ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ! ପ୍ରବଳ ଗରମ ହେତୁ ଜନଜୀବନ ଅସ୍ତବ୍ୟସ୍ତ

112

କନକ ବ୍ୟୁରୋ : ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ବିଶେଷ କରି ପଶ୍ଚିମ ଓଡ଼ିଶାରେ ପ୍ରବଳ ଗରମ ଅନୁଭୁତ ହେଉଥିବାରୁ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ଶନିବାର ଦିନ ବଲାଂଗୀର ତାପମାତ୍ରା ୪୪ ଡିଗ୍ରୀ ଛୁଇଁଛି । ଏଭଳି ପରିସ୍ଥିତି ଆଜି ମଧ୍ୟ ଲାଗିରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ତେବେ ଉପକୂଳ ଓଡ଼ିଶା ଓ ଅନ୍ୟ କିଛି ସ୍ଥାନରେ କାଳବେଶାଖୀ ପ୍ରଭାବରେ ବର୍ଷା ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।