡପରେ ଗଣେଶ ପୂଜା ଆରମ୍ଭ କରିଥିଲେ । ଏହି ମଣ୍ଡପରେ ଗଣେଶଙ୍କୁ ଏକ କୋଣରେ ସ୍ଥାପନ କରାଯାଇଥାଏ । ତା ଛଡା ଏହି ମଣ୍ଡପରେ ଗଣେଶ ଉତ୍ସବରେ ଢ଼ୋଲ, ବାଜା କିମ୍ବା ସାଉଣ୍ଡର ବ୍ୟବହାର ହୋଇନଥାଏ । ୧୯୦୧ ମସିହାରେ ବାଲ ଗଙ୍ଗାଧର ତିଲକ ପ୍ରଥମ ଥର ପାଇଁ ଏଠାରେ ଗଣେଶ ପୂଜାର ଆରମ୍ଭ କରିଥିଲେ । ଚଳିତ ବର୍ଷ ସଂସ୍ଥା ସହ ଜଡିତ ଥିବା ଯୁବକ ମାନେ ଏକ ଅଭିନବ ପ୍ରୟାସ ଆପଣାଇଛନ୍ତି । ଗଣପତିଙ୍କୁ ଦର୍ଶନ କରିବାକୁ ଆସୁଥିବା ଭକ୍ତଙ୍କୁ ଏହି ଯୁବକ ମାନେ ବୃକ୍ଷରୋପଣ କରିବାକୁ ଉତ୍ସାହିତ କରିବା ସହ ଗଛ ଚାରା ପ୍ରଦାନ କରୁଛନ୍ତି ।

ଚିଂଚପୋକଲିଚା ରାଜା:ଏଠାରେ ପୂଜା ପାଉଥିବା ଗଣପତି ଚିଂଚପୋକଲିଚା ଚିନ୍ତାମଣି ନାମରେ ପ୍ରସିଦ୍ଧ । ଚଳିତ ବର୍ଷ ୧୮ ଫୁଟ ଉଚ୍ଚର ଗଣେଶ ମୂର୍ତ୍ତି ଏହି ମଣ୍ଡପର ଶୋଭା ବଢ଼ାଉଛି । ତେବେ ଭକ୍ତଙ୍କୁ ମଣ୍ଡପ ଆଡକୁ ଆକୃଷ୍ଟ କରିବା ପାଇଁ ଚଳିତ ବର୍ଷ ପୂରା ମଣ୍ଡପକୁ ବାହୁବଳୀର ମାହିଷ୍ମତି ସାମ୍ରାଜ୍ୟର ଦରବାର ଭଳି ସଜ୍ଜିତ କରାଯାଇଛି । ଏହି ମଣ୍ଡପରେ ଦୀର୍ଘ ୯୮ ବର୍ଷ ଧରି ପୂଜା ପାଇ ଆସୁଛନ୍ତି ଗଣପତି ।

gsb sevaସ୍ୱର୍ଣ୍ଣ ଗଣେଶ (ଜିଏସବି ସେବା ଗଣେଶ ମଣ୍ଡଳ) : ଏଠାରେ ପୂଜା ପାଉଥିବା ଗଣେଶଙ୍କୁ ସମସ୍ତେ ସ୍ୱର୍ଣ୍ଣ ଗଣେଣ ଭାବେ ଜାଣିଛନ୍ତି । କାରଣ ଏଠାରେ ୬୦ କିଲୋଗ୍ରାମ ଆଭୂଷଣରେ ସଜ୍ଜିତ ହୋଇଥାନ୍ତି ବାପ୍ପା । ୧୯୫୪ ମସିହାରୁ ଏହିଠାରେ ପୂଜା ପାଉଛନ୍ତି ଗଣେଣ । ଏହି ମଣ୍ଡପରେ ସର୍ବଦା ପରିବେଶ ଅନୁକୂଳପଯୋଗୀ ମୂର୍ତ୍ତି ତିଆରି କରାଯାଇଥାଏ । ଏଠାରେ ପୂଜା ପାଉଥିବା ଗଣେଶ ମାଟିରେ ନିର୍ମିତ ହୋଇଥାଏ । ତା ଛଡା ଏହି ମଣ୍ଡପରେ ଦକ୍ଷିଣ ଭାରତର ମନ୍ଦିରରେ ବାଜୁଥିବା ପାରମ୍ପରିକ ସଙ୍ଗୀତ ବାଜିଥାଏ । କୌଣସି ରେକର୍ଡ କିମ୍ବା ଆଧୁନିକ ଗୀତ ଏହି ମଣ୍ଡପରେ ବାଜି ନଥାଏ ।