ପାହାଡ ଖୋଲରୁ ପାଠଶାଳା! ଡଙ୍ଗରିଆ କନ୍ଧଙ୍କ ବଦଳୁଥିବା ଜୀବନଶୈଳୀ । ଜଙ୍ଗଲରେ ସୀମିତ ନୁହେଁ ସ୍ୱପ୍ନ, ଖୋଲା ଆକାଶରେ ଉଡିବାକୁ ଚାହୁଁଥିବା କିଛି ଡଙ୍ଗରିଆ ଝିଅଙ୍କ କାହାଣୀ ।

97

କନକ ବ୍ୟୁରୋ : ବିକାଶ ଯାହାଙ୍କ ପାଇଁ ସପନ । ସେମାନଙ୍କୁ ମୁହଁରେ ଏବେ ଆସିଛି ହସ । ଯେଉଁଠାରେ ପାଠ ପଢିବା ଦିବାସ୍ୱପ୍ନ ପାଲଟିଯାଏ ଏବଂ ବଂଚିବା ପାଇଁ ଜୀବନ ସହ ଅହରହ ସଂଘର୍ଷ କରିବାକୁ ପଡେ ସେହିଭଳି ସ୍ଥାନରେ ରହି ସଫଳତା ପାଇବା ଯେ କେତେ କଷ୍ଟକର ତାହା ଦର୍ଶାଇଛନ୍ତି ନିୟମଗିରିରେ ପାହାଡ ଅଞ୍ଚଳରେ ବାସ କରୁଥିବା ୧୪ ଜଣ ଡଙ୍ଗରିଆ କନ୍ଧ ଯୁବତୀ । ଆଉ ଡଙ୍ଗରିଆ କନ୍ଧଙ୍କ ପାଇଁ ଏମାନେ ପାଲଟିଯାଇଛନ୍ତି ଆଶାର କିରଣ । ଅନ୍ଧାରୀ ଜଗତକୁ ଆଲୋକିତ କରିଥିବା ଯୁବତୀ ଏବେ ପୂରା ଡଙ୍ଗରିଆ କନ୍ଧ ସମୁଦାୟ ପାଇଁ ପ୍ରେରଣା ପାଲଟିଯାଇଛନ୍ତି । ଶିକ୍ଷା ହିଁ ପରିବର୍ତ୍ତନର ଏକମାତ୍ର ମାଧ୍ୟମ ତାହା ସମସ୍ତଙ୍କୁ ଜଣାଇ ଦେଇଛନ୍ତି ଡଙ୍ଗରିଆ ଯୁବତୀ । ଅନ୍ଧକାର ଜଗତରୁ ଆଲୋକିତ ସମାଜକୁ ଆସିବା ପାଇଁ ଶିକ୍ଷା ହିଁ ଏକମାତ୍ର ମାଧ୍ୟମ ଏହା ଭଲ ଭାବେ ବୁଝି ସାରିଲେଣି ଡଙ୍ଗରିଆ କନ୍ଧ ସମୁଦାୟ । ଆଉ ଏହାର ବିଗୁଲ ବାଜି ସାରିଲାଣି ଡଙ୍ଗରିଆ କନ୍ଧଙ୍କ ମନରେ । ସଭ୍ୟ ଓ ଶିକ୍ଷିତ ସମାଜ ସହ ତାଳ ଦେଇ ଚାଲିବାକୁ ଡଙ୍ଗରିଆ କନ୍ଧ ମନ ବଳାଇ ସାରିଲେଣି । ଆଉ ଏହାର ନିଚ୍ଛକ ଉଦାହରଣ ହେଉଛନ୍ତି ୧୪ ଡଙ୍ଗରିଆ କନ୍ଧ ଯୁବତୀ । ମହିଳା ସଶକ୍ତୀକରଣ ଆଉ ଏକ ଝଲକ ଦେଖିବାକୁ ମିଳିଛି ଡଙ୍ଗରିଆ କନ୍ଧ ସମ୍ପ୍ରଦାୟଙ୍କ କ୍ଷେତ୍ରରେ ।

397996ଝିଅ ମାନେ କେବଳ ଯେ ଘର କାମ କରିବେ ଏହ ଚିନ୍ତାଧାରା ଡଙ୍ଗରିଆ କନ୍ଧଙ୍କ ମନରୁ ଦୂର ହୋଇସାରିଛି । ଏହାର ଉଦାହରଣ ଭାବେ ଉଭା ହୋଇଛନ୍ତି ହୁନଦାଦି କଦ୍ରକା । ନିୟମଗିରି ପାହାଡର ରେଲିମା ଭଳି ଦୁର୍ଗମ ଗାଁର ୨୭ ବର୍ଷୀୟ ମହିଳା ହୁନଦାଦି କଦ୍ରକା । ୩ଟି ସନ୍ତାନ ଓ ସ୍ୱାମୀଙ୍କୁ ନେଇ ହୁନଦାଦିଙ୍କ ପରିବାର । ଜୀବନ ସହ ସଂଘର୍ଷ କରି ସଫଳତମ ଶିଖରରେ ପହଂଚି ପାରିଥିବା ମହିଳା ମାନଙ୍କ ମଧ୍ୟରୁ ହୁନଦାଦି ଜଣେ । ହୁନଦାଦିଙ୍କ ସ୍ୱାମୀ ପେସାରେ ଜଣେ ଚାଷୀ । ଶିକ୍ଷା ବିଷୟରେ ସେତେଟା ଜ୍ଞାନ ନାହିଁ । କିନ୍ତୁ ନିଜ ୮ ବର୍ଷର ଝିଅ ମୋମିତାକୁ ପାଠ ପଢିବା ପାଇଁ ପ୍ରାଥମିକ ସ୍କୁଲକୁ ଯିବାକୁ ପ୍ରେରଣା ଦେଇଥିଲେ । ତେବେ ଏହି ନିଷ୍ପତି ପୂରା ପରିବାର ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା । କାରଣ ପୂର୍ବରୁ ହୁନଦାଦିଙ୍କ ପରିବାରକୁ କେହି ମଧ୍ୟ ସ୍କୁଲର ମୁହଁ ଦେଖି ନଥିଲେ ।

ଓଡ଼ିଶାର ଆଦିମ ଏବଂ ପଛୁଆ ଆଦିବାସୀ ମାନଙ୍କ ମଧ୍ୟରେ କଦ୍ରକାର ଡଙ୍ଗରିଆ କନ୍ଧ ଅନ୍ୟତମ । ୨୦୧୧ ଜନଗଣନା ଅନୁସାରେ ଅନୁସୂଚିତ ଜନଜାତିଙ୍କ ସଂଖ୍ୟା ପ୍ରାୟ ୮୦୦୦ । ଯେଉଁଥିରେ ସାକ୍ଷରତା ହାର ମାତ୍ର ୧୦ ପ୍ରତିଶତ ଏବଂ ମହିଳାଙ୍କ ସାକ୍ଷରତା ହାର ୩ ପ୍ରତିଶତ, ଯାହା ଖୁବ ନିରାଶଜନକ ।

vlcsnap-2017-05-04-20h41m05s698ହୁନଦାଦି କଦ୍ରକାଙ୍କ କହିବା ଅନୁଯାୟୀ, ମୋମିତାକୁ ସ୍କୁଲକୁ ପଠାଇବାକୁ ପ୍ରଥମେ ସେ ରାଜି ହୋଇନଥିଲେ । କାରଣ ହୁନଦାଦି କଦ୍ରକା ଓ ତାଙ୍କ ମ୍ବାମୀ ପ୍ରତିଦିନ କ୍ଷେତରେ କାମ କରୁଥିଲେ । ତେଣୁ ମୋମିତା ଯଦି ପାଠ ପଢିବାକୁ ସ୍କୁଲ ଯାଏ ତେବେ ଘର କାର୍ଯ୍ୟରେ ବାଧା ସୃଷ୍ଟି ହେବା ସହ ଅନ୍ୟ ପିଲାଙ୍କ ଦେଖାଶୁଣା କରିବାରେ ଅସୁବିଧା ଦେଖାଦେବ ବୋଲି ହୁନଦାଦି କଦ୍ରକା ଭାବୁଥିଲେ । ଏଭଳି ସ୍ଥିତିରେ ସ୍ୱାମୀ ସନି କଦରକ ତାଙ୍କୁ ଡଙ୍ଗରିଆ କନ୍ଧ ସଂପ୍ରଦାୟର ୧୪ ଜଣ ଝିଅଙ୍କ କଥା କହିଥିଲେ ଯେଉଁମାନେ ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ । ଏପରିକି ସେହି ୧୪ ଜଣ ଝିଅଙ୍କ ଉଦାହରଣ ଦେଇ ସନି କଦରକ କହିଥିଲେ ଯଦି ସେମାନେ ଏପରି କରି ପାରୁଛନ୍ତି ତେବେ ଆମ ଝିଅ କାହିଁକି ସଫଳତା ପାଇବ ନାହିଁ । ଏହାଦ୍ୱାରା ସେମାନେ ସଭ୍ୟ ଏବଂ ସମ୍ମାନଜନକ ଜୀବନ ପାଇପାରିବ । ବାସ ଏଇ ଗୋଟିଏ କଥା ହୁନଦାଦିଙ୍କ ମନ ପରିବର୍ତ୍ତନ କରିଥିଲା ଓ ମୋମିତାର ସ୍କୁଲ ଯିବା ପାଇଁ ବାଟ ଫିଟିଥିଲା ।

