ପିପିଲିରେ ଉତ୍ତ୍ୟକ୍ତ ଲୋକଙ୍କ ଲଙ୍କାକାଣ୍ଡ ! ପୁଣି ଏକ ବସରେ ଲଗାଇଲେ ନିଆଁ, ୨ ଘଂଟାରେ ୪ଟି ବସ୍ ପାଉଁଶ

34

କନକ ବ୍ୟୁରୋ : ପିପିଲିରେ ଉତ୍ତ୍ୟକ୍ତ ଲୋକଙ୍କ ଲଙ୍କାକାଣ୍ଡ । ପୁଣି ଏକ ବସରେ ନିଆଁ ଲଗାଇଦେଇଛନ୍ତି ଲୋକେ । ପରିସ୍ଥିତିକୁ ନିୟନ୍ତ୍ରଣକୁ କରିବାକୁ ଯାଇ ପୁଲିସ୍ ପକ୍ଷରୁ ଲାଠିଚାର୍ଜ କରାଯାଇଛି । ୨ ଘଂଟା ମଧ୍ୟରେ ୪ଟି ବସ୍ ଜାଳିଦେଇଛନ୍ତି ଲୋକେ । ହାଟଛକ ନିକଟରେ ବସ୍ ଧକ୍କାରେ ଦମ୍ପତିଙ୍କ ମୃତୁ ହେବା ପରେ ଏହାକୁ ନେଇ ଘଟଣାସ୍ଥଳରେ ଉତେଜନା ଦେଖାଦେଇଛି ।

ଆଇନକୁ ହାତକୁ ନେଇଛନ୍ତି ଦୁର୍ଘଟଣା ଘଟାଇଥିବା ବସ୍ ସମେତ ୪ଟି ବସ୍ ଜାଳି ଦେଇଛନ୍ତି ଲୋକେ । ତେବେ ଦମକଳ ବାହିନୀକୁ ମଧ୍ୟ ନିଆଁ ଲିଭାଇବାକୁ ଦେଇନାହାନ୍ତି ଲୋକେ । ଘଟଣାକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ମୁତୟନ ହୋଇଥିବା ପୁଲିସକୁ ମଧ୍ୟ ଉତ୍ୟକ୍ତ ଲୋକ ମାଡ ମାରିଥିବା ଜଣାପଡିଛି । ପୁଲିସ୍ ଓ ସ୍ଥାନୀୟ ଲୋକ ଧସ୍ତାଧସ୍ତି ହୋଇଛନ୍ତି ।