ମଇଦାନରେ ହିରୋ ହେଲେ ପ୍ରେମରେ ଜିରୋ ! ଜାଣନ୍ତୁ ଏହି ଖେଳାଳିଙ୍କ ସଂପର୍କରେ ଯିଏକି ପ୍ରେମ ମାମଲାରେ ହୋଇଛନ୍ତି ଫେଲ୍

116

ସିନେମା ଜଗତରେ ନାୟକ ନାୟିକାଙ୍କ  ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିବା ଏବଂ ବିଚ୍ଛେଦ ଘଟିବା ଏକ ଏକ ସାଧାରଣ କଥା ଅଟେ । ଯାହାକୁ ନେଇ ଅନେକ ସମୟରେ ଅନେକ ଖବରମାନ ଶୁଣିବାକୁ ମଧ୍ୟ ମିଳିଥାଏ । ତେବେ ଖାଲିଯେ ବଲିଉଡ ଜଗତରେ ଏହି ଘଟଣା ଦେଖିବାକୁ ମିଳିଥାଏ ତାହା ନୁହେଁ ବରଂ କ୍ରିକେଟ୍ ଜଗତରେ ମଧ୍ୟ ଏଭଳି ଖବର ଦେଖିବାକୁ ଓ ଶୁଣିବାକୁ ମିଳିଥାଏ । ବିଭିନ୍ନ ସମୟରେ ତାରକାଙ୍କ ସଂପର୍କ ଗଙ୍ଘିବା ଓ ଭାଙ୍ଗିବାକୁ ନେଇ ଅନେକ ଖବର ଶୁଣିବାକୁ ମିଳିଥାଏ । ଭାରତୀୟ କ୍ରିକେଟ୍ ଜଗତରେ କିଛି ଏଭଳି ଖେଳାଳି ରହିଛନ୍ତି ଯେଉଁମାନେ କି ମଇଦାନରେ ହିରୋ ସାଜିଥିଲେ ମଧ୍ୟ ପ୍ରେମ ବ୍ୟାପାରରେ ହୋଇଛନ୍ତି ପୁରା ଫେଲ ମାରିଛନ୍ତି । ତେବେ ଆସନ୍ତୁ ଜାଣିବା ।

ବିରାଟ କୋହଲି-ସରାହ ଜୈନ

ଭାରତୀୟ କ୍ରିକେଟ୍ ଦଳର ଗୌରବ ତଥା ଅଧିନାୟକ ବିରାଟ କୋହଲିଙ୍କ ନାଁ ମଧ୍ୟ ଏହି ତାଲିକାରେ ସବୁଠୁ ଶୀର୍ଷରେ ରହିଛି । କୁହାଯାଏ କି, ବିରାଟଙ୍କ ସହିତ ପୂର୍ବତନ ମିସ୍ ଇଣ୍ଡିଆ ସରାହ ଜୈନଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢିଉଠିଥିଲା । ବିରାଟ ବି ତାଙ୍କୁ ଦୀର୍ଘଦିନ ଧରି ଡେଟ୍ କରି ଆସୁଥିଲେ । ତେବେ ଉଭୟଙ୍କ ସାକ୍ଷାତ୍ ଏକ ବନ୍ଧୁମିଳନ ଉତ୍ସବରେ ହୋଇଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢିଉଠିଥିଲା । କିଛି ଦିନ ଯାଏଁ ଉଭୟେ ସାଥୀରେ ରହିଥିଲେ ଏବଂ ନିଜ ସଂପର୍କକୁ ସର୍ବସମ୍ମୁଖରେ ସ୍ୱୀକାର ମଧ୍ୟ କରିଥିଲେ । ମାତ୍ର ଉଭୟଙ୍କ ଏହି ସଂପର୍କ ଦୀର୍ଘଦିନ ତିଷ୍ଠି ରହି ପାରିନଥିଲା । ଅର୍ଥାତ୍ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବିଚ୍ଛେଦ ଘଟିଥିଲା । ବିରାଟ୍ ବର୍ତ୍ତମାନ ବଲିଉଡ ହଟ୍ ଅଭିନେତ୍ରୀ ତଥା ଅନୁଷ୍କା ଶର୍ମାଙ୍କୁ ବିବାହ କରିବାକୁ ଯାଉଛନ୍ତି ।

