ହକି ବିଶ୍ୱକପର ଲାଇଭ୍ ଦେଖିବ ଓଡିଶାବାସୀ: ପ୍ରତି ନିର୍ବାଚନମଣ୍ଡଳିରେ ଲାଗିବ ୩ଟି ଏଲସିଡି

ବ୍ୟବସ୍ଥା କରିବାକୁ ସମସ୍ତ ବିଧାୟକଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

160

କନକ ବ୍ୟୁରୋ: ସାରା ଓଡିଶା ଦେଖିବ ହକି ବିଶ୍ୱକପର ଲାଇଭ । ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ବିଧାୟକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରତି ନିର୍ବାଚନମଣ୍ଡଳିରେ ଲାଗିବ ୩ଟି ଏଲସିଡି । ହକି ଖେଳ ଦେଖିବା ପାଇଁ ଲୋକଙ୍କ ଭିତରେ ବଢ଼ୁଛି ଉତ୍ସାହ । ଏଥିପାଇଁ ଟିକେଟ କିଣିବା ପାଇଁ ଦେଖିବାକୁ ମିଳିଥିବା ଉତ୍ସାହରୁ ଏହା ସ୍ପଷ୍ଟ ହୋଇଛି ।

 

ଆସନ୍ତା ୨୭ ତାରିଖରେ କଳିଙ୍ଗ୍ ଷ୍ଟାଡିୟମରେ ହକି ବିଶ୍ୱକପ୍ ପାଇଁ ଉଦ୍ଦଘାଟନି ଉତ୍ସବ ଆୟୋଜିତ ହେବ । ସେହିପରି ୨୮ ତାରିଖରେ ବାରବାଟି ଷ୍ଟାଡିୟମରେ ବିଶ୍ୱ କପ୍ ପାଇଁ ଏଆର ରେହମାନଙ୍କ ସଂଗୀତ ଭିତିକ କାର୍ଯ୍ୟକ୍ରମ ରହିଛି । ଏଥିରେ ବଲିଉଡ୍ ବାଦଶାହା ଶାହାରୁଖ ଖାଁ ଯୋଗଦେବେ । ଡିସେମ୍ବର ୧୬ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ଖେଳ ଚାଲିବ ।