ଆଜି ଆସିବ ଟୁଜି ଦୁର୍ନୀତିର ରାୟ ! ୧ ଲକ୍ଷ ୭୬ ହଜାର କୋଟି ଘୋଟାଲାରେ ସିବିଆଇ କୋର୍ଟ ଶୁଣାଇବେ ରାୟ

30

କନକ ବ୍ୟୁରୋ : ୨୦୧୦ ବହୁ ଚର୍ଚ୍ଚିତ ଟୁଜି ଦୁର୍ନୀତି ମାମଲାରେ ଆଜି ସିବିଆଇ କୋର୍ଟ ରାୟ ଶୁଣାଇବେ । ଟୁଜି ନାଁରେ ଦେଶକୁ ୧ ଲକ୍ଷ ୭୬ ହଜାର କୋଟିର କ୍ଷତି ସହବିାକୁ ପଡିଥିଲା । ମାମଲାରେ ତତକାଳୀନ ଟେଲିକମ ମନ୍ତ୍ରୀ ଏ.ରାଜା ଓ ଡିଏମକେ ସାଂସଦ କାନିମୋଝିକୁ ଜେଲ ଯିବାକୁ ପଡିଥିଲା । ଏହାଛଡା କିଛି କମ୍ପ।।ନୀ ଓ କିଛି ବ୍ୟବସାୟୀ ବି ଦୁର୍ନୀତିରେ ଅଭିଯୁକ୍ତ ଅଛନ୍ତି । ଟୁଜି ଦୁର୍ନୀତି ପ୍ରଥମେ ୨୦୧୦ରେ ସାମ୍ନାକୁ ଆସିଥିଲା । ସିଏଜି ରିପୋର୍ଟରେ କୁହାଯାଇଥିଲା, ତତକାଳୀନ ଟେଲିକମ ମନ୍ତ୍ରୀ ଥିବା ସମୟରେ ଟୁଜି ସ୍ପେକ୍ଟ୍ରମ ଆବଂଟନ ବେଳେ ଦୁର୍ନୀତି ହୋଇଥିଲା । ଆଉ ଏହା ଯୋଗୁଁ ଦେଶକୁ ୧ ଲକ୍ଷ ୭୬ ହଜାର କୋଟିର କ୍ଷତି ପଂହଚିଥିଲା । ଏହି ଦୁର୍ନୀତିରି ସିବିଆଇ କୋର୍ଟ ୩ଟି ମାମଲାରେ ରାୟ ଶୁଣାଇବେ । ସିବିଆଇ ଦୁଇଟି ଓ ଇଡି ଦାୟର କରିଥିବା ଗୋଟିଏ ମାମଲାର ଶୁଣାଣି ହେବ ।

ଏବେ ଆସନ୍ତୁ ଜାଣିବା ଟୁଜି ଦୁର୍ନୀତି କଣ ?
୨୦୧୦ରେ ସିଏଜି ଟୁଜି ଦୁର୍ନୀତିର ଖୁଲାସା କରିଥିଲେ । ଏ.ରାଜା ମନ୍ତ୍ରୀ ଥିବାବେଳେ ଅନୁକମ୍ପା ଦେଖାଇ ଟୁଜି ଲାଇସେନ୍ସ ଦିଆଯାଇଥିଲା । ମାମଲାରେ ଡିଏମକେ ସାଂସଦ କାନିମୋଝି ବି ଅଭିଯୁକ୍ତ ଅଛନ୍ତି । ୨୦୧୨ରେ ସୁପ୍ରିମକୋର୍ଟ ଆବଂଟିତ ହୋଇଥିବା ୧୨୨ ଲାଇସେନ୍ସକୁ ରଦ୍ଦ କରିଦେଇଥିଲେ । ଏପ୍ରିଲ ୨୦୧୧ରେ ସିବିଆଇ କୋର୍ଟ ୮ ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ କରିଥିଲା । ମାମଲାରେ ଆଇପିସିର ଧାରା ୪୦୯ ଅନୁସାରେ ଦୋଷୀ ସାବ୍ୟସ୍ତ ହେଲେ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ମିଳିପାରେ । ମାମଲାରେ ଏ.ରାଜା ଓ କାନିମୋଝି ବର୍ତମାନ ଜାମିନରେ ଅଛନ୍ତି । କାନିମୋଝି ହେଉଛନ୍ତି ତାମିଲନାଡୁର ପ୍ରଭାବଶାଳୀ ନେତା କରୁଣାନିଧିଙ୍କ ଝିଅ । ଦୁର୍ନୀତିରେ କରୁଣାନିଧିଙ୍କ ପତ୍ନୀ ଦୟାଳୁ ଆମ୍ମା ଓ ପୂର୍ବତନ ଟେଲିକମ ସଚିବ ସିଦ୍ଧାର୍ଥ ବେହୁରା ବି ଅଭିଯୁକ୍ତ ଅଛନ୍ତି ।