ଛତିଶଗଡ–ତେଲଙ୍ଗାନା ପୋଲିସର ମିଳିତ କମ୍ବିଂ ! ବିଜାପୁରର ପୂଜାରୀକାଙ୍କେର ଜଙ୍ଗଲରେ ଏନକାଂଉଟର,୧୨ ମାଓବାଦୀ ମୃତ ସୂଚନା

36

କନକ ବ୍ୟୁରୋ: ଛତିଶଗଡ ଓ ତେଲଙ୍ଗାନା ପୋଲିସକୁ ମିଳିଛି ବଡ ସଫଳତା । ଛତିଶଗଡ ବିଜାପୁରର ପୂଜାରୀକାଙ୍କେର ଜଙ୍ଗଲରେ ଏନକାଂଉଟରେ ୧୨ ଜଣ ମାଓବାଦୀ ପ୍ରାଣ ହରାଇଥିବା ସୂଚନା ମିଳିଛି । ଦୁଇରାଜ୍ୟର ପୋଲିସର କମ୍ବିଂ ଅପରେସନ ବେଳେ ଏହି ଏନକାଂଉଟର ହୋଇଛି । ପୋଲିସ ଗୁଳିରେ ପ୍ରାୟ ୧୨ ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି । ଘଟଣାସ୍ଥଳରୁ ଏ.କେ-୪୭ ସହ ବିପୁଳ ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ ହୋଇଛି ।

ପ୍ରକାଶ ଯେ, ଶୁକ୍ରବାର ଭୋର ସମୟରେ ତେଲେଙ୍ଗାନା -ଛତିଶଗଡ଼ ପୁଲିସ ପକ୍ଷରୁ ଚାଲିଥିବା କମ୍ବିଂ ଅପରେସନ୍ ସମୟରେ ଏକ ମାଓ-ଶିବିର ଠାବ କରାଯାଇଥିଲା । ସେଠାରେ ବହୁ ସଂଖ୍ୟକ ମାଓବାଦୀ ଉପସ୍ଥିତ ଥିଲେ । ପୁଲିସ ଦଳ ଶିବିର ପାଖରେ ପହଞ୍ଚିବା ପରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ଏହି ଗୁଳି ବିନିମୟରେ ୧୦ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଅପରେସନ୍ ବେଳେ ସୁରକ୍ଷା କର୍ମୀ ମୃତ କିମ୍ବା ଆହତ ହୋଇଥିବା ଖବର ହସ୍ତଗତ ହୋଇନାହିଁ ।

ଘଟଣାସ୍ଥଳରୁ ବହୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓ ସାମଗ୍ରୀ ଏବଂ ବିସ୍ପୋରକ ଜବତ କରାଯାଇଛି । କମ୍ବିଂ ଅପରେସନ୍ ଜାରି ରହିଥିବା ବେଳେ ବର୍ତ୍ତମାନ ହେଲିକ୍ୟାପ୍ଟର ଯୋଗେ ମାଓବାଦୀଙ୍କ ମୃତ ଶରୀରକୁ ତେଲେଙ୍ଗାନାର ଭଦ୍ରାଚଳମ ଆଣିବା ପାଇଁ ବ୍ୟବସ୍ଥା ଚଳାଇଛନ୍ତି ସୁରକ୍ଷାକର୍ମୀ ।