କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ୨୦୧୭! ସମ୍ମାନିତ ହେବେ ୪୨ ଜଣ କଳାକାର, ଓଡିଶାର ଦୁଇ ଜଣଙ୍କୁ ମିଳିବ ପୁରସ୍କାର ।

83

କନକ ବ୍ୟୁରୋ : ୨୦୧୭ ପାଇଁ ଘୋଷଣା ହୋଇଛି କେନ୍ଦ୍ର ସାହିତ୍ୟ ନାଟକ ଏକାଡେମୀ ପୁରସ୍କାର । ସଂଗୀତ, ନୃତ୍ୟ ଭଳି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଦେଖାଇଥିବା ୪୨ ଜଣ କଳାକରଙ୍କୁ ଏହି ସମ୍ମାନଜନକ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ଓଡିଶାର ବିଶିଷ୍ଟ ଓଡିଶୀ ନୃତ୍ୟଶିଳ୍ପୀ ସୁଜାତା ମହାପାତ୍ରଙ୍କୁ ଓଡିଶୀ ନୃତ୍ୟରେ ଅବଦାନ ପାଇଁ ଏବଂ ଛଉ ନୃତ୍ୟରେ ମୟୂରଭଞ୍ଜର ଜନ୍ମେଜୟ ସାଇବାବୁ ଏହି ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି । ନୂଆଦିଲ୍ଲୀରେ ହେବାକୁ ଥିବା ପୁରସ୍କାର ବିତରଣ ଉତ୍ସବରେ ରାଷ୍ଟ୍ରପତି ଉଭୟଙ୍କୁ ଏକ ଲକ୍ଷ ଟଙ୍କା ଲେଖାଁଏ ଅର୍ଥରାଶି ସହ ପୁରସ୍କୃତ କରିବେ । ସମଗ୍ର ଦେଶରୁ ୪୨ଜଣଙ୍କ ନାମ କେନ୍ଦ୍ର ଏକାଡେମୀ ପୁରସ୍କାର ପାଇଁ ଘୋଷଣା ହୋଇଥିବା ବେଳେ ଏମାନଙ୍କ ଭିତରେ ଦୁଇଜଣ ଓଡିଆ ଅଛନ୍ତି ।

