ଆଜି ପ୍ରକାଶ ପାଇବ ଯୁକ୍ତ ୨ କଳା ଓ ବାଣିଜ୍ୟ ପରୀକ୍ଷାଫଳ

59

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ । ଯୁକ୍ତ ଦୁଇ କଳା, ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷାଫଳ ପ୍ରକାଶ ପାଇବ । ଆଜି ଅପରାହ୍ନ ୩ଟାରେ ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ଆନୁଷ୍ଠାନିକ ଭାବେ ପରୀକ୍ଷାଫଳ ଘୋଷଣା କରିବେ । ୨ଟି ୱେବସାଇଟ୍ ଜରିଆରେ ପରୀକ୍ଷାଫଳ ଦେଖିପାରିବେ ଛାତ୍ରଛାତ୍ରୀ । ଏହି ଦୁଇଟି ୱେବସାଇଟ୍ ହେଲା- ଡବ୍ଲ୍ୟୁ ଡବ୍ଲ୍ୟୁ ଡବ୍ଲ୍ୟୁ ଡଟ୍ ଓରିସାରେଜଲ୍ଟସ ଡଟ୍ ଏନ୍ଆଇସି ଡଟ୍ ଇନ୍ ଏବଂ ଡବ୍ଲ୍ୟୁ ଡବ୍ଲ୍ୟୁ ଡବ୍ଲ୍ୟୁ ଡଟ୍ ସିଏଚ୍ଏସି ଓଡ଼ିଶା ଡଟ୍ ଏନ୍ଆଇସି ଡଟ୍ ଇନ୍ । ଚଳିତବର୍ଷ ପ୍ରଥମ ଥର ପାଇଁ ଯୁକ୍ତ ଦୁଇ ବିଜ୍ଞାନ ଫଳ ଇ-ମୂଲ୍ୟାୟନ ଜରିଆରେ ହୋଇଥିବା ବେଳେ କଳା ଛାତ୍ରଛାତ୍ରୀଙ୍କ ଖାତାର ମୂଲ୍ୟାୟନ ମାନୁଆଲ ପଦ୍ଧତିରେ କରାଯାଇଛି । ଏଥର କଳାରେ ୨ଲକ୍ଷ ୪୮ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ବାଣିଜ୍ୟରେ ୩୨ ହଜାର ଏବଂ ଧନ୍ଦାମୂଳକ ଶିକ୍ଷାରେ ୧୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଗତ ୧୩ ତାରିଖରେ ପ୍ରକାଶ ପାଇଥିଲା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାଫଳ ।