ଦୀପାବଳିରେ ବାଣ ଫୁଟାଇବାରୁ ଜେଲ୍ ଦଣ୍ଡ ! ବାଣ ଫୁଟାଇଥିବାରୁ ସିଙ୍ଗାପୁରରେ ଦୁଇ ଭାରତୀୟ ବଂଶୋଦ୍ଭବଙ୍କୁ ୨ ବର୍ଷ ଜେଲ୍

ବାଣଫୁଟା ଦୃଶ୍ୟ ସାମାଜିକ ଗଣମାଧ୍ୟରେ ପ୍ରସାରିତ ହୋଇଥିଲା

118

ଦୀପାବଳିର ପୂର୍ବ ସନ୍ଧ୍ୟାରେ ସିଙ୍ଗାପୁରର ‘ଲିଟଲ୍ ଇଣ୍ଡିଆ’ ଅଞ୍ଚଳରେ ବେଆଇନ୍ ଭାବେ ବାଣ ଫୁଟାଇବା କାରଣରୁ ଦୁଇ ଜଣ ଭାରତୀୟ ବଂଶୋଦ୍ଭବଙ୍କୁ ଗିରଫ କରାଯିବା ସହ ଦୁଇ ବର୍ଷ ଜେଲ୍ ଓ ୨, ୦୦୦ ରୁ ୧୦, ୦୦୦ ସିଙ୍ଗାପୁର ଡଲାର୍ ମଧ୍ୟରେ ଜରିମାନା କରାଯାଇଛି। କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ନଆଣି ସିଙ୍ଗାପୁରରେ ବାଣ ଫୁଟାଇବା ବେଆଇନ୍ କାର୍ଯ୍ୟ।

ବିପଜ୍ଜନକ ବାଣ ଫୁଟାଇବା ଅଭିଯୋଗରେ ୨୯ ବର୍ଷୀୟ ତିଆଗୁ ସେଲବାରାଜୁ ଦୋଷୀ ହୋଇଥିବା ବେଳେ ୪୮ ବର୍ଷୀୟ ଶିବ କୁମାର ସୁବ୍ରମଣିଆନ୍ ତାଙ୍କୁ ସହଯୋଗ କରିଥିବାରୁ ଦୋଷୀ ହୋଇଛନ୍ତି। ଅଦାଲତ କାଗଜପତ୍ର ଅନୁସାରେ, ସୋମବାର ମଧ୍ୟରାତ୍ରୀ ପୂର୍ବରୁ ଶିବକୁମାର ଗ୍ଲୋସେଷ୍ଟର୍ ରୋଡ୍ ଡିଭାଇଡର୍ ଉପରେ ବାଣ ଖୋଳ ରଖିଥିଲେ ଏବଂ ତିଆଗୁ ସେଥିରେ ନିଆଁ ଲଗାଇଥିଲେ । ଦୁହେଁ କେମିତି ବାଣ କିଣିଲେ ତାହା ଜଣାପଡ଼ିନାହିଁ। ମଙ୍ଗଳବାର ଦିନ ଦୁହିଁଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ବାଣଫୁଟା ଦୃଶ୍ୟ ସାମାଜିକ ଗଣମାଧ୍ୟରେ ପ୍ରସାରିତ ହୋଇଥିଲା।

ଫେସବୁକ୍ ଗ୍ରୁପ୍ ଏସଜି ରୋଡ୍ ଭିଜିଲାଣ୍ଟ୍ ଏହାକୁ ମଙ୍ଗଳବାର ଅପରାହ୍ଣରେ ପୋଷ୍ଟ କରିଥିଲା। ସେଥିରେ ଲେଖାଥିଲା ରେସ୍ କୋର୍ସ ରୋଡରେ ବେଆଇନ୍ ବାଣ ଫୁଟା ଚାଲିଛି। ଘଟଣାସ୍ଥଳକୁ ସିଙ୍ଗାପୁର ପୁଲିସ ଧାଇଁ ଯାଉଥିବା ମଧ୍ୟ ସେଥିରେ ଦେଖାଯାଉଛି । ଲୋକଙ୍କୁ ଶୁଭ ଦୀପାବଳି ଜଣାଇ ପୋଷ୍ଟଟି ଶେଷ ହୋଇଛି।

ଛୁଟିଦିନ ଏବଂ ସପ୍ତାହନ୍ତରେ ବହୁ ସଂଖ୍ୟକ ଭାତୀୟଙ୍କର ସମାଗମ ହେଉଥିବାରୁ ଲିଟଲ୍ ଇଣ୍ଡିଆ ଅଞ୍ଚଳରେ ରାସ୍ତାଗୁଡ଼ିକ ଖୁବ୍ ଜନାକୀର୍ଣ୍ଣ ଥାଏ।। ସେ ଦୁଇ ଭାରତୀୟ ବଂଶୋଦ୍ଭବ ସିଙ୍ଗାପୁରବାସୀଙ୍କୁ ରିମାଣ୍ଡରେ ନିଆଯାଇଛି ଏବଂ ସେମାନେ ନଭେମ୍ବର ୧୪ ତାରିଖ ଦିନ ଅଦାଲତକୁ ଫେରିବେ।