ଜମ୍ମୁ-କାଶ୍ମୀରର ସୋପିଆନରେ ଆତଙ୍କି ହମଲା ! ଜଣେ ମହିଳାଙ୍କ ସମେତ ୩ଜଣ ଯବାଦ ସହିଦ ଓ ୪ ଯବାନ ଆହତ

68

କନକ ବ୍ୟୁରୋ : ଜମ୍ମୁ ଓ କାଶ୍ମୀରର ସୋପିଆନରେ ଆତଙ୍କବାଦୀ ଆକ୍ରମଣ । ଏହି ଆତଙ୍କବାଦୀ ଆକ୍ରମଣରେ ୩ଜଣ ଯବାଦ ସହିଦ ହୋଇଥିବା ବେଳେ ୪ଜଣ ଯବାନ ଆହତ ହୋଇଛନ୍ତି । ଆକ୍ରମଣରେ ଜଣେ ମହିଳାଙ୍କ ମଧ୍ୟ ମୃତ୍ୟୁ ହୋଇଛି  । ସୋପିଆନରେ ସେନାର ପାଟ୍ରୋଲିଂ ପାର୍ଟି ଉପରେ ଏହି ଆକ୍ରମଣ ହୋଇଛି  । ଗତକାଲି ବିଳମ୍ବିତ ରାତିରେ ପାଟ୍ରୋଲିଂରେ ଯାଇଥିବା ଯବାନଙ୍କ ଉପରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ ଆତଙ୍କବାଦୀ ।

ସେନାର ଏହାର ମୁହଁତୋଡ ଯବାବ ଦେଇଛି  । ସ୍ଥାନୀୟ ଅଂଚଳକୁ ସିଲ୍ କରି ଦିଆଯାଇ ସର୍ଚ୍ଚ ଅପରେସନ ଜାରି ରହିଛି  । ଚଳିତ ମାସ ପ୍ରଥମରୁ ବି କାଶ୍ମୀର କୁଲଗାମର ଏକ ଘରେ ଆତଙ୍କବାଦୀମାନେ ଲୁଚି ରହିଥିଲେ । ପରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହି ଆକ୍ରମଣରେ ରାଷ୍ଟ୍ରୀୟ ରାଇଫଲ୍ସର ଦୁଇ ଜଣ ସୁରକ୍ଷା କର୍ମୀ ସହିଦ ହୋଇଥିଲେ  ।