ହୁନ୍ଦାଡ଼ିଙ୍କ ସ୍ୱାମୀ ସନି କଦରକ ୧୪ ଜଣ ଝିଅଙ୍କ ବିଷୟରେ କହିଥିଲେ ଯେଉଁମାନେ ପ୍ରଥମ ଥର ପାଇଁ ତାଙ୍କ ପଛୁଆ ସଂପ୍ରଦାୟରୁ ବାହାରି ଏ ବର୍ଷ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହେବାକୁ ପ୍ରୟାସ ଜାରି ରଖିଥିଲେ ଏବଂ ଏକ ଇତିହାସ ସୃଷ୍ଟି କରିଥିଲେ । ଯଦିଓ ଏହି ସଂପ୍ରଦାୟର ପୁଅମାନେ ସବୁବେଳେ ଏହାକୁ ଜାରି ରଖିଥାନ୍ତି । କିନ୍ତୁ ପ୍ରଥମ ଥର ପାଇଁ ଏତେ ସଂଖ୍ୟକ ଝିଅ ଦଶମ ପରୀକ୍ଷାରେ ପାସ ହୋଇଥିଲେ, ଯାହା ସେମାନଙ୍କ ପାଇଁ ଗର୍ବ ଏବଂ ଗୌରବର ବିଷୟ ଥିଲା । ଯଦିଓ ସାରା ଦେଶ ସହିତ ତୁଳନା କଲେ ଏହା କମ ହେବ ତଥାପି ଏହା ଏହି ସଂପ୍ରଦାୟ ପାଇଁ କିଛି କମ ନଥିଲା । ଯେଉଁଠାରେ ସେମାନେ ପୁରୁଣା ଖିଆଲକୁ ପଛରେ ପକାଇ ଏକ ନୂତନ ସୂର୍ଯ୍ୟକିରଣକୁ ଆହ୍ୱାନ କରିପାରିଥିଲେ । ଜିଲ୍ଲା ସ୍କୁଲ ଅଧିକାରୀଙ୍କ କହିବା ଅନୁସାରେ ଏହି ୧୪ ଜଣ ଦଶମ ଶ୍ରେଣୀରେ ପାସ କରି ଇତିହାସ ରଚିବା ପରେ ପ୍ରାଥମିକ କକ୍ଷରେ ଝିଅଙ୍କର ନାମାଙ୍କନ ୧୫ ପ୍ରତିଶତକୁ ବଢିଥିଲା । ମୁଖ୍ୟ ସ୍ରୋତଠାରୁ ବହୁ ଦୂରରେ ବଣଜଙ୍ଗଲ ଭିତରେ ରହୁଥିବା ଡଙ୍ଗରିଆଙ୍କ ଭିତରେ ଶିକ୍ଷା ପ୍ରବେଶ କରିବା ପାଇଁ ସରକାର କରିଥିବା ଉଦ୍ୟମ ଫଳବତୀ ହେଉଛି । ସେପଟେ ଏହି ପିଲାମାନେ ହିଁ ତାଙ୍କ ଗାଁ ଓ ସମାଜରେ ପରିବର୍ତନ ଆଣିବାର ଧାରା ସୃଷ୍ଟି କରିପାରିବେ ବୋଲି ଆଶା ରଖିଛି ଜିଲ୍ଲା ପ୍ରଶାସନ ।

