ମଧୁମେହ ରୋଗୀଙ୍କ ପାଇଁ ଖୁସି ଖବର ! ବିନା ଔଷଧରେ ଭଲ ହେବ ରୋଗ

137

କନକ ବ୍ୟୁରୋ : ଡାଏବିଟିସ ବା ମଧୁମେହ ରୋଗୀଙ୍କ ପାଇଁ ଖୁସି ଖବର । ବ୍ରିଟେନର ଦଳେ ଗବେଷକ ଗବେଷଣା କରି ବିନା ଔଷଧରେ ମଧୁମେହ ରୋଗର ନିରାକରଣ ବାହାର କରିଛନ୍ତି । ୧୦ରୁ ୧୫ କିଲୋଗ୍ରାମ ଓଜନ କମାଇଲେ ଡାଇବେଟିସକୁ ଆପଣ ମଧ୍ୟ ମାତ ଦେଇପାରିବେ । କ୍ରମାନ୍ୱୟରେ ଓଜନ କମାଇଲେ ଡାଇବେଟିସରୁ ରୋଗୀ ମୁକ୍ତ ହୋଇପାରିବେ । ଏଥିପାଇଁ ରୋଗୀଙ୍କୁ ତିନିଟ ସୋପାନରେ ନିଜ ଓଜନ କମାଇବାର ପରାମର୍ଶ ରହିଛି ।

ଓଜନ କମାଇବା ପାଇଁ ଡାଏଟ କରିବାକୁ ପଡିବ, ଏଥିପାଇଁ ୩ରୁ ୫ ମାସ ଯାଏଁ ଦୈନିକ ୮୨୫ରୁ ୮୩୫ କ୍ୟାଲୋରିରୀ ଖାଦ୍ୟ ଗ୍ରହଣ କରିବାକୁ ପଡିବ । ସେହିପରି ୨ରୁ ୮ ସପ୍ତାହ ଯାଏଁ ଅଳ୍ପ ଅଳ୍ପ ଖାଦ୍ୟ ବହୁବାର ଗ୍ରହଣ କରିବା ଆବଶ୍ୟକ । ତୃତୀୟ ପ୍ରକ୍ରିୟା ହେଉଛି ହାଲୁକା ବ୍ୟାୟାମ କରିବା । ଏହି ପଦ୍ଧତି ଅନୁସରଣ କଲେ ଓଜନ କମିବା ସହ ମଧୁମେହ ରୋଗୀ ଆରାମ ପାଇ ପାରିବେ ବୋଲି ଦାବି କରିିଛନ୍ତି ବ୍ରିଟେନର ବୈଜ୍ଞାନିକ ।