ମାଲକାନଗିରି : ଜାପାନୀ ଜ୍ୱର ନେଲା ଆଉ ୨ ଜୀବନ, ୩୧ ଦିନରେ ଆଖି ବୁଜିଲେଣି ୪୫ଶିଶୁ

31

ମାଲକାନଗିରି : ପାହାଡି ଇଲାକାରେ ଖାଲି ହୋଇଯାଉଛି ମାଆର କୋଳ। ମାଲାକାନଗିରିରେ ଜାପାନୀ ଏନସେଫାଲାଇଟିସ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଜିଳ୍ଲା ମୁଖ୍ୟ ଡାକ୍ତରଖାନାରେ ଏନସେଫାଲାଇଟିସରେ ଆକ୍ରାନ୍ତ ଆଜି ପୁଣି ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି । ମୃତକ ଦୁଇ ଜଣ ହେଲେ ଡଙ୍ଗରଗୁଡା ଗାଁର ୨ବର୍ଷର ଶିଶୁ ପୁତ୍ର ଦଶରଥ ନାୟକ ଓ କାଲାକୁଣ୍ଡା ଗାଁର ୨ବର୍ଷର ଶିଶୁ କନ୍ୟା ଜୁଲି କବାସି । ଏହାସହ ୩୧ଦିନରେ ମୃତ୍ୟୁ ସଂଖ୍ୟା ୪୫ରେ ପଂହଚିଛି ।