ଦଶହରା ପୂର୍ବରୁ ଦେଶର ୩ ବଡ଼ ବ୍ୟାଙ୍କ ଦେଲେ ଉପହାର ! ଶସ୍ତା ହେବ ଇଏମଆଇ

33

ଦଶହରା ପୂର୍ବରୁ ଦେଶର ୩ଟି ପ୍ରମୁଖ ବ୍ୟାଙ୍କ୍ ନିଜର କୋଟି କୋଟି ଗ୍ରାହକଙ୍କୁ ଉପହାର ଦେଇଛନ୍ତି । ଆସନ୍ତା ମାସରୁ ଆପଣଙ୍କ ଇଏମଆଇ ଶସ୍ତା ହୋଇଯିବ । ସୂଚନା ଅନୁସାରେ ବ୍ୟାଙ୍କ ଗୁଡ଼ିକ ନିଜର ବେସ୍ ରେଟ୍ କମ କରି ଦେଇଛନ୍ତି, ଯାହାର ପ୍ରଭାବ ଆପଣଙ୍କ ଋଣ ଶୁଝିବା ଉପରେ ପଡ଼ିପାରେ ବୋଲି ଆଶା କରାଯାଉଛି । ତେବେ ଏହି ବ୍ୟାଙ୍କ ଗୁଡ଼ିକରେ ସାମିଲ ଅଛନ୍ତି ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ(ଏସବିଆଇ), ବ୍ୟାଙ୍କ୍ ଅଫ୍ ବରୋଦା ଓ ଆନ୍ଧ୍ରା ବ୍ୟାଙ୍କ୍ । ରିଜର୍ଭ ବ୍ୟାଙ୍କର ଆସନ୍ତା ସପ୍ତାହରେ ହେବାକୁ ଥିବା ମନିଟାରୀ ପଲିସି ଘୋଷଣା ପୂର୍ବରୁ ଏପରି ନିଷ୍ପତ୍ତି ନିଆଯାଇଛି ।

ଏସବିଆଇ ବେସ ରେଟ୍ କମ କରିଛି –
SBIଦେଶର ସବୁଠାରୁ ବଡ଼ ବ୍ୟାଙ୍କ୍ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଏସବିଆଇ) ନିଜର ବେସ୍ ମୂଲ୍ୟ ୦.୦୫ ପ୍ରତିଶତ କମ କରିଛି । ଅକ୍ଟୋବର ଠାରୁ ଏହି ମୂଲ୍ୟ ଲୋନ ନେଇଥିବା ଗ୍ରାହକଙ୍କ ଉପରେ ଲାଗୁ ହେବ । ତେବେ ଏହି ସୁବିଧା ସେହି ଏସବିଆଇ ଗ୍ରାହକଙ୍କୁ  ମିଳିବ, ଯେଉଁମାନେ ବେସ୍ ମୂଲ୍ୟ ଉପରେ ନିଜର ହୋମ୍ ଲୋନ୍, ଏଜୁୁକେସନ ଓ କାର ଲୋନ ନେଇଛନ୍ତି । ତେବେ ବେସ ମୂଲ୍ୟ କମ ହେବା ପରେ ଏବେ ବ୍ୟାଙ୍କର ନୂଆ ମୂଲ୍ୟ ୮.୯୫ ପ୍ରତିଶତ ହୋଇଯାଇଛି ।

ବ୍ୟାଙ୍କ୍ ଅଫ୍ ବରୋଦା ଓ ଆନ୍ଧ୍ରା ବ୍ୟାଙ୍କ୍ କମ୍ କଲେ ବେସ୍ ମୂଲ୍ୟ-
ଏସବିଆଇ ପରେ ବ୍ୟାଙ୍କ୍ ଅଫ୍ ବରୋଦା ଓ ଆନ୍ଧ୍ରା ବ୍ୟାଙ୍କ ନିଜର ବେସ୍ ମୂଲ୍ୟ କମ୍ କରିବା ପାଇଁ ଘୋଷଣା କରିଛନ୍ତି । ଆନ୍ଧ୍ରା ବ୍ୟାଙ୍କର ବେସ ମୂଲ୍ୟ ୯.୭୦ରୁ କମି ୯.୫୫ ହୋଇଛି । ଅନ୍ୟପଟେ ବ୍ୟାଙ୍କ ଅଫ୍ ବରୋଦାର ନିଜର ବେସ୍ ମୂଲ୍ୟ ୯.୫୦ରୁ କମ କରି ୯.୧୫ ପ୍ରତିଶତ କରିଦେଇଛି ।

ତେବେ ଏଇଠି ଧ୍ୟାନ ଦିଅନ୍ତୁ ବ୍ୟାଙ୍କ ନିଜର ବେସ ରେଟରେ ମୂଲ୍ୟ କମ କରିଛି, ଏମସିଏଲଆର ମୂଲ୍ୟରେ ନୁହେଁ । ଏମସିଏଲଆର ମୂଲ୍ୟ ଏପ୍ରିଲ ୨୦୧୬ ଠାରୁ ଋଣ ନେଇଥିବା ଗ୍ରାହକଙ୍କ ଉପରେ ଲାଗୁ ହୋଇଛି । ତେବେ ଏପ୍ରିଲ ୨୦୧୬ ପୂର୍ବରୁ ଋଣ ନେଇଥିବା ଗ୍ରାହକଙ୍କ ଉପରେ ବେସ୍ ରେଟ୍ ଲାଗୁ ହେଉଥିଲା । ତେବେ ଏଥିମଧ୍ୟରେ ଅନେକ ଲୋକ ନିଜ ଲୋନକୁ ଏମସିଏଲଆରକୁ ବଦଳାଇ ନେଇଛନ୍ତି ।