ଟିଟୋ ମାମଲାରେ ଆଜି ଭିଜିଲାନ୍ସର ୫ ସ୍ଥାନରେ ଚଢାଉ : ଫସିବେ ଟିଟୋକୁ ସାହାଯ୍ୟ କରିଥିବା ସରକାରୀ ବାବୁ !

50

କନକ ବ୍ୟୁରୋ : ଗ୍ୟାଙ୍ଗଷ୍ଟାର ଟିଟୋର ଗୋଟିଏ ପରେ ଗୋଟିଏ କଳାକାରନାମାର ଗୁମର ଖୋଲିବାରେ ଲାଗିଛି । ଏହାରି ମଧ୍ୟରେ ଗତକାଲି ଟିଟୋରସମସ୍ତ ତଦନ୍ତ ଭିଜିଲାନ୍ସ ଦ୍ୱାରା କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା । ଗତକାଲି ଅପରାହ୍ମରେ ଏସଟିଏଫ ଭିଜିଲାନ୍ସକୁ ସମସ୍ତ ତଦନ୍ତ ସମ୍ପୃକ୍ତ କାଗଜପତ୍ର ହସ୍ତାନ୍ତର କରିଥିବା ଜଣାପଡିଛି । ତେବେ ଟିଟୋସହ କେଉଁ ସରକାରୀ ବାବୁମାନଙ୍କ ସହେଯାଗ ରହିଛି ତାହା ଉପରେ ତଦନ୍ତ କରାଯିବ ବୋଲି ଜଣାପଡିଛି । ଏକ ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଭିଜିଲ୍ାନ୍ସ ଅନେକ ସରକାରୀ ବାବୁମାନଙ୍କୁ ତଦନ୍ତ ପରିସର ଭୁକ୍ତ କରାଯିବ ବୋଲି ଜଣାପଡିଛି । ଆଜି ସକାଳୁ ଭିଜିଲାନ୍ସ ୫ଟି ସ୍ଥାନରେ ଚଢାଉ କରିଥିବା ଜଣାପଡିଛି । କେନ୍ଦ୍ରାପଡା, ଡେରାବିଶ, ଗରଦପୁର, ଚଣ୍ଡିଖୋଲ ଓ କଟକର ବିଭିନ୍ନ ସ୍ଥାନରେ ଚଢାଉ କରିଛି । ତେବେ ଘଟଣାର ସମସ୍ତ ଦିଗକୁ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି ।

ତେବେ ଗତକାଲି ଭିଜିଲାନ୍ସ ଗ୍ରହଣ କରିବା ପୂର୍ବରୁ ସର୍ବପ୍ରଥମେ ରେଭିନ୍ୟୁ ଓ ପୋଲିସ ଅଧିକାରୀମାନେ ରହିଥିବା ବେଳେ ଟିଟୋ ସହ କେଉଁ ଅଧିକାରୀମାନେ ସମ୍ପୃକ୍ତ ଥିଲେ ଯେଉଁଥି ଲାଗି ସେ ଏପରି ଅପରାଧିକ ଷଡଯନ୍ତ୍ର କରିବାରେ ସାହାସ କରିପାରୁଥିଲା । କେବଳ ଏତିକି ନୁହେଁ ବରଂ ଟିଟୋ ଗୁରଫ ହେବା ଦିନଠାରୁ ଆଜି ପର୍ୟ୍ୟନ୍ତ ସମସ୍ତ ଘଟଣାକୁ ପୁଣିଥରେ ଭିଜିଲାନ୍ସ ତଦନ୍ତ କରିବ ବୋଲି ସୂଚନା ମିଳିଛି । ତାହାର ସମସ୍ତ କଳାକାରନାମାର ଗୁମର ଖୋଲାଯିବା ସହିତ ତାକୁ ଏପରି କରିବାରେ ସମସ୍ତ ପ୍ରକାର ସହଯୋଗ କରୁଥିବା ବ୍ୟକ୍ତିମାନଙ୍କର ମଧ୍ୟ ମୁଖା ଖୋଲାଯିବ । ପାଖାପାଖି ୫୦ ଜଣ ସରକାରୀ ଅଫିସରଙ୍କ ଉପରେ ଭିଜିଲାନ୍ସ ନଜର ରଖଥିବା ଜଣାପଡିଛି । ଭିଜିଲାନ୍ସ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ ବୋଲି ଜଣାପଡିଛି ।