ଜମ୍ମୁ-କାଶ୍ମୀର ନରୱାଲରେ ଭୟାବହ ଅଗ୍ନିକାଣ୍ଡ : ବସ୍ତିରେ ନିଆଁ ଲାଗି ଜଳିଗଲା ୮୦ ବଖରା ଝୁମ୍ପୁଡି ଘର

38

କନକ ବ୍ୟୁରୋ : ଜମ୍ମୁ ଓ କାଶ୍ମୀରର ନରୱାଲ ବସ୍ତି ଅଂଚଳରେ ଭୟାବହ ଅଗ୍ନିକାଣ୍ଡ । ଶୁକ୍ରବାର ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି । ଏଥିରେ ୩ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି । ଭୟାବହ ଅଗ୍ନିକାଣ୍ଡରେ ବସ୍ତିର ପ୍ରାୟ ୮୦ଟି ଝୁମ୍ପୁଡି ପୋଡି ପାଉଁଶ ହୋଇଯାଇଛି ।

ଅଗ୍ନିକାଣ୍ଡର କାରଣ ବର୍ତମାନ ଯାଏଁ ସ୍ପଷ୍ଟ ହୋଇନି । ମାତ୍ର ୨୦ମିନିଟ ଭିତରରେ ସବୁ କିଛି ପୋଡି ନଷ୍ଟ ହୋଇଯାଇଛି । ନିଆଁର ପ୍ରକୋପ ଏତିକି ଅଧିକ ଥିଲା ଯେ, ୨୦ମିନିଟ୍ ଭିତରେ ପାଖାପାଖି ୮୦ଟି ଝୁମ୍ପୁଡିକୁ ନିିଜ ଆୟତକୁ ନେଇଯାଇଥିଲା । ଏବେ ଏହି ପାଉଁଶ ତଳୁ ଖାଦ୍ୟ ସନ୍ଧାନ କରୁଛନ୍ତି ଅଗ୍ନିବିପନ୍ନ ।