ଭୁବନେଶ୍ୱର : ଜୀବନକୁ ବାଜି ଲଗାଇ ୬ବର୍ଷର ଶିଶୁକୁ ଉଦ୍ଧାର କଲେ ୧୩ବର୍ଷର ବାଳକ ପପୁ

31

କନକ ବ୍ୟୁରୋ : ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାର ବଇଁଚୁଆରେ ୧୩ବର୍ଷର ନାବାଳକ ପପୁ । ନିଜ ଜୀବନକୁ ବାଜି ଲଗାଇ କୂଅ ଭିତରକୁ ଡେଇଁ ପଡି ୬ବର୍ଷର ଶିଶୁକୁ ଉଦ୍ଧାର କରିଥିଲା ପପୁ । ସ୍ଥାନୀୟ ଲୋକେ ପପୁର ଏହି ସାହସକୁ ଖୁବ୍ ପ୍ରଶଂସା କରିଛନ୍ତି । ଗତ ୨୭ତାରିଖରେ ସଂଧ୍ୟା ସମୟରେ ବଇଁଚୁଆ ବଢେଇ ସାହିର ବୈକୁଣ୍ଠ ସାହୁଙ୍କ ପୁଅ ଲିପୁ ସାହୁ ଏକ ପରିତ୍ୟକ୍ତ କୂଅକୁ ଖସିପଡିଥିଲେ ।

ଲିପୁ କୂଅରେ ପଡିଯାଇଥିବା ଦେଖି ସେଠାରେ ଥିବା ୧୩ବର୍ଷର ନାବାଳକ ପପୁ ବିଳମ୍ବ ନକରି ତୁରନ୍ତ କୂଅ ଭିତରକୁ ଡେଇଁ ପଡି ଲିପୁକୁ ଉଦ୍ଧାର କରିଥିଲେ । ଆଉ ଉପସ୍ଥିତ ବୁଦ୍ଧି ଖଟାଇ ଲିପୁକୁ କାନ୍ଧରେ ଟେକି ଧରି ଉଦ୍ଧାର କରିବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ । ଏତିକିବେଳେ ପାଖରେ ଥିବା ପିଲାମାନେ ଚିତ୍କାର କରିଥିଲେ । ଚିତ୍କାର ଶୁଣି ଗାଁଲୋକେ ସେଠାରେ ପହଂଚି ଦଉଡି ଦେଇ ଉଭୟଙ୍କୁ କୂଅ ଭିତରୁ ବାହାର କରିଥିଲେ । ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ପପୁଙ୍କ ସାହାସିକତା ପାଇଁ ପ୍ରଶଂସା କରିଥିଲେ । କେବଳ ଏତିକି ନୁହଁ ଆଜି ସମ୍ବାଦର ସମ୍ପାଦକ ସୌମ୍ୟ ରଂଜନ ପଟ୍ଟନାୟକଙ୍କ ଜନ୍ମଦିନ ତଥା ସ୍ୱାଭିମାନ ସମାରୋହ ଦିବସରେ ପପୁଙ୍କୁ ସମ୍ମାନିତ କରାଯାଇଛି ।