ଯୁବରାଜ ସିଂହ ଏବଂ ଦୀପିକା ପାଦୁକୋନ

ସାଧାରଣତଃ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ନାଁ ଅନେକ ତାରକାଙ୍କ ସହ ଯୋଡା ହୋଇସାରିଛି । ଏହି ନାଁ ମଧ୍ୟରୁ ଗୋଟିଏ ନାଁ ହେଲା କ୍ରିକେଟର ଯୁବରାଜ ସିଂହ । କୁହାଯାଏ କି, ଦୀପିକା ଏବଂ ଯୁବରାଜ ପରସ୍ପରକୁ ଡେଟ୍ କରୁଥିଲେ । ଖାଲି ସେତିକି ନୃୁହେଁ ଉଭୟଙ୍କୁ ତ ଅନେକ ଥର ଏକାଠି ଦେଖିବାକୁ ମିଳୁଥିଲା । ମାତ୍ର ଏମାନଙ୍କ ସଂପର୍କରେ ମଧ୍ୟ ଭଟ୍ଟା ପଡିଥିଲା । ବର୍ତ୍ତମାନ ଯୁବରାଜ ହୈଜଲ କେଚଙ୍କୁ ବିବାହ କରିଛନ୍ତି ।

ଦିନେଶ କାର୍ତ୍ତିକ ଓ ନିକିତା ବଂଜାରା

ଭାରତୀୟ ୱିକେଟକିପ୍ପର ଦିନେଶ କାର୍ତ୍ତିକଙ୍କର ନିକିତା ବଂଜାରାଙ୍କ ସହ କେବଳ ପ୍ରେମ ସଂପର୍କ ନଥିଲା ବରଂ କାର୍ତ୍ତିକ ନିକିତାଙ୍କୁ ବିବାହ ମଧ୍ୟ କରି ସାରିଥିଲେ । ଏହାପରେ କାର୍ତ୍ତିକଙ୍କ ବନ୍ଧୁ ତଥା ମୁରଲୀ ବିଜୟ ନିକିତାଙ୍କୁ ବିବାହ କରିଥିଲେ ଏବଂ ଦିନେଶ କାର୍ତ୍ତିକ ଦୀପିକା ପଲ୍ଲିୱଲଙ୍କୁ ବିବାହ କରିଥିଲେ ।

ରୋହିତ ଶର୍ମା – ସୋଫିଆ ହୟାତ

ସୋସିଆଲ ମିଡିଆରେ କ୍ରିକେଟର ରୋହିତ ଶର୍ମା ଓ ମଡେଲ୍ ସୋଫିଆ ହୟାତଙ୍କ ମଧ୍ୟରେ ଚାଲିଥିବା ପ୍ରେମ ସଂପର୍କକୁ ନେଇ ବିଭିନ୍ନ ଖବର ସୋସିଆଲ୍ ମିଡିଆରେ ତୀବ୍ର ଭାବରେ ଭାଇରାଲ ହେବାରେ ଲାଗିଥିଲା । ଏଥିସହିତ ଉଭୟଙ୍କର କିଛି ଫଟୋ ମଧ୍ୟ ସାମନାକୁ ଆସିଥିଲା ।

ସୌରଭ ଗାଙ୍ଗୁଲୀ- ନଗମା

ବିଭିନ୍ନ ସୂତ୍ରରୁ ଯାହା ଶୁଣିବାକୁ ମିଳିଛି ଯେ, ସୌରଭ ଗାଙ୍ଗୁଲୀ, ନାୟିକା ନଗମାଙ୍କ ମଧ୍ୟରେ ବି ପ୍ରେମ ସଂପର୍କ ଥିଲା । ଉଭୟଙ୍କୁ ବି ବିଭିନ୍ନ ସ୍ଥାନରେ ଏକାଠି ଦେଖିବାକୁ ମିଳିଥିଲା । ତେବେ ବର୍ତ୍ତମାନ ଏହି ମାମଲାରେ ସୌରଭ ଗାଙ୍ଗୁଲୀଙ୍କ ପତ୍ନୀ ଖଣ୍ଡନ କରିଛନ୍ତି ଏବଂ ଏହାକୁ ଏକ ଗୁଜବ ବୋଲି ଯୁକ୍ତି କରିଛନ୍ତି ।

ସୌଜନ୍ୟ: ଜନସତ୍ତା