ମୃତ କିଶୋରୀର ମହତ୍ କାମ ! ନିଜେ ମରି ବଞ୍ଚାଇଲା ୫ ଜୀବନ ।

39

ମାନସିକ ରୂପରେ ମୃତ ୧୫ ବର୍ଷୀୟା ଜଣେ କିଶୋରୀ ୫ ଜଣ ଲୋକଙ୍କ ଜୀବନ ବଞ୍ଚାଇଥିବା ଘଟଣା ଏବେ ସାମ୍ମାକୁ ଆସିଛି । ଏହି କିଶୋରୀ ଜଣକ ନିଜର ହୃଦୟ,ଚକ୍ଷୁ,ଚର୍ମ ଏବଂ ଯକୃତକୁ ମୃତ୍ୟୁ ପୂର୍ବରୁ ୫ ଜଣଙ୍କୁ ଦାନ କରି ଚୀରଦିନ ପାଇଁ ଆଖି ବୁଜିଛନ୍ତି । ସରକାରଙ୍କ ଦ୍ୱାରା ସଂଚାଳିତ ଚିକିତ୍ସା ଶିକ୍ଷା ଏବଂ ଆଇପିଜିଏମଇଆରର ଏକ ପ୍ରବକ୍ତା ଶନିବାର କହିଛନ୍ତି ଯେ ସଂସ୍ଥା ଶୁକ୍ରବାରରେ ମଲ୍ଲିକା ମଜୁମଦାର ନାମକ ଏକ କିଶୋରୀର ବ୍ରେନ୍ ଡେଡ୍ ଅର୍ଥାତ୍ କୋମାରେ ଯିବା ନେଇ ଘୋଷଣା କରିଥିଲେ । ପ୍ରବକ୍ତା କହିଥିଲେ ସିଲିଗୁଡୀରେ ରହୁଥିବା କିଶୋରୀକୁ ଜୁଲାଇ ୨୩ ତାରିଖରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯାହାର ମସ୍ତିଷ୍କ ଘାତ ହୋଇଥିଲା ଏବଂ ଝିଅଟି ଅଗଷ୍ଟ ୧୪ ତାରିଖରେ କୋମାରେ ଚାଲିଯାଇଥିଲା ।

ତେବେ ମଲ୍ଲିକାଙ୍କ ଘରଲୋକଙ୍କୁ ଏନେଇ ପୂର୍ବରୁ ସୂଚିତ କରାଯାଇଥିଲା । ବ୍ରେନ୍ ଡେଡ୍ ହେବା ପରେ ଝିଅ ପାଖରେ କିଛି ମୁହୂର୍ତ୍ତର ସମୟ ଥିବା ଜାଣି ସେମାନେ ଝିଅର ଅଙ୍ଗକୁ ଅନ୍ୟ ଲୋକଙ୍କ ଠାରେ ପ୍ରତିରୋପଣ କରିବାକୁ ଇଚ୍ଛା ପ୍ରକାଶ କଲେ ।