ଭାରତକୁ ପାକିସ୍ତାନ ରାଷ୍ଟ୍ରପତିଙ୍କ ଧମକ: କହିଲେ, ଦରକାର ହେଲେ କଶ୍ମୀର ଜବାବ ଦିଆଯିବ ଜିହାଦରେ

1,099

କନକ ବ୍ୟୁରୋ: ଆଜି ସ୍ୱାଧୀନତା ଦିବସ ପାଳନ ଅବସରରେ ଭାରତକୁ ନାଲିଆଖି ଦେଖାଇଛି ପଡୋଶୀ ପାକିସ୍ତାନ । ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ନେଇ ପାକିସ୍ତାନ ରାଷ୍ଟ୍ରପତି କହିଛନ୍ତି ଭାରତ ଜାମ୍ମୁକାଶ୍ମୀରରେ ନେଉଥିବା ପଦକ୍ଷେପ ବନ୍ଦ କରୁ । ନଚେତ୍ ଜେହାଦିରେ ଦିଆଯିବ ଜବାବ । ଆଜି ୭୨ ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ପାକିସ୍ତାନ ପୁରା ନିଶାନା କରିଛି ଭାରତକୁ । ପାକିସ୍ତାନ ରାଷ୍ଟ୍ରପତି ଆରିଫ୍ ଅଲବୀ ନିଜେ ଦେଇଛନ୍ତି ଜେହାଦର ଧମକ । କହିଛନ୍ତି ଆମେ ଯୁଦ୍ଧ ଚାହୁଁନାହୁଁ, କିନ୍ତୁ ଭାରତ ଯଦି ଯୁଦ୍ଧ କରିବ ଆମେ ଜେହାଦରେ ଏହାର ଜବାବ ଦେବୁ । ଏହା ଛଡା ପାକିସ୍ତାନ ପାଖରେ ଅନ୍ୟ କିଛି ବାଟ ନାହିଁ ।

ନିଜର ସ୍ୱତନ୍ତ୍ରତା ଦିବସ ପାଳନ ଅବସରରେ ପାକ୍ ରାଷ୍ଟ୍ରପତି କହିଛନ୍ତି ଏବେ ସାରା ବିଶ୍ୱ ଦେଖୁଛି ପାକିସ୍ତାନ, କାଶ୍ମୀର ଜନତାଙ୍କ ସହିତ ଛିଡା ହୋଇଛି ଆଉ କାଶ୍ମୀର ଲୋକଙ୍କ ସୁଖଦୁଃଖରେ ସାଥୀ ଦେବାକୁ ଚାହେଁ । ତେଣୁ ଆମେ କାଶ୍ମୀର ଲୋକଙ୍କୁ ସହାୟତା ଦେବାକୁ କେବେ ବି ବନ୍ଦ କରିବୁନି । ଭାରତ ଜାମ୍ମୁକାଶ୍ମୀରକୁ ନେଇ ଉଠାଇଥିବା ପଦକ୍ଷେପ ମିଳିତ ଜାତିସଂଘର ନିୟମର ଉଲଂଘନ ବୋଲି ଯୁକ୍ତି ବାଢିଛନ୍ତି ପାକ୍ ରାଷ୍ଟ୍ରପତି । ଗୋଟିଏ ପଟେ ଚୀନ୍, ଆମେରିକା, ଋଷ ପରି ବିଶ୍ୱଶକ୍ତି କାଶ୍ମୀର ମାମଲାରେ ପାକିସ୍ତାନକୁ ସମର୍ଥନ ଦେଉନଥିବା ବେଳେ , ପାକ୍ ରାଷ୍ଟ୍ରପତିଙ୍କ ଭାରତକୁ ଜେହାଦର ଧମକ ଆସିଛି ।