‘ଟିଚର୍ ଅନ୍ କଲ୍’ର ନାଁ ବଦଳାଇଲେ ସରକାର : ଯୋଜନାକୁ ନେଇ ବଦଳିଲାନି ବିରୋଧୀଙ୍କ ଆଭିମୁଖ୍ୟ

31

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବଦଳିଲା ‘ଟିଚର୍ ଅନ୍ କଲ୍’ ଯୋଜନାର ନାଁ । ରାଜ୍ୟ ସରକାର ଏହାକୁ ପରିବର୍ତନ କରି ‘ଗେଷ୍ଟ ଟିଚର’ ବା ‘ଅତିଥି ଶିକ୍ଷକ’ ରଖାଯିବାକୁ ନିଷ୍ପତି ନେଇଥିବା ଜଣାପଡିଛି। ମାଧ୍ୟମିକ ସ୍କୁଲଗୁଡିକ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଅଗଷ୍ଟରେ ‘ଟିଚର୍ ଅନ୍ କଲ୍’ ଯୋଜନା କରାଯାଇଥିଲା । ତେବେ ଏହାକୁ ସଂଶୋଧନ କରାଯାଇଛି।

ଶୁକ୍ରବାର ବିଭାଗୀୟ ସଚିବ ରଞ୍ଜନା ଚୋପ୍ରା ଏକ ଶୁଦ୍ଧିପତ୍ର ଜାରି କରିଛନ୍ତି । ଏଥିରେ ଲେଖାଯାଇଛି, ଯେଉଁ ଶିକ୍ଷକମାନେ ବିଦ୍ୟାଳୟରେ ନିୟୋଜିତ ହେବେ ସେମାନଙ୍କୁ ଅତିଥି ଶିକ୍ଷକ ବୋଲି କୁହାଯିବ। ରାଜ୍ୟରେ ଶିକ୍ଷକ ଅଭାବ ପୂରଣ କରିବାକୁ ସରକାର ଅବସରପ୍ରାପ୍ତ ଶିକ୍ଷକ ମାନଙ୍କୁ ଗେଷ୍ଟ ଟିଚକ ଭାବରେ ଦିନ ଓ କ୍ଲାସ ଅନୁଯାୟୀ ପାରିତୋଷିକ ଦେଇ ସ୍କୁଲରେ ପାଠ ପଢାଇବାକୁ ଯୋଜନା ଆରମ୍ଭ କରିଛନ୍ତି।

ତେବେ ସରକାରଙ୍କ ଏହି ଯୋଜନାକୁ ନେଇ ମୂଳରୁ ନାକ ଟେକୁଛନ୍ତି ବିରୋଧୀ । ରାଜ୍ୟରେ ସିଟି, ବିଇଡି ଟ୍ରେନିଂ ନେଇ ହଜାର ହଜାର ବେକାର ଯୁବକ ଯୁବତୀ ବସିରହିଥିବାବେଳେ ସରକାର କାହିଁକି ଅବସରପ୍ରାପ୍ତ ଶିକ୍ଷକଙ୍କୁ ନେଇ ଶିକ୍ଷାଦାନ କରୁଛନ୍ତି ବୋଲି ପ୍ରଶ୍ନ କରୁଛନ୍ତି । ଏବେ ପୁଣି ଯୋଜନାର ନାମ ପରିବର୍ତନ ପରେ ଆପତି ଉଠାଇଛି ବିରୋଧୀ ବିଜେପି । ଏକ ସାମ୍ବାଦିକ ସମ୍ମିଳନୀ କରି ପୁଣି ଶିକ୍ଷକଙ୍କୁ ଓଲା ଓ ଓବେର ଗାଡି ଭଳି ସରକାର ଭଡାରେ ଲଗାଉଥିବା ଲାଂଛନା ଲଗାଇଛି।

ଏହା ସହ ଦେଖନ୍ତୁ ଏହି ଭିଡିଓ –