ସୁଜାତା ମହାପାତ୍ର ୧୯୬୮ ମସିହାରେ ବାଲେଶ୍ୱରରେ ଜନ୍ମଗ୍ରହଣ କରିଥିବା ବେଳେ ପ୍ରଥମେ ସୁଧାକର ସାହୁଙ୍କ ଠାରୁ ଓଡିଶୀ ନୃତ୍ୟ ଶିକ୍ଷା କରିଥିଲେ । ପରେ ୧୯୮୭ ମସିହାରେ ଭୁବନେଶ୍ୱରରେ ଥିବା ଓଡିଶୀ ଗବେଷଣାକେନ୍ଦ୍ରରେ ପଦ୍ମବିଭୂଷଣ ଗୁରୁ କେଳୁଚରଣ ମହାପାତ୍ରଙ୍କ ଠାରୁ ଓଡିଶୀ ନୃତ୍ୟ ପ୍ରଶିକ୍ଷଣ ନେଇଥିଲେ । ଜନ୍ମେଜୟ ସାଇବାବୁ ଛଉକୁ ସୁଦୁର ପ୍ରସାରୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ତାଙ୍କର ଅନବଦ୍ୟ ଅବଦାନ ପାଇଁ ଏହି ସମ୍ମାନରେ ସମ୍ମାନୀତ କରାଯିବ । ୨୦୧୮ ଜୁନ ୮ ତାରିଖ ମଣିପୁର ଠାରେ ହୋଇଥିବା ସଂଗୀତ ନାଟକ ଏକାଡେମୀ ଜେନେରାଲ କାଉନସିଲ ମିଟିଙ୍ଗରେ ୪୨ ବିଭିନ୍ନ ଦିଗରେ ଅବଦାନ କରିଥିବା ୪୨ ଜଣ କଳାକାରଙ୍କୁ ଚୟନ କରାଯାଇଥିଲା ।
ସଂଗୀତରେ ପାଇବେ:
୧. ଲଲିଥ ଜେ ରାଓ-ହିନ୍ଦୁସ୍ତାନୀ ଭୋକାଲ
୨. ଉମାକାନ୍ତ ଏବଂ ରମାକାନ୍ତ ଗୁଣ୍ଡେଚା- ହିନ୍ଦୁସ୍ତାନୀ ଭୋକାଲ
୩.ୟୋଗେଶ ସାମସୀ- ହିନ୍ଦୁସ୍ତାନୀ ଇଂଷ୍ଟ୍ରୁମେଣ୍ଟାଲ-ତବଲା
୪.ରାଜେନ୍ଦ୍ର ପପ୍ରସନ୍ନ- ହିନ୍ଦୁସ୍ତାନୀ ଇଂଷ୍ଟ୍ରୁମେଣ୍ଟାଲ( ସାହାନାଇ/ବଂଶୀ)
୫. ଏମ.ଏସ ଶିଲା – କାର୍ନାଟିକ ଭୋକାଲ
୬. ସୁମା ସୁଧିନ୍ଦ୍ର- କାର୍ନାଟିକ ଇଂଷ୍ଟ୍ରୁମେଣ୍ଟାଲ( ବୀଣା)
୭. ତ୍ରିରୁଭାରୁର ସୁର୍ବମଣିୟମ- କାର୍ନାଟିକ ଇଂଷ୍ଟ୍ରୁମେଣ୍ଟାଲ( ମୃଦଙ୍ଗ)
୮. ସଶାଙ୍କ ସୁର୍ବମଣିୟମ- କାର୍ନାଟିକ ଇଂଷ୍ଟ୍ରୁମେଣ୍ଟାଲ( ବଂଶୀ)
୯. ମଧୁରାଣୀ- ସୁଗମ ସଂଗୀତ
୧୦. ହାଇମନ୍ତି ଶୁକଲା- ସୁଗମ ସଂଗୀତ
୧୧. ଗୁରୁନାମ ସିଂ- ଗୁରୁବାଣୀ
ନୃତ୍ୟ ବିଭାଗରେ ପାଇବେ:
୧. ରାମ ବୈଦ୍ୟନାଥନ- ଭାରତନାଟ୍ୟମ
୨. ଶୋଭା କୋସେର- କଥକ
୩. ମାଧବୀ ସୁର୍ବମଣିୟାନ- କଥକଲୀ
୪. ଏଲ.ଏନ ଓଇନାମ ଓଙ୍ଗି ଧୋନି ଦେବୀ- ମଣିପୁରୀ
୫. ଦୀପିକା ରେଡ୍ଡୀ- କୁଚିପୁଡି
୬. ସୁଜାତା ମହାପାତ୍ର- ଓଡିଶୀ
୭. ରାମକୃଷ୍ଣ ତାଲୁକଦାର- ଶାସ୍ତ୍ରୀୟ
୮. ଜନ୍ମେଜୟ ସାଇବାବୁ- ଛଉ
୯. ଅସିତ ଦେସାଇ- ମ୍ୟୁଜିକ ଫର ଡ୍ୟାନ୍ସ
ଥିଏଟର ବିଭାଗରେ ପାଇବେ:
୧. ଅମିରାମ ଭାଡକମାକର – ନାଟ୍ୟକାର
୨. ସୁନୀଲ ଶାଂବାଗ- ନିର୍ଦ୍ଦେଶନା
୩. ବାପି ବୋଷ- ନିର୍ଦ୍ଦେଶନା
୪. ହେମା ସିଂହ- ଅଭିନୟ
୫. ଦୀପକ ତିୱାରୀ- ଅଭିନୟ
୬. ଅନିଲ ଟିକୁ- ଅଭିନୟ
୭. ନୁରୁଦ୍ଦୀନ ଅହମଦ- ଷ୍ଟେଜ କ୍ରାଫ୍ଟ
୮. ଅବତାର ସାହାନୀ- ଲାଇଟିଙ୍ଗ
୯. ସୌଗ୍ରମକପାମ ହେମନ୍ତ ସିଂ- ସୁମଙ୍ଗ ଲୀଳା
ପାରମ୍ପାରିକ ନୃତ୍ୟ, ସଂଗୀତ ଓ ନାଟକ ବିଭାଗରେ ପାଇବେ:
୧. ଅନୱର ଖାନ ମାଙ୍ଗନ୍ୟର- ରାଜସ୍ଥାନୀ, ସଙ୍ଗୀତ
୨. ପ୍ରକାଶ ଖାଙ୍ଗଡେ- ମହାରାଷ୍ଟ୍ର, ଲୋକ କଳା
୩. ଜଗନ୍ନାଥ ବାୟାନ- ଆସାମ , ଲୋକ ସଂଗୀତ
୪. ରାମଚନ୍ଦ୍ର ମାଝୀ- ବିହାର , ଲୋକ ସଙ୍ଗୀତ
୫. ରାକଶେ ତିୱାରୀ- ଛତିଶଗଡ, ଲୋକ ନାଟ୍ୟ
୬. ପାର୍ବତୀ ବଳ- ପଶ୍ଚିମବଙ୍ଗ, ଲୋକ ସଙ୍ଗୀତ
୭. ସରବଜିତ କୌର- ପଞ୍ଜାବ, ଲୋକ ସଙ୍ଗୀତ
୮. କେ.ସି ରୁନରେମାଙ୍ଗସୀ- ମିଜୋରାମ , ଲୋକ ସଙ୍ଗୀତ
୯. ମୁକୁନ୍ଦ ନାୟକ- ଝାଡଖଣ୍ଡ, ଲୋକ ସଙ୍ଗୀତ
୧୦. ସୁଦୀପ ଗୁପ୍ତା, ପଶ୍ଚିମବଙ୍ଗ, କଣ୍ଢେଇ ନୃତ୍ୟ
କଳାରେ ସ୍କଲାରସିପ ପାଇଁ ବିଜୟ ବର୍ମା ଏବଂ ଓ ସମସ୍ତ ବିଭାଗରେ ଅବଦାନ ପାଇଁ ସନ୍ଧ୍ୟା ପୁରେଚା ସମ୍ମାନୀତ ହେବେ ।