ଗଣେଶ ପୂଜା ବିସର୍ଜନକୁ ନେଇ ସୋରରେ ବଢୁଛି ଉତେଜନା : ସ୍ଥିତି ନିୟନ୍ତ୍ରଣ ପାଇଁ ୧୨ ଘଂଟାର କର୍ଫ୍ୟୁ ଜାରି

57

ବାଲେଶ୍ୱର : ଗଣେଶପୂଜା ଭସାଣ ନେଇ ସୋରରେ ଦେଖା ଦେଇଥିବା ଉତେଜନା ବଢିବାରେ ଲାଗିଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ଆଜି ସଂଧ୍ୟା ୬ରୁ ସକାଳ ୬ ଯାଏଁ କର୍ଫ୍ୟୁ ଲାଗୁ କରିଛି ପୋଲିସ । ଏହି ସମୟ ମଧ୍ୟରେ ଜାତୀୟ ରାଜପଥରେ ଗାଡିମଟର ଚଳାଚଳ ଓ ଜରୁରୀକାଳୀନ ସେବା ବ୍ୟତୀତ ସମସ୍ତ ଗତିବିଧିକୁ ବାରଣ କରାଯାଇଛି। ସ୍ଥାନୀୟ ଲୋକଙ୍କୁ ଏହି ସମୟ ମଧ୍ୟରେ ଘରୁ ବାହାରକୁ ବାହାରିବାକୁ  ମନା କରାଯାଇଛି।

ସେପଟେ ଆସନ୍ତାକାଲି ମୁସଲମାନ ସଂପ୍ରଦାୟଙ୍କ ବକରି୍ – ଇଦ୍ ପାଳନ ହେବ । ସେଥିପାଇଁ  ସକାଳ ୮ରୁ ଦିନ ୨ ଟା ଯାଏଁ କଟକଣା ସାମାନ୍ୟ କୋହଳ କରାଯିବ। ମସଜିଦରେ ସେମାନେ ସାମୁହିକ ନମାଜ ପାଠ କରିପାରିବେ । କିନ୍ତୁ ଏହି ଅବସରରେ ବାହାରୁଥିବା ଜୁଲୁସ୍ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଉପରେ ଜିଲ୍ଲା ପ୍ରଶାସନ କଟକଣା ଲଗାଇଛି । ଏହି କୋହଳ ସମୟରେ ଦୋକାନ ବଜାର ଖୋଲା ରହିବ ବୋଲି ଜଣାପଡିଛି । ଆଜି ପୋଲିସ  ୮ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି।