ନବରଙ୍ଗପୁରରେ ଅଭାବନୀୟ ଘଟଣା । ରାସ୍ତା କାମ ପାଇଁ ଖୋଳାଯାଇଥିବା ପାଣି ଭର୍ତ୍ତି ଖାଲରେ ପଡି ୨ ନାବାଳକ ମୃତ, ଜଣେ ଗୁରୁତର

54

କନକ ବ୍ୟୁରୋ: ସାଇକେଲ ଧୋଇବାକୁ ଗଲା ବେଳେ ଗୋଡ ଖସି ଜୀବନ ଗଲା । ରାସ୍ତା ନିର୍ମାଣ ପାଇଁ ଖୋଳା ଯାଇଥିବା ପାଣି ଭର୍ତି ଖାଲରେ ଖସି ୨ ନାବାଳକ ମୃତ ଓ ଜଣେ ଗୁରୁତର । ଏପରି ଦୁଃଖଦ ଘଟଣା ଘଟିଛି ନବରଙ୍ଗପୁର ପାଖ ଚିର୍ମା ଗାଁରେ । ମୃତକ ଦୁଇ ଜଣେ ହେଲେ ଚିର୍ମା ଗାଁର ନିଶିକାନ୍ତ ବିଶୋଇ ଓ ତୁଷାରକାନ୍ତ ବିଶୋଇ ଏବଂ ସଂପର୍କରେ ସେମାନେ ଦୁଇ ଭାଇ ବୋଲି ଜଣାପଡିଛି ।

ସାଇକେଲ ଧୋଇବାକୁ ଯାଇ ପ୍ରଥମେ ଜଣେ ନାବାଳକ ପାଣି ଭିତରେ ଖସି ପଡିଥିଲେ । ତାଙ୍କୁ ଉଦ୍ଧାର କରିବାକୁ ଯାଇ ୨ ନାବାଳକ ମଧ୍ୟ ଖାଲ ଭିତରେ ବୁଡି ଯାଇଥିଲେ । ତିନି ନାବାଳକଙ୍କୁ ପାଣିରୁ ଉଦ୍ଧାର କରାଯାଇ ନବରଙ୍ଗପୁର ଡାକ୍ତର ଖାନା ନିଆଯାଇଥିଲା । ସେଠାରେ ୨ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଜଣେ ନାବାଳକ ଚିକିତ୍ସାଧିନ ଅଛନ୍ତି ।
ତିନି ପିଲା ଦାଦିପୁଅ ଓ ପିଉସୀ ପୁଅ ଭାଇ। ଆଜି ରବିବାର ଥିବାରୁ ଗାଧୋଇବା ପାଇଁ ତିନିହେଁ ସାଥିହୋଇ ରାସ୍ତାକଡ଼ ମୋରମ ଖାତରେ ଥିବା ପାଣିରେ ପଶିଥିଲେ। ଗାଧୋଇବା

ସମୟରେ କୌଣସି କାରଣରୁ ନୀତେଶ ଓ ତୁଷାର ସମ୍ପୂର୍ଣ୍ଣ ବୁଡ଼ି ଯାଇଥିଲେ। ଗାଁ ଲୋକେ ତିନି ଜଣଙ୍କୁ ଉଦ୍ଧାର କରି ସାନମଶିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରୁ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆ ଯିବା ପରେ ଡାକ୍ତରମାନେ ନୀତେଶ ଓ ତୁଷାରଙ୍କୁ ମୃତ ଘୋଷଣା କରିଥିଲେ। ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ଶିବାର ଚିକିତ୍ସା ଚାଲିଛି। ଖବର ପାଇ କଚଡ଼ିଗାଁ ଥାନା ପୁଲିସ ତଦନ୍ତ ପାଇଁ ପହଞ୍ଚୁଛି।