ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ

55

ବଲିଉଡ ଜଗତର ସୁପରହିଟ୍ ନାୟିକା ବିଦ୍ୟା ବାଲାନ୍ ହେଲେ ଦୁର୍ଘଟଣାର ଶିକାର । ଆଜି (ଶୁକ୍ରବାର) ସକାଳୁ ମୁମ୍ବାଇରେ ବିଦ୍ୟାଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି ।

ସୂଚନା ମୁତାବକ, ବିଦ୍ୟା ବାଲାନ ଏକ ମିଟିଂ କାମରେ ବାନ୍ଦ୍ରା ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ତେବେ ଏକ କାର ବିଦ୍ୟାଙ୍କ କାରକୁ ଧକ୍କା ଦେବା କାରଣରୁ ଏହି ଦୁର୍ଘଟଣା ହୋଇଛି । ଯାହାଦ୍ୱାରା ବିଦ୍ୟାଙ୍କ ଗାଡି ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଯାଇଥିବା ବେଳେ ମରଣ ମୁହଁରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ନାୟିକା ବିଦ୍ୟା ବାଲାନ ।

ଏଠାରେ ଆମେ କହି ରଖୁଛୁ କି, ନିକଟରେ ବିଦ୍ୟା ବାଲାନଙ୍କ ଆଗାମୀ ସିନେମା ‘ ତୁହ୍ମାରୀ ସୁଲୁ’ର ସୁଟିଂ କାମ ଶେଷ ହୋଇଛି । ସୁରେଶ ତ୍ରିବେଣୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ସିନେମାରେ ବିଦ୍ୟା ଜଣେ ନାଇଟ୍ ଜକି ଭୂମିକାରେ ନଜର ଆସୁଛନ୍ତି । ଏହା ପୂର୍ବରୁ ବି ବିଦ୍ୟାଙ୍କୁ ସଂଜୟ ଦତ୍ତଙ୍କ ସିନେମା ‘ଲଗେ ରହୋ ମୁନ୍ନା ଭାଇ’ରେ ଜଣେ ଆର.ଜେ ଭୂମିକାରେ ଦେଖିବାକୁ ମିଳିଥିଲା । ତେବେ ବିଦ୍ୟାଙ୍କ ସ୍ୱାମୀଙ୍କ ଭୂମିକାରେ ନଜର ଆସୁଛନ୍ତି ମାନବ କୋଲ ଏଥିସହିତ ଏହି ସିନେମାରେ ନେହା ଧୁପିଆଙ୍କୁ ଦେଖିବାକୁ ମିଳିବ ଯିଏ କି ବିଦ୍ୟା ବାଲାନଙ୍କ ବସ୍ ରୂପରେ ନଜର ଆସିବେ ।

ଏହା ବ୍ୟତୀତ ଏହି ସିନେମାଟିକୁ ଭୁଷଣ କୁମାର, ତନୁଜ ଗର୍ଗ ଏବଂ ଅତୁଲ କାସବେକର ପ୍ରଯୋଜନା ଦେଇଛନ୍ତି । ତେବେ ବିଦ୍ୟା ବାଲାନ ଏହା ପୂର୍ବରୁ ବି ‘ବେଗମ ଜାନ’ରେ କାମ କରିସାରିଛନ୍ତି ଏବଂ ଏହି ସିନେମାରେ ବିଦ୍ୟାଙ୍କର ଦମଦାର ଅଭିନୟ ପାଇଁ ତାଙ୍କୁ ସିନେ ସମୀକ୍ଷକମାନେ ଖୋଲାଖୋଲି ଭାବେ ପ୍ରଂଶସା କରିଥିଲେ । ଯଦିଓ ସିନେମାଟି ବକ୍ସ ଅଫିସରେ ସେତେଟା ରୋଜଗାର କରିପାରି ନଥିଲା ତେବେ ‘ତୁହ୍ମାରୀ ସୁଲୁ’କୁ ନେଇ ବିଦ୍ୟା ବାଲାନ ଅଧିକ ଆଶାବାଦୀ ହୋଇପଡିଛନ୍ତି । ସିନେମାଟି ୨୪ ନଭେମ୍ବରକୁ ପରଦାକୁ ଆସୁଛି ।

ସୌଜନ୍ୟ ଆଜତକ୍