rayagada-odisha_3b6b04c0-dbe8-11e7-ad52-47d546f3ccd3ସେହି ୧୪ ଜଣ ଛାତ୍ରୀଙ୍କ ମଧ୍ୟରେ ପୂର୍ଣ୍ଣିମା ହୁକା ଅନ୍ୟତମ । ଚଳିତବର୍ଷ ଦଶମ ପରୀକ୍ଷାରେ ୭୭ ପ୍ରତିଶତ ନମ୍ବର ରଖି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ଏବେ ସେ ରାୟଗଡାର ଏଳଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ବିଜ୍ଞାନ ବିଷୟରେ ପାଠ ପଢୁଛନ୍ତି । ପୂରା ଡଙ୍ଗରିଆ କନ୍ଧ ସମୁଦାୟ ପାଇଁ ପ୍ରେରଣା ପାଲଟିଥିବା ପୂର୍ଣ୍ଣିମା କହିଛନ୍ତି, ଗଣିତ ତାଙ୍କର ପ୍ରିୟ ବିଷୟ ଓ ଭବିଷତ୍ୟରେ ଅଧ୍ୟାପିକା ହେବାକୁ ଲକ୍ଷ୍ୟ ରଖିଛନ୍ତି । ପୂର୍ଣ୍ଣିମା ଏହି ସଫଳତା ପାଇବାକୁ ଅନେକ କଷ୍ଟ କରିଛନ୍ତି । ନିୟମଗିରିର ପୂର୍ଣ୍ଣିମା ମାତ୍ର ୭ ବର୍ଷର ହୋଇଥିବା ବେଳେ ବାପା ମା ତାଙ୍କୁ କାନସୁରରେ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବିଦ୍ୟାଳୟରେ ଛାଡିଥିଲେ । ଆଉ ଏହାପରେ ଆଉ ପଛକୁ ଚାହିଁନଥିଲେ ପୂଣ୍ଣିମା । ଗୋଟିଏ ପରେ ଗୋଟିଏ ସଫଳତାର ସିଡି ଚଢିବା ସହ ଡଙ୍ଗରିଆ କନ୍ଧଙ୍କ ପାଇଁ ଏବେ ପ୍ରେରଣା ପାଲଟିଛନ୍ତି ।

ମୁକିନ୍ଦା ଗାଁରେ ରହୁଥିବା ପିଙ୍କି କଣ୍ଡଗାରିଆ,କାନ୍ସୁର ବିଦ୍ୟାଳୟର ଅନ୍ୟତମ ସଫଳତମ ଛାତ୍ରୀ । ଦଶମ ଶ୍ରେଣୀରେ ୬୦ ପ୍ରତିଶତ ମାର୍କ ରଖି ରାୟଗଡ଼ା ସ୍ୱୟଂଶାସିତ ସରକାରୀ ମହାବିଦ୍ୟାଳୟରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଷୟରେ ଅଧ୍ୟୟନ କରୁଛନ୍ତି । ଭବିଷତ୍ୟରେ ଏକ ସଫ୍ଟୱେର ଇଂଜିନିୟର ହେବାକୁ ତାଙ୍କର ଇଚ୍ଛ। ।

rayagada-odisha_3e624620-dbe8-11e7-ad52-47d546f3ccd3ରାୟଗଡ଼ା କଲେକ୍ଟରଙ୍କ କହିବା ଅନୁସାରେ ଏହା ଏଭଳି ସଂପ୍ରଦାୟ ଯେଉଁଠାରେ ଝିଅଙ୍କୁ ଘରେ ଏବଂ ବାହାରେ କାମ କରିବାକୁ କୁହାଯାଏ ଏବଂ କମ ବୟସରୁ ବିବାହ କରିଦିଆଯାଏ । ତା ଛଡା ଏଠାରେ ଶିଶୁ ଏବଂ ମାତୃ ମୃତ୍ୟୁହାର ସବୁଠାରୁ ଅଧିକ । ଏଭଳି ସ୍ଥାନରେ ଶିକ୍ଷାପାଇଁ ଝିଅମାନେ ଆଗକୁ ଆସିବା ନିହାତି ଏକ ଖୁସିର ବିଷୟ । ଏଠାରେ ପିଲାଙ୍କୁ ସ୍କୁଲ ପଠାଇବା ପାଇଁ ବାପା ମାଙ୍କୁ ବୁଝାଇବା ଖୁବ କଷ୍ଟସାଧ୍ୟ । ତେବେ ତାଙ୍କ କହିବା ଅନୁସାରେ ଏ ବର୍ଷ ୧୪ ଜଣଙ୍କ ମଧ୍ୟରୁ ୪ ଜଣ ଉଚ୍ଚତର ଶିକ୍ଷାକୁ ଛାଡ଼ି ଦେଇଛନ୍ତି । ଏମାନଙ୍କ ମଧ୍ୟରୁ ପିଙ୍କି କଣ୍ଡଗାରୀ ଜଣେ, ୪୭ ପ୍ରତିଶତ ସଂଖ୍ୟା ରଖି ଉତ୍ତୀର୍ଣ୍ଣ ହୋଇଥିଲେ କିନ୍ତୁ ତାଙ୍କୁ ମଧ୍ୟ ଅଧାରୁ ପାଠ ଛାଡିବାକୁ ପଡିଥିଲା । ପିଙ୍କିଙ୍କ କହିବା ଅନୁଯାୟୀ, ବାପା ମାଙ୍କୁ କାମରେ ସାହାର୍ଯ୍ୟ କରିବାକୁ ସେ ପାଠପଢା ଛାଡ଼ି ଦେଇଛନ୍ତି ।

ତେବେ ୧୪ ଜଣ ଛାତ୍ରୀ ଏକାସାଙ୍ଗରେ ମାଟ୍ରିକ ପରୀକ୍ଷାରେ ପାସ କରିବା ପରେ ଏବେ ସ୍ଥାନୀୟ ଅଞ୍ଚଳରେ ଉଚ୍ଚଶିକ୍ଷା ପାଇଁ ଛାତ୍ରୀ ମାନେ ଆଗ୍ରହ ପ୍ରକାଶ କରୁଛନ୍ତି । ସାଧାରଣତଃ ଏଠାରେ ଅଧିକାଂଶ ବାପା ମା’ ପାଠ ପଢିବାକୁ ଝିଅଙ୍କୁ ବାହାରକୁ ପଠାଇବାକୁ ଚାହାନ୍ତି ନାହିଁ । କିନ୍ତୁ ଏବେ ଏହି ମନୋବୃତ୍ତିରେ ପରିବର୍ତ୍ତନ ଆଣିଛନ୍ତି ବିଷମ କଟକର ସୁବର୍ଣ୍ଣା ଜେକ୍ସିକ । ଦଶମ ପରୀକ୍ଷାରେ ୪୩ ପ୍ରତିଶତ ନମ୍ବର ରଖିଥିଲେ ମଧ୍ୟ ତାଙ୍କ ବାପା ମାଙ୍କର ଇଚ୍ଛା ଥିଲା ସୁବର୍ଣ୍ଣା ଅଧିକ ପଢନ୍ତୁ ଓ ଆଗକୁ ବଢନ୍ତୁ । ଏପରିକି ସୁବର୍ଣ୍ଣା ନିଜ ଶିକ୍ଷକଙ୍କ ଦ୍ୱାରା ସହାୟତା ପାଇ ସେ ରାୟଗଡ଼ା ସରକାରୀ ଆଇଟିଆଇ କଲେଜରେ ପ୍ରବେଶ କରିବାରେ ସଫଳ ହୋଇପାରିଥିଲେ । ମାତ୍ର ଛଅ ମାସ ମଧ୍ୟରେ ସେ ନିଜକୁ ପ୍ରମାଣିତ କରି ପାରିଥିଲେ । ତାଙ୍କର ଏଭଳି ପରିବର୍ତ୍ତନ ଅନେକଙ୍କୁ ଆଶ୍ଚଯ୍ୟ କରିଥିଲା । ଏକ ବିରାଟ ଅନ୍ଧକାର ପରେ ଆଲୋକର ବତୀ ଜଳିଛି ଏବଂ ଏହି ସଂପ୍ରଦାୟରେ ଏକ ବିରାଟ ପରିବର୍ତ୍ତନ ଦେଖାଦେଇଛି । ଯାହା ଶିକ୍ଷା କ୍ଷେତ୍ରରେ ଏକ ନୂତନ ଆଶା ସୃଷ୍ଟି କରିଛି ।