ମାତ୍ର କିଛି ସମୟ ଭିତରେ ଏକ ଲକ୍ଷ ଟଙ୍କା ଜିତିବାର ସୁଯୋଗ ! ମୋଦି ସରକାରଙ୍କ ଅଭିନବ ଯୋଜନା

55

ମାତ୍ର କିଛି ସମୟ ଭିତରେ ଜିତିପାରବେ ଏକ ଲକ୍ଷ ଟଙ୍କା । ମୋଦି ସରକାର ଆପଣଙ୍କୁ ଏହି ସୁଯୋଗ ଦେଉଛନ୍ତି । ଆଉ ଏଥିପାଇଁ ଭାରତର ସ୍ୱାଧୀନତା ପର ଠାରୁ ଆରମ୍ଭ କରି ଯେତେ ବୀରତା ପୁରସ୍କାର ମିଳିଛି, ସେହି ପୁରସ୍କାର ବିଷୟରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ । କିନ୍ତୁ ଏଥିପାଇଁ ଆପଣଙ୍କୁ ମାତ୍ର ୫ ମିନିଟ୍ ସମୟ ଦିଆଯିବ । ଯଦି ଆପଣ ଏଥିରେ ଜିତି ଯାଆନ୍ତି , ତେବେ ଆପଣଙ୍କୁ ମିଳିବ ଏକ ଲକ୍ଷ ଙ୍କା । ଆଜି ଆମେ ମୋଦି ସରକାରଙ୍କ ଏହି ଯୋଜନା ବିଷୟରେ ଆଲୋଚନା କରିବ । ଆପଣ କିପର ଏହି ଯୋଜନାରେ ସାମିଲ ହେବେ ଓ କିି ପଶ୍ନ ପଚାରା ହେବ ।

କେଉଁଠି ମିଳିବ ସୁଯୋଗ – ମୋଦି ସରକାର ନାଗରିକଙ୍କୁ ସହ ସମ୍ପର୍କ କରିବା ପାଇଁ ମାଇ ଗଭଡଟ୍ ଇନ୍ ଓ ମାଇ ଗୋଭ ମୋବାଇଲ ଆପ୍ ଆରମ୍ଭ କରିଛନ୍ତି । ଏହି ଆପ୍ ଓ ପୋର୍ଟାଲରେ ଏହି ପ୍ରକାର ପ୍ରାତିଯୋଗୀତାର ଆୟାଜନ କରାଯିବ । ଯେଉଁଠି ଭାଗ ନେଇ ସାଦାରଣ ଲୋକେ ସରକାରଙ୍କୁ ବିଭିନ୍ନ ଦୃଷ୍ଟାନ୍ତମୂଳକ ଆଇଡ଼ିଆ ଦେଇ ପୁରସ୍କାର ଜିତିପାରିବେ । ଏହି ଆପରେ ମୋଦି ସରକାର ପ୍ରତିଯୋଗୀତା ଆରମ୍ଭ କରିଛନ୍ତି । ୨୬ ଜାନୁୟାରୀ ପୂର୍ବରୁ ଲୋକଙ୍କ ମନରେ ଦେଶଭକ୍ତି ସୃ୍ଷ୍ଟି କରିବା ଏହି ପ୍ରତିଯୋଗୀତାର ମୂଳ ଲକ୍ଷ୍ୟ ।

କ’ଣ ଏହି ପ୍ରତିଯୋଗିତା –
ମାଇ ଗୋଭ ଆପ କିମ୍ବା ପୋର୍ଟାଲରେ ଦେଶ ସେବା ଓ ସୁରକ୍ଷା ପାଇଁ ବୀରତା ପୁରସ୍କାର ଯେପରି ପରମବୀର ଚକ୍ର , ମହାବୀର ଚକ୍ର, ବୀର ଚକ୍ର, ଅଶୋକ ଚକ୍ର, କିର୍ତ୍ତୀ ଚକ୍ର ଓ ସୂର୍ଯ୍ୟ ଚକ୍ର ଦିଆଯାଏ ବିଷୟରେ ପ୍ରଶ୍ନ କରାଯିବ । ଆପଣଙ୍କୁ ଏହି ପୁରସ୍କାର ପାଇବା ପାଇଁ ଏପରି ପୁରସ୍କାର ପାଇଥିବା ସୈନିକଙ୍କ ବିଷୟରେ ପ୍ରଶ୍ନ ପଚାରାଯିବ । ଯାହର ଉତ୍ତର ଆପଣଙ୍କୁ ୫ ମିନି ଭିତରେ ହିଁ ଦେବାକୁ ପଡ଼ିବ ।

