ସରକାରଙ୍କ ବଡ ନିଷ୍ପତି ! ଏକରୁ ଅଧିକ ଡ୍ରାଇଭିଂ ଲାଇସେନ୍ସ ଜାରି କରିବା ଉପରେ ଲାଗିବ ଅଙ୍କୁଶ ।

54

ଡ୍ରାଇଭିଂ ଲାଇସେନ୍ସ ଜାରି କରିବାକୁ ନେଇ କୌଣସି ଆଇନ କାନୁନ ନଥିବା କାରଣରୁ ସାଧାରଣତଃ ଜଣେ ଲୋକ ପାଖରେ ଏକରୁ ଅଧିକ ଡ୍ରାଇଭିଙ୍ଗ ଲାଇସେନ୍ସ ହୋଇଯାଇଥାଏ । ଏପରି ପରିସ୍ଥିତିରୁ ବାହାରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବଡ ପଦକ୍ଷପ ନେବାକୁ ଯାଉଛନ୍ତି ।

ସୂଚନା ମୁତାବକ, ବିନା ପରୀକ୍ଷଣରେ ଲାଇସେନ୍ସ ହାସଲ କରୁଥିବା ଲୋକଙ୍କ ଉପରେ ଲଗାମ ଲଗାଇବା ପାଇଁ ମୋଦି ସରକାର ଏକ ପ୍ରୟାସ ଆରମ୍ଭ କରିଛନ୍ତି । କେନ୍ଦ୍ରୀୟ ସଡକ ବା ପରିବହନ ମନ୍ତ୍ରୀ ନିତିନ ଗଡକରୀ ବିନା ପରୀକ୍ଷଣରେ ଲାଇସେନ୍ସ ମିଳିବା ଉପରେ ଅଙ୍କୁଶ ଲଗାଯିବ ବୋଲି ଗତ ଗୁରୁବାର ଦିନ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଜଣେ ବ୍ୟକ୍ତିଙ୍କୁ ଅଲଗା ଅଲଗା ପ୍ରଧିକରଣରେ ଜାରି କରାଯାଉଥିବା ଅଲଗା ଅଲଗା ଲାଇସେନ୍ସ ଉପରେ ଅଙ୍କୁଶ ଲଗାଯିବ । ଏଥିପାଇଁ ଡ୍ରାଇଭିଙ୍ଗ ଲାଇସେନ୍ସର ଡାଟାବେସ ତିଆରି କରାଯିବ । ଯାହା ଫଳରେ ଜଣେ ବ୍ୟକ୍ତିଙ୍କ ନାମରେ ଏକରୁ ଅଧିକ ଲାଇସେନ୍ସ ଜାରି କରାଯାଇପାରିବ ନାହିଁ । ଗଡକରୀ ଏହା ମଧ୍ୟ କହିଛନ୍ତି କି, ବିନା ପରୀକ୍ଷଣରେ ଲାଇସେନ୍ସ ଜାରି କରିବା ଉପରେ ମଧ୍ୟ ଅଙ୍କୁଶ ଲଗାଯିବ । ଏଥିପାଇଁ ସରକାରଙ୍କ ତରଫରୁ କର୍ମଚାରୀ ମାନଙ୍କୁ ଏକ ଖାସ ପ୍ରଶିକ୍ଷଣ ମଧ୍ୟ ଦିଆଯିବାର ବ୍ୟବସ୍ଥା କରାଯାଉଛି । ଯଦି ଏପରି ହୁଏ ତେବେ ଦେଶରେ ହେଉଥିବା ଦୁର୍ଘଟଣାକୁ ଅତି ସହଜରେ ରୋକାଯାଇପାରିବ ବୋଲି ପରିବହନ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି ।