ବୀର ଚକ୍ର ସମ୍ମାନରେ ସମ୍ମାନିତ ହେବେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ ! ଆସନ୍ତାକାଲି ସ୍ୱାଧୀନତା ଦିବସରେ କରାଯିବ ସମ୍ମାନିତ

197

ପାକିସ୍ତାନର ବାଲାକୋଟରେ ଏୟାର୍ ଷ୍ଟ୍ରାଇକ୍ ପରେ ପାକ୍ ଅଧିକୃତ କାଶ୍ମୀର (ପିଓକେ) ରେ ଏଫ୍-୧୬ ବିମାନକୁ ମାରି ଗଡାଇଥିବା ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଦ୍ଦମାନଙ୍କୁ “ବୀର ଚକ୍ର” ସମ୍ମାନରେ ସମ୍ମାନିତ କରାଯିବ । ବୀର ଚକ୍ର ସମ୍ମାନରେ ସମ୍ମାନିତ ହେବେ ୱିଙ୍ଗ କମାଣ୍ଡର ଅଭିନନ୍ଦନ । ଆସନ୍ତାକାଲି ସ୍ୱାଧୀନତା ଦିବସ ଅବସରରେ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ । ଅଭିନନ୍ଦନଙ୍କ ସହ ସ୍କ୍ୱାଡର୍ଣ୍ଣ ଲିଡର ମିଣ୍ଟି ଅଗ୍ରୱାଲଙ୍କୁ ମଧ୍ୟ ଯୁଦ୍ଧସେବା ପଦକରେ ସମ୍ମାନିତ କରାଯିବ । ଯୁଦ୍ଧକାଳରେ ପରାକ୍ରମ ପାଇଁ ଦିଆଯାଉଥିବା ତୃତୀୟ ସବୁଠାରୁ ବଡ ସୈନ୍ୟ ପୁରସ୍କାର ହେଉଛି ‘ବୀର ଚକ୍ର’ । ଏହି ତାଲିକାରେ ପ୍ରଥମରେ ପରମବୀର ଏବଂ ଦ୍ୱିତୀୟରେ ମହାବୀର ଚକ୍ର ଆସିଥାଏ ।

 

ଏକ ନ୍ୟୁଜ୍ ଏଜେନ୍ସୀ ପକ୍ଷରୁ ଏପ୍ରିଲ୍ ମାସରେ କୁହାଯାଇଥିଲା ଯେ ଫେବୃୟାରୀ ୨୬ ରେ ଏୟାର ଷ୍ଟ୍ରାଇକରେ ସାମିଲ ହୋଇଥିବା ମିରାଜ-୨୦୦୦ ର ୫ ପାଇଲଟ୍ ଙ୍କୁ ବାୟୁସେନା ପଦକରେ ସମ୍ମାନିତ କରାଯିବ । ଏହି ପାଇଲଟ୍ ଆତଙ୍କୀ ସଂଗଠନ ଜୈସ୍-ଏ-ମହମ୍ମଦର ଠିକଣା ଇସରାଏଲ୍ ରେ ପ୍ରସ୍ତୁତ ହୋଇଥିବା ସ୍ପାଇସ୍ ୨୦୦୦ ବୋମା ବର୍ଷଣ କରିଥିଲା । ଏହି ସମୟରେ ୩୦୦ ରୁ ଆତଙ୍କବାଦୀ ନିହତ ହୋଇଥିଲେ ।

ଆପଣଙ୍କୁ କହିରଖୁଛୁ ଫେବୃୟାରୀ ୧୪ ତାରିଖ ଜମ୍ମୁ-କାଶ୍ମୀରର ପୁଲୱାମାରେ ସିଆରପିଏଫ୍ ଗାଡି ଉପରକୁ ଆତଙ୍କବାଦୀ ଆକ୍ରମଣ କରିଥିଲେ ଯେଉଁଥିରେ ୪୦ ଜଣ ଯବାନ ସହିଦ୍ ହୋଇଯାଇଥିଲେ । ଏହି ଆକ୍ରମଣର ୧୩ ଦିନ ପରେ ଭାରତୀୟ ବାୟୁସେନା ପାକ୍ ର ବାଲାକୋଟ୍ ରେ ପଶି ଆତଙ୍କୀ କ୍ୟାମ୍ପକୁ ଟାର୍ଗେଟ୍ କରିଥିଲେ । ଏହାର ପରଦିନ ପାକିସ୍ତାନ ବାୟୁସେନା ଭାରତୀୟ ସୀମାରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲା । କିନ୍ତୁ ଭାରତୀୟ ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଦ୍ଦମାନ ମିଗ୍-୨୧ ବାଇସନ୍ ରେ ପାକ୍ ର ଏଫ୍-୧୬ ଲଢୁଆ ବିମାନକୁ ମାରି ଗଡାଇଥିଲେ । କିନ୍ତୁ ଏହି ଆକ୍ରମଣରେ ଅଭିନନ୍ଦନଙ୍କ ବିମାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା ଯେଉଁଥିପାଇଁ ତାଙ୍କୁ ପାରାଶ୍ୟୁଟ୍ ବ୍ୟବହାର କରିବାକୁ ପଡିଥିଲା । କିନ୍ତୁ ଭାରତ ବଦଳରେ ଅଭିନନ୍ଦନ ପାକ୍ ସୀମାରେ ଭୁଲବଶତଃ ଚାଲିଯାଇଥିଲେ । ଯାହାପରେ ତାଙ୍କୁ ସ୍ଥାନୀୟ ଲୋକ ଧରି ମାରପିଟ୍ କରିବା ସହ ପାକ୍ ସେନାକୁ ହସ୍ତାନ୍ତର କରିଥିଲେ । କିନ୍ତୁ ପାକିସ୍ତାନରେ ୫୬ ଘଣ୍ଟା ରହିବା ପରେ ଅନ୍ତରାଷ୍ଟ୍ରୀୟ ଚାପ ଯୋଗୁଁ ସେ ସ୍ୱଦେଶ ବାହୁଡିଥିଲେ ।