କିପରି କିରିବେ ଆବେଦନ ?
ଆପଣ ଏହି ପ୍ରତିଯୋଗୀତାରେ ଭାଗ ନେବା ପାଇଁ ଚାହୁଁଥିଲେ ଆନଣଙ୍କୁ quiz.mygov.in ରେ ଲିଙ୍କିଙ୍ଗ୍ କରିବା ପାଇଁ ପଡ଼ିବ । ଲଗ୍ ଇନ୍ କରିବା ପରେ ଆପଣଙ୍କ ସାମ୍ନାରେ କ୍ୱିଜ୍ ଆରମ୍ଭ ହୋଇଯିବ । ଆପଣଙ୍କୁ ମୋଟ୍ ୧୫ ଟି ପ୍ରଶ୍ନ ପଚାରାଯିବ । ଏହି ସବୁ ପ୍ରଶ୍ନ କେବଳ ବୀରତା ସମ୍ମନ୍ଧିତ ହିଁ ରହିବ । ଆପଣ ସମସ୍ତ ପ୍ରଶ୍ନର ଉତ୍ତର ସଠିକ ଦେଇଦେଲେ, ଆପଣଙ୍କୁ ୧ ଲକ୍ଷ ଟଙ୍କା ପୁରସ୍କାର ରୂପରେ ମିଳିବ ।

ଯଦି ଆପଣ ସମସ୍ତ ପ୍ରଶ୍ନର ଉତ୍ତର ଠିକ ଦେଇପାରୁ ନାହାନ୍ତି, ତେବେ ବି ଆପଣ ପୁରସ୍କାର ଜିତିପାରିବେ । ଦ୍ୱିତୀୟ ପୁରସ୍କାର ରାଶି ରହିଛି ୭୫ ହାଜର । ତୃତୀୟ ପୁରସ୍କାର ୫୦ ହଜାର । ସାନ୍ତ୍ୱନା ପୁରସ୍କାର ୧୫ ହଜାର । ଏହି ପ୍ରତିଯୋଗିତାକୁ ଦୁଇଟି ବିଭାଗରେ ବଂଟା ଯାଇଛି । ପ୍ରଥମରେ ୧୮ ବର୍ଷରୁ ଉର୍ଦ୍ଧର୍ ଓ ଅନ୍ୟଟିରେ ୧୮ ବର୍ଷରୁ କମ ପିଲାମାନେ ଭାଗ ନେଇପାରିବେ । ଉଭୟ ବିଭାଗ ପାଇଁ ରହିଛି ଅଲଗା ଅଲଗା ପୁରସ୍କାର । ଆପଣ ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଚାହୁଁଥିଲେ ୧୦ ଜାନୁୟାରୀ ପର୍ଯ୍ୟନ୍ତ ରହିଛି ସୁଯୋଗ । ୧୦ ଜାନୁୟାରୀ ପରେ ଏହି ପ୍ରତିଯୋଗିତା ଶେଷ ହୋଇଯିବ । ଏହି ପ୍ରତିଯୋଗିତାର ବିଜେତା ୨୬, ଜାନୁୟାରୀରେ ଦିଲ୍ଲୀରେ ସାଧାରଣତନ୍ତ୍ର ଦିସ ସମାରୋହରେ ସାମିଲ ହେବାର ସୁଯୋଗ ପାଇବେ ।