୨୦୧୯ରେ ନିର୍ବାଚନ ଲଢିବେ କି ଦ୍ରାବିଡ ? ଜାଣନ୍ତୁ ହସି ହସି କଣ ଉତ୍ତର ଦେଲେ ‘ଦ ୱାଲ’

26

ଅଧିକାଂଶ କ୍ରିକେଟର ଓ ସେଲିବ୍ରିଟି ୨୦୧୯ରେ ନିର୍ବାଚନ ମୈଦାନକୁ ଓହ୍ଲାଇବେ ବୋଲି ଏବେଠୁ ଚର୍ଚ୍ଚା ଜୋର ଧରିଛି । ଖାସକରି କ୍ରିକେଟର ଭାବେ ଗୌତମ ଗମ୍ଭୀର, ବିରେନ୍ଦ୍ର ସେହୱାଗ ଓ ରାହୁଲ ଦ୍ରାବିଡ ନିର୍ବାଚନ ଲଢିବେ ବୋଲି ଜୋରଦାର ଚର୍ଚ୍ଚା ହେଉଛି । ଆଉ ଏସବୁ ଭିତରେ ଯେତେବେଳେ ଭାରତୀୟ କ୍ରିକେଟର ଦ ୱାଲ ଭାବେ ପରିଚିତ ରାହୁଲ ଦ୍ରାବିଡଙ୍କୁ ଏବାବଦରେ ପ୍ରଶ୍ନ ପଚାରଗଲା ସେତେବେଳେ ସେ ନିଜ ହସକୁ ରୋକି ପାରିନଥିଲେ ।

ଶୁକ୍ରବାର ଏକ କାର୍ଯ୍ୟକ୍ରମରେ ରାହୁଲ ଯୋଗ ଦେଇଥିବା ବେଳେ ଆଗାମୀ ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନରେ ତାଙ୍କୁ ପ୍ରାର୍ଥୀ କରିବାକୁ କୌଣସି ଦଳ ସର୍ମ୍ପକ କରିଛନ୍ତି କି ନାହିଁ ପ୍ରଶ୍ନ ପଚରାଯାଇଥିଲା । ଆଉ ଏହି ପ୍ରଶ୍ନ ଶୁଣି ମୁରୁକି ହସିଥିଲେ ଦ୍ରାବିଡ । ଆଉ ସ୍ପଷ୍ଟ କରିଥିଲେ ତାଙ୍କର ରାଜନୀତିରେ ପ୍ରବେଶ କରିବାକୁ ଟିକିଏ ମଧ୍ୟ ଇଚ୍ଛା ନାହିଁ । ଏପରିକି ତାଙ୍କୁ କୌଣସି ଦଳ ପକ୍ଷରୁ ମଧ୍ୟ ସର୍ମ୍ପକ କରାଯାଇନାହିଁ ।

ପୂର୍ବରୁ ୨୦୧୪ରେ ଅଧିକାଂଶ କ୍ରିକେଟରଙ୍କୁ ନିର୍ବାଚନରେ ଦେଖିବାକୁ ମିଳିଥିଲା । ସେତେବେଳେ ମଧ୍ୟ ଫ୍ୟାବ ଫାଇଭ ଭାବେ ପରିଚିତ ସଚିନ ତେନ୍ଦୁଲକର, ଦ୍ରାବିଡ, ସୌରଭ ଗାଙ୍ଗୁଲି, ଭିଭିଏସ ଲକ୍ଷ୍ମଣ ଓ ବିରେନ୍ଦ୍ର ସେହୱାଗ ରାଜନୀତିରେ ଏଣ୍ଟ୍ରି ମାରିବେ ବୋଲି ଚର୍ଚ୍ଚା ହୋଇଥିଲା । କିନ୍ତୁ ସେତେବେଳେ ଏହି ଫ୍ୟାବ ଫାଇଭ ରାଜନୀତିରୁ ନିଜକୁ ଦୂରେଇ ରଖିଥିଲେ ।