୨୬/୧୧ ମୁମ୍ବାଇ ଆତଙ୍କୀ ହମଲାକୁ ପୁରିଛି ୮ ବର୍ଷ : ଆଜି ବି ଲୋକଙ୍କ ମନରୁ ଲିଭିନି ସେହି ଲୋମଟାଙ୍କୁରା ଘଟଣା

68

କନକ ବ୍ୟୁରୋ : ୨୬/୧୧ ମୁମ୍ବାଇ ଆତଙ୍କୀ ହମଲାକୁ ପୁରିଛି ୮ ବର୍ଷ । ଆଜି ବି ଲୋକଙ୍କ ମନରୁ ଲିଭିନି ସେହି ଲୋମଟାଙ୍କୁରା ଘଟଣା । ୨୦୦୮ ନଭେମ୍ବର ୨୬ରେ ମାୟାନଗରିର ଜନଗହଳିପୂର୍ଣ୍ଣ ସ୍ଥାନରେ ତାଣ୍ଡବ ରଚିଥିଲେ ଆତଙ୍କବାଦୀ । ଲସ୍କର-ଏ-ତୋଏବାର ୧୦ ଜଣ ଆତଙ୍କବାଦୀ ମୁମ୍ବାଇରେ ଖେଳାଇଦେଇଥିଲେ ଆତଙ୍କ ।

ତାଜ ହୋଟେଲ, ଓବରାଇ ହୋଟେଲ, ଶିବାଜୀ ଟର୍ମିନସ୍, ଲିଓପୋଲ୍ଡ କ୍ୟାଫେ, କାମା ଡାକ୍ତରଖାନାରେ ଆକ୍ରମଣ କରିଥିଲେ ଆତତାୟୀ । ଏଥିରେ ୧୬୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ । କେବଳ  ଶିବାଜୀ ଟର୍ମିନସରେ ଆତଙ୍କବାଦୀଙ୍କ ଗୁଳିରେ ୫୮ ଜଣଙ୍କର ପ୍ରାଣହାନୀ ଘଟିଥିଲା । ଏହି ଘଟଣାରେ ଗିରଫ ହୋଇଥିବା ଆତଙ୍କବାଦୀ  ଅଜମଲ କସାବକୁ ୨୧ ନଭେନ୍ୱର ୨୦୧୨ରେ ଫାଶୀ ଦିଆଯାଇଥିଲା । ସମୁଦ୍ରପଥ ଦେଇ ଭାରତ ଭିତରକୁ ଅନୁପ୍ରବେଶ କରିଥିଲେ ଲସ୍କର-ଏ-ତୋଏବାର ୧୦ ଆତଙ୍କବାଦୀ ।