ବଢୁଛି ବିଜେଡି ଆକାଂଉଟର ୪୫ ଲକ୍ଷ ଟଙ୍କା ବିବାଦ : ନିର୍ବାଚନ ଖର୍ଚ ପାଇଁ ସାଢେ ୭ ଲକ୍ଷ ଟଙ୍କା ଦେଇଥିବା କହୁଛି ଦଳ

30

କନକ ବ୍ୟୁରୋ : ବିଜେଡି ଆକାଂଉଟରୁ ୪୫ ଲକ୍ଷ ଟଙ୍କା କାହା ଆକାଉଂଟକୁ ଯାଇଛି? ମାଓବାଦୀ ସବ୍ୟସାଚୀ ପଣ୍ଡାଙ୍କ ଆକାଉଂଟକୁ ଯାଇନାହିଁ ତ? ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ ଏଭଳି ଅଭିଯୋଗ ଆଣିବା ପରେ ବିଜେଡି ସ୍ପଷ୍ଟ କରିଥିଲା ଯେ ଏହି ଟଙ୍କା ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କ ଆକାଉଂଟକୁ ଯାଇନାହିଁ, ବରଂ ୮ ଜଣ ବିଜେଡି ପ୍ରାର୍ଥୀଙ୍କ ଆକାଉଂଟକୁ ନିର୍ବାଚନୀ ଖର୍ଚ୍ଚ ଦିଆଯାଇଛି ।

ମାତ୍ର ଏବେ ସାଂସଦ ବଳଭଦ୍ର ମାଝୀଙ୍କ ସତ୍ୟପାଠରୁ ଜଣାପଡ଼ୁଛି ଯେ ସେ ନିର୍ବାଚନରେ ଲଢ଼ିବା ପାଇଁ ଦଳଠାରୁ କୌଣସି ଟଙ୍କା ପାଇନାହାନ୍ତି। ତେବେ ପ୍ରଶ୍ନ ଉଠୁଛି କିଏ ସତ କହୁଛି? ବିଜେଡି ନା ସାଂସଦ ବଳଭଦ୍ର ମାଝୀ?

ଏହା ସହ ଦେଖନ୍ତୁ ଏହି ଭିଡିଓ –