ଅବୈଧ ସଂପର୍କର କରୁଣ ପରିଣତି : ବିରୋଧ କରିବାରୁ ସ୍ୱାମୀଙ୍କ ଜିଭ କାଟିଲେ ସ୍ତ୍ରୀ

50

ଅବୈଧ ସଂପର୍କକୁ ବିରୋଧ କରିବାରୁ ସ୍ୱାମୀଙ୍କ ଜିଭ କାଟି ଦେଇଛି ସ୍ତ୍ରୀ । ଘଟଣାଟି ଘଟିଛି ମୁରାଦାବାଦରେ । ନବଭାରତ ଟାଇମ୍ସରେ ପ୍ରକାଶିତ ଖବର ଅନୁଯାୟୀ, ଇଟା ଭାଟିରେ କାମ କରୁଥିବା ଜିତେନ୍ଦ୍ର ନାମକ ଜଣେ ଯୁବକ ଦିନେ ସ୍ତ୍ରୀ ମୀନାକ୍ଷୀକୁ ଅନ୍ୟଜଣେ ଯୁବକଙ୍କ ସହ ଅସଂଜତ ଅବସ୍ଥାରେ ଦେଖିଥିଲେ । ତେବେ ଏହାକୁ ଜିତେନ୍ଦ୍ର ବିରୋଧ କରିବାରୁ ମୀନାକ୍ଷୀଙ୍କ ରାଗ ବଢିଯାଇଥିଲା । ଆଉ ନିଜ ପ୍ରେମିକ ସହ ମିଶି ଜିତେନ୍ଦ୍ରଙ୍କୁ ଆକ୍ରମଣ କରିଥିଲେ । ପ୍ରଥମେ ପ୍ରବଳ ପିଟିଲେ ଓ ପରେ ତାଙ୍କ ଜିଭ କାଟି ଫେରାର୍ ହୋଇଗଲେ ।

ଗୁରୁତର ଜିତେନ୍ଦ୍ରଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏବେ ଜିତେନ୍ଦ୍ରଙ୍କ ଜିଭରେ ୯ଟି ଷ୍ଟିଚ୍ ପଡିଛି । ଜିତେନ୍ଦ୍ରଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ, ବିବାହ ପୂର୍ବରୁ ମୀନାକ୍ଷୀଙ୍କର ଥିବା ଅବୈଧ ପ୍ରେମ ସଂପର୍କ ବିବାହ ପରେ ମଧ୍ୟ ଜାରି ରହିଥିଲା ।

ଏହା ସହ ଦେଖନ୍ତୁ ସେକ୍ସ ପାଇଁ ମନାକଲେ ସ୍ତ୍ରୀକୁ ଛାଡପତ୍ର ଦେଇ ପାରିବେ ସ୍ୱାମୀ : ଦିଲ୍ଲୀ ହାଇକୋର୍ଟଙ୍କ ରାୟ