ପୃଥିବୀ ବାହାରେ ରହିଛି ସୁନ୍ଦର ଦୁନିଆଁ  । ମହାକାଶରେ କିପରି କଟିଲା ୧୩୬ଦିନ ? ସାଇ ଇଂଟରନ୍ୟାସନାଲ ସ୍କୁଲର ବିଜ୍ଞାନ ମହୋତ୍ସବରେ ଅଭିଜ୍ଞତା ବାଂଟିଲେ ମହାକାଶଚାରୀ

38

କନକ ବ୍ୟୁରୋ : ରୋବର୍ଟ କେବେ ବି ମନୁଷ୍ୟର ସ୍ଥାନ ନେଇପାରିବ ନାହିଁ । ପୃଥିବୀ ବାହାରେ ମଧ୍ୟ ଏକ ସୁନ୍ଦର ଦୁନିଆ ରହିଛି । ମହାକାଶରେ ଜୀବନ ଅତ୍ୟନ୍ତ ଆନନ୍ଦଦାୟକ । ମହାକାଶରେ ମୃତ୍ୟୁ ହେଲେ ଏହା ହେବ ଶାନ୍ତିର ମରଣ । ଏହା ମୋତେ ହିରୋ କରିଦେବ ।

ସାଇ ଇଂଟରନ୍ୟାସନାଲ ସ୍କୁଲର ବିଜ୍ଞାନ ମହୋତ୍ସବ  ସାଇଟେଡର ଉଦଘାଟନୀ ଉତ୍ସବରେ ଯୋଗଦେଇ ଏହା କହିଛନ୍ତି ବିଶିଷ୍ଟ ନାସା ମହାକାଶଚାରୀ  ଜ୍ୟାକ ଡି ଫିସର । ଏହି ଅବସରରେ ମହାକାଶରେ  ହୋଇଥିବା ୧୩୬ ଦିନର ଅଭିଜ୍ଞତାକୁ ସେ ଛାତ୍ରଛାତ୍ରୀଙ୍କ ଆଗରେ  ବର୍ଣ୍ଣନା କରିଥିଲେ । ମହାକାଶରେ କିପରି ଖାଉଥଲେ, କଣ କରୁଥିଲେ ସେ ବାବଦରେ କହିଥିଲେ ଫିସର । ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରଶ୍ନର ଉତର ବି ଦେଇଥିଲେ ମହାକାଶଚାରୀ ଜ୍ୟାକ୍ ଡି ଫିସର ।