ବିଜେଡିରେ ମିଶ୍ରଣ ପର୍ବ ! ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଶଙ୍ଖରେ ମିଶିଲେ ବିଜେପି ପ୍ରାର୍ଥୀ ସନ୍ତୋଷ ଅମାତ

77

କନକ ବ୍ୟୁରୋ : ରାଜନୀତିରେ ଏବେ ଚାଲିଛି ମିଶ୍ରଣ ପର୍ବ । ଗତକାଲି କେନ୍ଦୁଝର ଏବଂ ଯାଜପୁର ଜିଲ୍ଲାର କଂଗ୍ରେସ୍ ସହ ବିଜେପିର ଅନେକ ହେଭିୱେଟ୍ ନେତା ମିଶିଥିଲେ ବିଜେପିରେ । ଆଉ ଆଜି ବିଜେଡିରେ ମିଶିଛନ୍ତି ତଳସରା ବିଧାନସଭାର ବିଜେପି ପ୍ରାର୍ଥୀ । ପୂର୍ବତନ ଆଇଆରସି କର୍ମଚାରୀ ସନ୍ତୋଷ ଅମାତ ଆଜି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ମିଶିଛନ୍ତି । ୨୦୧୪ରେ ତଳସରା ବିଧାନସଭାରୁ ସେ ବିଜେପି ପ୍ରାର୍ଥୀ ହୋଇଥିଲେ । ସୁନ୍ଦରଗଡରେ ଜୁଏଲ ଓରାମଙ୍କୁ ସମାପ୍ତ କରିବା ପାଇଁ ସେ ବିଜେଡିରେ ଯୋଗଦେଇଥିବା କହିଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ ମଧ୍ୟ ସନ୍ତୋଷ ଅମାତଙ୍କୁ ସ୍ୱାଗତ କରିଛନ୍ତି ।