ମହାରାଷ୍ଟ୍ରର କ୍ୟାମିକାଲ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ: ଏମଆଇଡିସିର ଫ୍ୟାକ୍ଟ୍ରିରେ ବିସ୍ଫୋରଣରୁ ବ୍ୟାପୁଛି ନିଆଁ, ୩ଜଣଙ୍କ ଶବ ଉଦ୍ଧାର

86

କନକ ବ୍ୟୁରୋ: ମହାରାଷ୍ଟ୍ରର କ୍ୟାମିକାଲ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ । ପାଲଘର ସ୍ଥିତ ଫ୍ୟାକ୍ଟ୍ରିରେ ନିଆଁ ଲାଗିଛି । ଏମଆଇଡିସିର ଏକ ଫ୍ୟାକ୍ଟ୍ରିରେ ବିସ୍ଫୋରଣରୁ ନିଆଁ ଲାଗିବା ପରେ ଏହା ବ୍ୟାପିବାରେ ଲାଗିଛି । ଏବେ ୬ଟି ଫ୍ୟାକ୍ଟ୍ରିକୁ ନିଆଁ ବ୍ୟାପିଛି । ନିଆଁ ଲିଭା କାର୍ଯ୍ୟରେ ଅଗ୍ନିଶମ ବିଭାଗ ନିୟୋଜିତ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ନିଆଁକୁ କାବୁ କରାଯାଇ ପାରିନାହିଁ । ଅଗ୍ନିକାଣ୍ଡରେମୃତ୍ୟୁ ବରଣ କରିଥିବା ଆରତୀ ଇଣ୍ଡଷ୍ଟ୍ରିଜରୁ ୩ଜଣଙ୍କ ଶବ ଉଦ୍ଧାର କରାଯାଇଛି ।

ପ୍ରାଥମିକ ରିପୋର୍ଟ ଅନୁସାରେ, ମହାରାଷ୍ଟ୍ର ଶିଳ୍ପ ବିକାଶ ନିଗମର ବୋଇସରର ଇ-୧୦୭ସ୍ଥିତ ନୋଭାଫେନ୍ ସ୍ପେସିଆଲିଟି ଲିମିଟେଡ୍ ବିସ୍ଫୋରଣ ସଂଘଠିତ ହୋଇଥିଲା । ପାଲଘାର୍ ଜିଲ୍ଲା ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ମଞ୍ଜୁନାଥ ସିଂଗେ କହନ୍ତି ଯେ ଶ୍ରମିକମାନଙ୍କ ମଧ୍ୟରୁ ତିନି ଜଣଙ୍କର ପୋଡ଼ା ଘା’ ଜଟିଳ ହୋଇଯାଇଛି । ସମଗ୍ର ଅଞ୍ଚଳକୁ ହାଇ ଆଲର୍ଟରେ ରଖାଯାଇଛି ।

କାରଖାନାରେ ଗଚ୍ଛିତ ଥିବା ଉଚ୍ଚ ଦହନ କ୍ଷମତା ସମ୍ପନ୍ନ ରାସାୟନିକ ପଦାର୍ଥ ବିସ୍ଫୋରଣର କାରଣ ବୋଲି ସନ୍ଦେହ କରାଯାଉଛି । ଏହି ବିସ୍ଫୋରଣ ଫଳରେ ପାଖରେ ଥିବା ଅନ୍ୟ ତିନିଟି ୟୁନିଟକୁ ବିସ୍ଫୋରଣ ବ୍ୟାପିଥିଲା । ଏବେ ସମ୍ପୂର୍ଣ୍ଣ ଇଲାକାକୁ କର୍ଡନ୍ କରାଯାଇଛି । ବିସ୍ଫୋରଣ ଯୋଗୁଁ କାରଖାନାଗୁଡ଼ିକର ଚତୁପାର୍ଶ୍ୱସ୍ଥ ୧୨ କି. ମି. ଦୂର ଅଞ୍ଚଳ ଯାଏଁ କମ୍ପନ୍ନ ଅନୁଭୂତ ହୋଇଥିଲା।ଆଖପାଖରେ ଥିବା ଦମକଳଗୁଡ଼ିକୁ ଅଣାଯାଇ ନିଆଁଁକୁ ଲିଭା ଉଦ୍ୟମ ବଳବତ୍ତର ରହିଛି ବୋଲି ଜିଲ୍ଲା ଅଧିକାରୀମାନେ କହିଛନ୍ତି ।